Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନେଇ ସମୀକ୍ଷା: ଷ୍ଟ୍ରଙ୍ଗରୁମ ସୁରକ୍ଷା ଉପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଗୁରୁ୍ତ୍ୱାରୋପ
ନିର୍ବାଚନ ଖବର

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନେଇ ସମୀକ୍ଷା: ଷ୍ଟ୍ରଙ୍ଗରୁମ ସୁରକ୍ଷା ଉପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଗୁରୁ୍ତ୍ୱାରୋପ

May 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ସ୍ବତନ୍ତ୍ର ରିଲିଫ କମିଶନର, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାରେ ଜିଲ୍ଲାରେ ନିର୍ବାଚନ ସମୟରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ଏଥିନିମନ୍ତେ ବିଭାଗୀୟ ବିହିତ ପଦକ୍ଷେପ ଗ୍ରହଣ ରହିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ସମସ୍ତ ବୁଥରେ ମତଦାନ ସୂଚାରୁ ଭାବେ କିଭଳି କରାଯିବ ଏବଂ ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୋଲିଂ ପାର୍ଟି ମତଦାନ କେନ୍ଦ୍ର ଅଭିମୁଖେ ଯିବା ଆରମ୍ଭ କରିବାଠାରୁ ସୁରକ୍ଷିତ ଭାବେ ଇଭିଏମ ଷ୍ଟ୍ରଙ୍ଗରୁମକୁ ଆଣିବା ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ଇଭିଏମ ରହୁଥିବା ଷ୍ଟ୍ରଙ୍ଗରୁମ ଗୁଡିକୁ ବର୍ଷା ଓ ପବନ ପ୍ରତିରୋଧ କରାଯାଇଛି। ଅନ୍ୟପକ୍ଷରେ ଏଥିନିମନ୍ତେ ବ୍ୟକ୍ତିଗତ ସ୍ତରରେ ପ୍ରସ୍ତୁତ ରହିବାକୁ ପୋଲିଂ ପାର୍ଟି ଗୁଡିକୁ ମଧ୍ୟ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ପାଣିପାଗ ଆସନ୍ତା ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ପ୍ରଦାନ ପାଇଁ ଅଗ୍ନିଶମ, ବିଦ୍ୟୁତ, ଆମ୍ବୁଲାନ୍ସ, ଡାକ୍ତରୀସେବା ଏବଂ ଟେଲିଫୋନ ସେବା ପ୍ରଦାନକାରୀ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ର ଆଶଙ୍କା ଥିବା ବୁଥ ପ୍ରତି ଆଗୁଆ ସଜାଗ ରହିବାକୁ   ତହସିଲଦାର, ବିଡ଼ିଓ, ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକୀୟ ଖାଦ୍ୟସାମଗ୍ରୀ, ଟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇ ଦେବାକୁ  ନିର୍ଦ୍ଦେଶ  ଦେଇଛନ୍ତି। ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବି ଏମ୍ .ସି.ର ଡେପୁଟି କମିଶନର, ଜରୁରୀ ବିଭାଗ ଙ୍କୁ ‌ପଲିଥିନ ଯୋଗାଇ ଦେବାକୁ ପରାମର୍ଶ  ଦିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ଭୂବନେଶ୍ବର, ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଦୀପ୍ତିରଞ୍ଜନ ସେଠୀ,  ଜରୁରୀକାଳୀନ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ସରକାର ଖୋର୍ଦ୍ଧା ଜିଲ୍ଲାପାଳ ସ୍ବତନ୍ତ୍ର ରିଲିଫ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026
Latest News

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.