Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»କେନ୍ଦ୍ରକୁ ଗଲା ବିଜେପିର ପ୍ରାର୍ଥୀ ତାଲିକା, ହେଲେ କେତେ ଆସନରେ ଦଳ ଲଢିବ ସେ ନେଇ ଚୁପ୍
ନିର୍ବାଚନ ଖବର

କେନ୍ଦ୍ରକୁ ଗଲା ବିଜେପିର ପ୍ରାର୍ଥୀ ତାଲିକା, ହେଲେ କେତେ ଆସନରେ ଦଳ ଲଢିବ ସେ ନେଇ ଚୁପ୍

March 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରକୁ ଗଲା ବିଜେପିର ପ୍ରାର୍ଥୀ ତାଲିକା, ହେଲେ କେତେ ଆସନରେ ଦଳ ଲଢିବ ସେ ନେଇ ଚୁପ୍

ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଉପରେ ଆଲୋଚନା କରାଯାଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ସେସବୁ କେନ୍ଦ୍ରୀୟ ନେତାଙ୍କ ପାଖକୁ ଇମେଲ ମାଧ୍ୟମରେ ପଠାଯାଇଥିବାର ଜଣାଯାଇଛି।

ତେବେ ଓଡିଶାର ବିଧାନସଭାର କେତେ ଆସନ ଏବଂ ଲୋକସଭାର କେତେ ଆସନ ପାଇଁ ପ୍ରାର୍ଥୀ ଠିକ କରାଯାଇଛି ସେ ନେଇ କେହି କିଛି କହିଲେ ନାହିଁ। ବର୍ତ୍ତମାନ ମେଣ୍ଟରେ ଆସନ ବୁଝାମଣା ଚାଲିଥିବାରୁ ବିଜେପି କେତେ ଆସନରେ ପ୍ରାର୍ଥୀ ଦେବ ତାହା ଉପରେ ନଜର ଥିଲା। ହେଲେ ଦଳ ତରଫରୁ ଏ ନେଇ କୌଣସି ସୂଚନା ଦିଆଗଲା ନାହିଁ। କେବଳ କୁହାଗଲା ତୃଣମୂଳରୁ ଯେଉଁ ନାମ ଆସିଥିଲା ତାହାକୁ ବିଚାର କରି କେନ୍ଦ୍ରକୁ ତାଲିକା ପଠାଯାଇଛି। ଫଳରେ ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ପୁଣି ସନ୍ଦେହ ଘେରକୁ ଆସିଛି।

ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଓ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ନିର୍ବାଚନ କମିଟିର ସଦସ୍ୟ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ କେ.ଭି.ସିଂହଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ମେଣ୍ଟ ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026
Latest News

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.