Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା
ନିର୍ବାଚନ ଖବର

ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା

May 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ। ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ବିଜେଡି ତରଫରୁ ମନ୍ମଥ ରାଉତରାୟ ଏବଂ ବିଜେପିରୁ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଥିଲେ। ଉଭୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ତେବେ ପ୍ରାର୍ଥୀପତ୍ର ଦାଖଲ ବେଳେ ଉଭୟ ସମର୍ଥକ ମୁହାଁମୁହିଁ ହୋଇଯାଇ ଥିଲେ। ଏକା ସମୟରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ନିକଟରେ ଏକାଠି ହୋଇଥିଲେ। ଫଳରେ ଅପରାଜିତାଙ୍କ ସମର୍ଥକ ଜୋରରେ ଜୟ ଶ୍ରୀରାମ ବୋଲି ନାରାବାଜି ଦେବାକୁ ଲାଗିଲେ। ଏହାକୁ ଦେଖି ମନ୍ମଥଙ୍କ ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ ବୋଲି ନାରା ଦେବାକୁ ଆରମ୍ଭ କଲେ।

ମନ୍ମଥ ଏବଂ ଅପରାଜିତା ଭିତରେ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ସମର୍ଥକଙ୍କ ଏପରି ନାରାବାଜି ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଲା। ଉଭୟ ଗୋଷ୍ଠୀ ବେଶ କିଛି ସମୟ ଏପରି ନାରାବାଜି ଦେବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବ ବୋଲି ଆଶଙ୍କା ସୃଷ୍ଟି ହେଲା। ଏହାପରେ ବିଜେଡି ସମର୍ଥକ ଯୋଡି ଶଙ୍ଖ ଜିନ୍ଦାବାଦ କରିବା ବେଳେ ବିଜେପି ସମର୍ଥକ ଯୋଡି ପଦ୍ମ ଜିନ୍ଦାବାଦ କଲେ।

ସେଠାରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ଉଭୟ ଦଳର ଯେତେ ସମର୍ଥକ ଥିଲେ ସେଥିରେ ଏହାକୁ ନିୟନ୍ତ୍ରଣ କରିବା ପରି ଅବସ୍ଥା ନ ଥିଲା। ଖୋର୍ଦ୍ଧା ଏସପି ଏ ଖବର ଜାଣିବା ପରେ ତୁରନ୍ତ ଅଧିକ ଫୋର୍ସ ମଗାଇ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ।

LoksabhaElection2024 odishaelection2024 ଅପରାଜିତା ଷଡଙ୍ଗୀ ଓଡିଶାନିର୍ବାଚନ2024 ମନ୍ମଥ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Latest News

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.