Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ରାଜନୀତି ଭିତରେ ପସିଲା ଏକ ନୂଆ କେଁ, ମନ୍ତ୍ରୀପଦ ଭାଗବଣ୍ଟା

ଭୁବନେଶ୍ବର: ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବ କି ନାହିଁ ସେଥିରେ ଏ ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡି ନାହିଁ। ହେଲେ ଶୀର୍ଷ ମହଲରେ ଏହା ଉପରେ ବାରମ୍ବାର ଆଲୋଚନା ଚାଲିଛି ବୋଲି ଜଣାପଡିଛି। ତେବେ ଏହି ମେଣ୍ଟରେ ଯେଉ ବଡ ସମସ୍ୟା ରହିଛି ତାହା ହେଲା ଆସନ ବୁଝାମଣା। ଏଥିରେ କୁଆଡେ ଦୁଇ ଦଳର ଶୀର୍ଷ ନେତୃତ୍ବ ଏକ ପ୍ରକାରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ଜଣାପଡିଛି।

ହେଲେ ବର୍ତ୍ତମାନ ଆଉ ଏକ ନୂଆ କେଁ ଏହା ଭିତରେ ପ୍ରବେଶ କରିଛି। ତାହା ହେଲା ମନ୍ତ୍ରୀପଦ। ଏହାକୁ ନେଇ ବର୍ତ୍ତମାନ କିଛିଦିନ ଧରି ଜୋରଦାର ଆଲୋଚନା ହେବାରେ ଲାଗିଛି। ବିଶେଷ ସୁତ୍ର ଅନୁସାରେ ବିଜେଡି କୁଆଡେ ବିଜେପିର ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ରାଜି ହେଉ ନାହିଁ। ସେମାନେ ରୋକଠୋକ ବିଜେପିର କୌଣସି ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ ବୋଲି ଜଣାଇଦେଇଛନ୍ତି।

ତେବେ ବିଜେଡିର କହିବା କଥା ଯେ, ଆମେ ଓଡିଶାରେ ମନ୍ତ୍ରୀପଦ ଦେବୁ ନାହିଁ କି କେନ୍ଦ୍ରରେ ବିଜେଡି ସାଂସଦ ମନ୍ତ୍ରୀ ହେବେ ନାହିଁ। ଏହାକୁ ନେଇ ଚାଲିଛି ଯୁକ୍ତି ତର୍କ। ହେଲେ ବିଜେପିର କହିବା କଥା ଯେ, ବିଜେଡି କେନ୍ଦ୍ରରେ ମନ୍ତ୍ରୀପଦ ହାସଲ କରୁ ଏବଂ ରାଜ୍ୟରେ ବିଜେପି ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯାଉ। ଯାହାକୁ ନେଇ ବିଜେଡି ରାଜି ହେଉ ନ ଥିବାର ଜଣାପଡିଛି। ତେବେ ଏହାର କାରଣ କଣ ବୋଲି ବିଜେଡି ବିଜେପିର ଶୀର୍ଷ ନେତୃତ୍ବଙ୍କୁ କିଛି କହି ନାହିଁ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରକୁ ଗଲା ବିଜେପିର ପ୍ରାର୍ଥୀ ତାଲିକା, ହେଲେ କେତେ ଆସନରେ ଦଳ ଲଢିବ ସେ ନେଇ ଚୁପ୍

ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଉପରେ ଆଲୋଚନା କରାଯାଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ସେସବୁ କେନ୍ଦ୍ରୀୟ ନେତାଙ୍କ ପାଖକୁ ଇମେଲ ମାଧ୍ୟମରେ ପଠାଯାଇଥିବାର ଜଣାଯାଇଛି।

ତେବେ ଓଡିଶାର ବିଧାନସଭାର କେତେ ଆସନ ଏବଂ ଲୋକସଭାର କେତେ ଆସନ ପାଇଁ ପ୍ରାର୍ଥୀ ଠିକ କରାଯାଇଛି ସେ ନେଇ କେହି କିଛି କହିଲେ ନାହିଁ। ବର୍ତ୍ତମାନ ମେଣ୍ଟରେ ଆସନ ବୁଝାମଣା ଚାଲିଥିବାରୁ ବିଜେପି କେତେ ଆସନରେ ପ୍ରାର୍ଥୀ ଦେବ ତାହା ଉପରେ ନଜର ଥିଲା। ହେଲେ ଦଳ ତରଫରୁ ଏ ନେଇ କୌଣସି ସୂଚନା ଦିଆଗଲା ନାହିଁ। କେବଳ କୁହାଗଲା ତୃଣମୂଳରୁ ଯେଉଁ ନାମ ଆସିଥିଲା ତାହାକୁ ବିଚାର କରି କେନ୍ଦ୍ରକୁ ତାଲିକା ପଠାଯାଇଛି। ଫଳରେ ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ପୁଣି ସନ୍ଦେହ ଘେରକୁ ଆସିଛି।

ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଓ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ନିର୍ବାଚନ କମିଟିର ସଦସ୍ୟ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ କେ.ଭି.ସିଂହଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ବିଜେଡି ବିଜେପି ମେଣ୍ଟକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦେଲେ ବଡ ବୟାନ

ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶା ରାଜନୀତିରେ ବିଜେଡି ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମେଣ୍ଟ ହେବ କି ନାହିଁ ସେ ନେଇ କେହି କିଛି କହିପାରୁ ନାହଁନ୍ତି। ଏହି ଚର୍ଚ୍ଚା ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଆସିଛି ବଡ ବୟାନ। ସେ ଇଣ୍ଡିଆ ଟୁ ଡେ କନକ୍ଲେଭରେ ଓଡିଶା ମେଣ୍ଟ ନେଇ କରିଛନ୍ତି ଖୁଲାସା।

ସେ କହିଛନ୍ତି ଯେ, ଓଡିଶାରେ ମେଣ୍ଟ ନେଇ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୌଣସି ନିଷ୍ପତି ନେଇ ନାହାଁନ୍ତି। ଓଡିଶାରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭାରେ ବହୁତ ଭଲ କରିବ। ତେବେ ଓଡିଶାରେ କିପରି ଦଳ ଆଗକୁ ଯିବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ।

ଏହାଦ୍ବାରା ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସତ। ଏ ନେଇ ଆଲୋଚନା ସରିଛି। କେବଳ ପ୍ରଧାନମନ୍ତ୍ରୀ ଏବଂ ନଡ୍ଡା ନିଷ୍ପତି ନେବେ ବୋଲି ଅମିତ ଶାହାଙ୍କ ବକ୍ତବ୍ୟରୁ ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ବାଉଳା ହେଲେଣି ମନମୋହନ ସାମଲ, ପୁଣି ଦିଲ୍ଲୀ ଡକରା, କଥା ବଦଳାଇଲେ

ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି।

ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି ସମୟ ପରେ ସେ ସେହି ଟୁଇଟକୁ ହଟାଇ ଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେ କଣ ଦିଲ୍ଲୀ ନେତୃତ୍ୟଙ୍କ ଚାପରେ ଟୁଇଟର ନିଜ ଲେଖା ହଟାଇ ଦେଲେ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ଏବେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଛି ବୋଲି କୁହାଯାଇଛି। ତା ପୂର୍ବରୁ ସେ ତାଙ୍କର ବୟାନରେ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ କଥା ଶୀର୍ଷ ନେତୃତ୍ବ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ। ଆମେ ସେ ସଂପର୍କରେ କିଛି କହିପାରିବୁ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଫଳରେ ମନମୋହନ ସାମଲ ଏହାକୁ ନେଇ ପୁରା ବାଉଳା ହୋଇଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସକାଳେ ଗୋଟେ କଥା କହୁଥିବା ବେଳେ ମଧ୍ୟାହ୍ନରେ ଆଉ ଏକ କଥା କହୁଛନ୍ତି।

ମନମୋହନଙ୍କ ଗତିବିଧିରୁ ସ୍ପଷ୍ଟ ଜଣାପଡିଛି ଯେ, ବିଜେପିର ଶୀର୍ଷ ନେତୃତ୍ବ ମେଣ୍ଟ କରିବାକୁ ଚାହୁଁଛନ୍ତି ହେଲେ ମନମୋହନ କୁଆଡେ ରାଜି ହେଉ ନାହାଁନ୍ତି। ତେଣୁ ହୁଏତ ଏପରି ପରିସ୍ଥିତିରେ ମନମୋହନଙ୍କ ଉପରେ ଦଳ କିଛି ବଡ ପଦକ୍ଷେପ ନେଇଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ବୈଠକ, ନବୀନ ନିବାସରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ମେଣ୍ଟ ରାଜନୀତି ନେଇ ହଲଚଲ ସୃଷ୍ଟି ହୋଇଛି। ଏହା ହେବ କି ନାହିଁ ଏ ପର୍ଯ୍ୟନ୍ତ ସସପେନସ ଲାଗି ରହିଛି। ଏହା ଭିତରେ ଆଜି ନୂଆଦିଲ୍ଲୀରେ ଓ଼ଡିଶା ବିଜେପି ନେତାଙ୍କର ଅମିତ ସାହାଙ୍କ ବାସଭବନରେ ବୈଠକ ବସିଥିଲା। ତାହା ଶେଷ ହୋଇଥିଲେ ମଧ୍ୟ କେହି କିଛି କହି ନାହାଁନ୍ତି।

