Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»କଟକ ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ, ଜାଣନ୍ତୁ ସେ କିଏ ?
ନିର୍ବାଚନ ଖବର

କଟକ ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ, ଜାଣନ୍ତୁ ସେ କିଏ ?

April 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କଟକ ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: କଟକ ବାରବାଟୀ ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଧୋସ। ଏ ନେଇ କଟକରେ ଚାଲିଛି ଗୁପ୍ତ ବୈଠକ। ତେବେ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନ ଥିବାରୁ ଏହି ଚର୍ଚ୍ଚା ବଢିଛି। ସେ କଟକ ପାଇଁ ଏକ ଯୁବ ଚେହେରା ଭାବେ ଭଲ ଭୋଟ ହାସଲ କରିବେ ବୋଲି ଅନେକ ଆଶା କରିଛନ୍ତି।

ତେବେ ପ୍ରଶ୍ନ ଉଠିଛି ଯେ, ଏହି ସୋଫିଆ ଫିର୍ଦ୍ଦୋସ କିଏ? ସେ ହେଉଛନ୍ତି କଟକ ବାରବାଟୀର ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଯିଏ ବର୍ତ୍ତମାନ ମୋକିମଙ୍କ ବିଶାଳ ବିଲଡର ସଂସ୍ଥାକୁ ସମ୍ଭାଳୁଛନ୍ତି। ମୋକିମ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇପଡିବା ପରେ ତାଙ୍କର ନିର୍ବାଚନ ଲଢିବା ଆଶା ମଉଳି ଯାଇଛି। ଫଳରେ ତାଙ୍କ ସ୍ଥାନରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି।

ଏ ନେଇ ମହମ୍ମଦ ମୋକିମ ତାଙ୍କର କଟକ ବାସଭବନରେ ଏକ ଗୁପ୍ତ ବୈଠକ କରିଛନ୍ତି। ସେଠାରେ ତାଙ୍କର କର୍ମିମାନଙ୍କୁ ଝିଅ ଲଢିଲେ ଠିକ ହେବ କି ନାହିଁ ମତାମତ ଲୋଡୁଛନ୍ତି। ଏହାପରେ ସେ ପ୍ରଦେଶ କଂଗ୍ରେସକୁ ଜଣାଇବେ ବୋଲି କୁହାଯାଇଛି। ତେବେ ଏ ନେଇ ମୋକିମ କହିଛନ୍ତି ଯେ, ସେ ଛିଡା ହେବ କି ନାହିଁ ତାହା କଂଗ୍ରେସ ଉପରେ ନିର୍ଭର କରେ। ତେବେ ସୋଫିଆର ପ୍ରାର୍ଥିତ୍ବକୁ ନେଇ ବିଚାର ଚାଲିଛି ବୋଲି ମୋକିମ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମୁଁ କର୍ମିଙ୍କ ଭାଗାବେଗକୁ ସମ୍ମାନ ଦେବି। ମୁଁ ସବୁବେଳ କଟକବାସୀଙ୍କ ସେବାରେ ରହିବି। ବଞ୍ଚିଥିବା ପର୍ଯ୍ୟନ୍ତ କଟକ ଲୋକଙ୍କ ସହିତ ରହିବି ବୋଲି ମୋକିମ କହିଛନ୍ତି। ତେବେ ମୋକିମ ORHDC ଦୁର୍ନିତି ମାମଲାରେ ଛନ୍ଧି ହୋଇପଡିବା ପରେ ସେ ନିର୍ବାଚନ ଲଢେଇ କରିବା ଆଶା ରହୁ ନାହିଁ। ଫଳରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

odishaelection2024 Sofia Firdous ଓଡିଶାନିର୍ବାଚନ2024 ସୋଫିଆ ଫିର୍ଦ୍ଦୋସ
Share. Facebook Twitter LinkedIn Email WhatsApp Copy Link

Related Posts

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026
Latest News

ଆମେରିକାରେ ପହଞ୍ଚିବା ପରେ ସି ଜିନପିଙ୍ଗଙ୍କୁ ବଡ଼ ଉପହାର ଦେଲେ ଦେଲେ ଟ୍ରମ୍ପ

September 24, 2026

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ହୋମିଓପ୍ୟାଥି ଔଷଧ କାହିଁକି ଲାଗେ ମିଠା? ଜାଣନ୍ତୁ ଏହାର କାରଣ ଓ ଅଜଣା କଥା

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.