ସେହିପରି ଆସନ୍ତକାଲି ଗୁରୁବାର ଦିନ ବିଜେଡି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ ହାଜର ହେବା ପାଇଁ ନେତାମାନଙ୍କୁ କୁହାଯାଇଛି। ଏଥିରେ କେବଳ ଦଳର ବରିଷ୍ଠ ନେତାଙ୍କୁ ଡକାଯାଇଥିବାର ଜଣାପଡିଛି। ସେହି ବୈଠକରେ ମଧ୍ୟ ମେଣ୍ଟ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହଲଚଲ ହେଲା ମେଣ୍ଟ ରାଜନୀତି, ଅମିତ ଶାହାଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ: ଦୁଇ ଦିନ ନିରବତା ପରେ ଏବେ ମେଣ୍ଟ ରାଜନୀତି ହଲଚଲ ହୋଇଛି। କାରଣ ଆଜି ସଂଧ୍ୟାରେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଛି ଓଡିଶା ନିର୍ବାଚନକୁ ନେଇ ରଣନୀତି। ଏହି ବୈଠକରେ ସାମ୍ଭବ୍ୟ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ଚାଲିଛି।

ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି। ଏମାନେ ଗତ 10 ତାରିଖ ଦିନ ପୁଣି ଥରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେହିଦିନଠାରୁ ସେମାନେ ଦିଲ୍ଲୀରେ ଅବସ୍ଥାନ କରିଛନ୍ତି। ତେବେ ଆଜି ରାତି ସୁଦ୍ଧା କିଛି ଖବର ଆସିପାରେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ହେଲେ ମୋଦି ଶାହାଙ୍କୁ ମିଳିବ ଦୁଇଟି ବଡ ରାଜନୈତିକ ଫାଇଦା

ଭୁବନେଶ୍ବର: ମେଣ୍ଟ ନେଇ ସାରା ରାଜ୍ୟ ପଡୁଛି ଉଠୁଛି। ହେଲେ ଗତକାଲି ଏହି ମେଣ୍ଟ ନେଇ ସେପରି ଚର୍ଚ୍ଚା ଆଲୋଚନା କିଛି ଜଣାପଡି ନାହିଁ। ହେଲେ ବର୍ତ୍ତମାନ ନେତାଙ୍କଠାରୁ କର୍ମି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ମେଣ୍ଟ କାହିଁକି। ଏହା ଦ୍ବାରା ବିଜେପିର ଲାଭ ହେବ କି ? ଏହାଦ୍ବାରା ବିଜେଡିର କ୍ଷତି ହେବ କି ? ଯଦି ନାହିଁ ତେବେ କାହିଁକି ଏପରି ଚାଲିଛି ବୋଲି ସମସ୍ତଙ୍କ ମଧ୍ୟରେ ବଡ ଆଲୋଚନା।

ବର୍ତ୍ତମାନ ଏହି ମେଣ୍ଟକୁ ନେଇ ରାଜ୍ୟ ବିଜେପି ସବୁଠାରୁ ଉତକ୍ଷିପ୍ତ। କାରଣ ସେମାନେ ବିଜେଡି ସହିତ ପୁଣି ମେଣ୍ଟ କଲେ ହୁଏତ ସେମାନଙ୍କର ଅସ୍ତିତ୍ବ ହଜିଯିବାର ସମ୍ଭାବନା ସୃଷ୍ଟି ହେବ। ସେମାନେ ଯେତେ ପରିଶ୍ରମ କରି ଆଜି ଦଳକୁ ଯେଉଁ ସ୍ତରକୁ ଆଣିଛନ୍ତି ମେଣ୍ଟ ହେଲେ ତାହା ପୁଣି ପଚିଶ ବର୍ଷ ତଳକୁ ଖସିଯିବ। ସେପଟେ ମେଣ୍ଟ ନ କଲେ ମଧ୍ୟ ବିଜେଡି ଏକାକୀ ସରକାର କରିବାରେ ସକ୍ଷମ। ତେବେ ଓଡିଶାରେ ମେଣ୍ଟର କୌଣସି ଆବଶ୍ୟକତା ନ ଥିବା ବେଳେ ମୋଦି ଶାହାଙ୍କର ଏପରି ପଦକ୍ଷେପ କାହିଁକି ତାହା ଜାଣିବା କାଠିକର ପାଠ।

ତେବେ ମେଣ୍ଟ ନେଇ ରାଜନୈତିକ ବିଶେଷଜ୍ଞଙ୍କ ରହିଛି ଭିନ୍ନ ମତ। ସେମାନଙ୍କର କହିବା କଥା ଯେ, ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେଲେ ମୋଦି ଶାହାଙ୍କୁ ମିଳିବ ଦୁଇଟ ବଡ ରାଜନୈତିକ ଫାଇଦା। ତାହାକୁ ହାସଲ କରିବା ପାଇଁ ଉଭୟ ଓଡିଶା ନେତାଙ୍କ ଉପରେ ମେଣ୍ଟକୁ ଜବରଦସ୍ତ ଲଦି ଦେଉଛନ୍ତି। ଉଭୟ ମୋଦି ଶାହା ଚାହୁଁଛନ୍ତି ଅର୍ଥ ସେଥିରେ ନା ବିଜେଡି ନା ବିଜେପି କେହି କିଛି କରିପାରିବେ।

ତେବେ ତଥ୍ୟ ଅନୁସାରେ ଓଡିଶାରେ ମେଣ୍ଟ କରିବାର ପ୍ରଥମ ବଡ ଫାଇଦା ହେଉଛି ଓଡିଶାକୁ କଂଗ୍ରେସ ମୁକ୍ତ ରାଜ୍ୟ କରିବା। ମେଣ୍ଟ ଅର୍ଥ ଓଡିଶାର ସବୁ ବିଧାନସଭା ଆସନ ଓ ଲେକସଭା ଆସନରେ ଏହି ଦୁଇ ଦଳ ଭାଗବାଣ୍ଟି ପ୍ରାର୍ଥୀ ଦେବେ। ଅର୍ଥାତ ସବୁ ଆସନରେ ବିଜେଡି ବିଜେପି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ ସହିତ ମୁକାବିଲା କରିବ। ଦୁଇଟି ବଡ ଦଳର ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରାର୍ଥୀ ହରାଇବା କଷ୍ଟକର ହେବ। ଫଳରେ ଓଡିଶାର କଂଗ୍ରେସ ଯେଉଁ ନଅଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ହାସଲ କରିଛି ତାହା ହୁଏତ ମୂଳପୋଛ ହୋଇଯିବ।

ଅନ୍ୟ ଯେଉଁ ଫାଇଦା ରହିଛି ତାହା ହେଲା ମୋଦିଙ୍କ ଏଥର ଚାରି ଶହ ପାର୍ ଘୋଷଣା ଏହି ମେଣ୍ଟ ଦ୍ବାରା ସମ୍ଭବ ହୋଇପାରିବ। କାରଣ ବିଜେଡି ବିଜେପି ଏକାଠି ହୋଇ ଲଢେଇ କଲେ ଏଥିରେ ଲୋକସଭାରେ ବହୁତ ବଡ ଲାଭ ହେବ। କାରଣ ବର୍ତ୍ତମାନ ଓଡିଶାରୁ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ଅଛନ୍ତି। ମେଣ୍ଟ ହେଲେ କଂଗ୍ରେସ ଆଉ ଲୋକସଭାରେ ଖାତା ଖୋଲିପାରିବ ନାହିଁ ବୋଲି ବିଜେପି ଶୀର୍ଷ ନେତୃତ୍ବଙ୍କର ଆଶା। ସେଥିପାଇଁ ଓଡିଶାରେ ମେଣ୍ଟ କରିବା ପାଇଁ ବେଶ ଆଗ୍ରହୀ ହୋଇପଡିଛନ୍ତି ମୋଦି ଶାହା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

BJD BJP Alliance: ବଢିଲା ମେଣ୍ଟ ଚର୍ଚ୍ଚା, ଜରୁରୀ ଦିଲ୍ଲୀ ଗସ୍ତରେ ବିଜେପିର ତିନି ନେତା

BJD BJP Alliance: ପୁଣି ଥରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ଅଳ୍ପ ସମୟ ପାଇଁ ନିରବତା ପରେ ତାହା ଏବେ ଭଙ୍ଗ ହୋଇଛି। ଏହାର କାରଣ ହେଲା ଆଜି ପୁଣି ଥରେ ନୂଆଦିଲ୍ଲୀକୁ ଜରୁରୀ ଗସ୍ତ କରିଛନ୍ତି ବିଜେପିର ତିନି ବରିଷ୍ଠ ନେତା।

ସେମାନେ ହେଲେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି। ନିକଟରେ ସେମାନେ ଆଲୋଚନା କରି ଆସିବା ପରେ ପୁଣି ଥରେ ଦିଲ୍ଲା ଡକରା ନେଇ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏଥିରେ ବିଜେଡିରୁ କେହି ଯାଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।