Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ! ସମ୍ବିତ ପାତ୍ରଙ୍କ ଏପରି ବିବୃତ୍ତି ନେଇ ରାଜନୀତିରେ ହଲଚଲ
ନିର୍ବାଚନ ଖବର

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ! ସମ୍ବିତ ପାତ୍ରଙ୍କ ଏପରି ବିବୃତ୍ତି ନେଇ ରାଜନୀତିରେ ହଲଚଲ

May 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ! ସମ୍ବିତ ପାତ୍ରଙ୍କ ଏପରି ବିବୃତ୍ତି ନେଇ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ପରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବୃତିକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ସେ ଏକ ଟିଭି ଚ୍ୟାନେଲକୁ ବାଇଟ ଦେଇ କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ।ଏହାକୁ ନେଇ ଓଡିଶା ତଥା ଜାତୀୟ ରାଜନୀତିରେ ବେଶ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଛି।

ସେ କହିଛନ୍ତି ଯେ, ରୋଡ ସୋରେ ମୋଦୀଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଆସିଛନ୍ତି। “ପ୍ରଭୃ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ”। ଏପରି ସମାବେଶ ଦେଖି ମୁଁ ବେଶ ଭାବ ବିହ୍ବଳ ହୋଇପଡିଛି ବୋଲି ସମ୍ବିତ କହିଛନ୍ତି। ଜାତୀୟ ସ୍ତରର ଜଣେ ପ୍ରତିଷ୍ଠିତ ନେତା ତଥା ଜଣେ ଭଲ ପ୍ରବକ୍ତା ଭାବେ ପରିଚିତ ସମ୍ବିତଙ୍କ ଏପରି ବିବୃତି ନେଇ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତିରେ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି।

ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାତୀୟ କଂଗ୍ରେସ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ମୁଁ ବିଜେପିର ଏହି ବିବୃତ୍ତିକୁ ଦୃଢ ନିନ୍ଦା କରୁଛି। ସେମାନେ ଭାବିବା ଆରମ୍ଭ କରିଛନ୍ତି ଯେ, ସେମାନେ ଇଶ୍ବରଙ୍କଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଅଛନ୍ତି। ଏହା ହେଉଛି ଅହଂକାରର ପରାକାଷ୍ଠା। ଭଗବାନଙ୍କୁ ମୋଦୀଙ୍କ ଭକ୍ତ ବୋଲି କହିବା ଭଗବାନଙ୍କ ପ୍ରତି ଅପମାନ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମହାପ୍ରଭୂ ଶ୍ରୀ ଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ପ୍ରଭୁ। ମହାପ୍ରଭୂଙ୍କୁ ଜଣେ ବ୍ୟକ୍ତିଙ୍କର ଭକ୍ତ ବୋଲି କହିବା ଭଗବାନଙ୍କ ପ୍ରତି ଘୋର ଅପମାନ। ସେ କହିଛନ୍ତି ଯେ, ଏଭଳି ବିବୃତ୍ତି ସମଗ୍ର ବିଶ୍ୱରେ ଜଗନ୍ନାଥ ପ୍ରେମୀ ତଥା ଓଡିଆ ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଆଘାତ ଦେଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ସବୁଠାରୁ ବଡ ତଥା ସର୍ବଶ୍ରେଷ୍ଠ ପ୍ରତୀକ। ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଦେଇଥିବା ବିବୃତ୍ତିକୁ ମୁଁ ଦୃଢ ନିନ୍ଦା କରୁଛି। ଏହା ସହିତ ସେ କହିଛନ୍ତି ଯେ, ଭଗବାନଙ୍କୁ ନେଇ କୌଣସି ରାଜନୈତିକ ବାକ୍ୟ ନ କହିବା ପାଇଁ ମୁଁ ବିଜେପିକୁ ନିବେଦନ କରୁଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା କରିବା ଦ୍ଵାରା ଆପଣ ଓଡିଆ ଅସ୍ମିତାକୁ ଗଭୀର ଭାବେ ଆଘାତ ଦେଇଛନ୍ତି ଏବଂ ଓଡିଶାର ଲୋକମାନେ ଏହାକୁ ଦୀର୍ଘ ଦିନ ଧରି ମନେ ରଖିବେ ଏବଂ ଏହାକୁ ନିନ୍ଦା କରିବେ। ପ୍ରଭୃ ଜଗନ୍ନାଥଙ୍କୁ ରାଜନୀତିରୁ ଦୂରେଇ ରଖିବା ପାଇଁ ମୁଁ ବିଜେପି ନେତାଙ୍କୁ ନିବେଦନ କରୁଛି ବୋଲି ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି।

କଂଗ୍ରେସ ନେତା ଶ୍ରୀନିବାସ ବିବି ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଏହି ଭିଡିଓକୁ ସେୟାର କରିଛନ୍ତି। ଏହି ଭିଡିଓରେ ସମ୍ବିତ ପାତ୍ର ଭଗବାନ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି ବର୍ଣ୍ଣନା କରିବାକୁ ଦୃଢ ନିନ୍ଦା କରିଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ମଧ୍ୟ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ମୋଦୀଙ୍କର ଜଣେ ଭକ୍ତ। ବିଜେପି ଲୋକଙ୍କର କ’ଣ ହୋଇଛି? ଆମର ଆରାଧ୍ୟ ଭଗବାନଙ୍କ ପ୍ରତି ଏପରି ଅପମାନ? ଏହି ଅହଂକାର ଏଥର ଶେଷ ହେବ ବୋଲି ସେ କହିଛନ୍ତି।

ପୂର୍ବ ନିର୍ବାଚନରେ ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୃତିକୁ ନେଇ ରାଜନୀତି କରିଥିଲେ। କେତେବେଳେ ଜଗନ୍ନାଥଙ୍କ ମୃତିକୁ ମୁଣ୍ଡରେ ଧରି, କେତେବେଳେ କୋଳରେ ଧରି କଣ୍ଢେଇ ନଚାଇବା ପରି ବ୍ୟବହାର ପ୍ରଦର୍ଶନ କରିଥିଲେ। ସେତେବେଳେ ସେ ସମସ୍ତଙ୍କୁ ପ୍ରଭୃ ଜଗନ୍ନାଥ ମୋତେ ଡାକିଛନ୍ତି ଏବଂ ମୋଦୀ ପଠାଇଛନ୍ତି ବୋଲି କହି ବୁଲୁଥିଲେ। ଯାହାକୁ ନେଇ ସେ ସମୟରେ ଏହାକୁ ବେଶ ସମାଲୋଚନା କରାଯାଇଥିଲା। ଏଥର ନିର୍ବାଚନରେ ସେ ସେଥିରୁ ନିବୃତ ରହିଥିଲେ ମଧ୍ୟ ବର୍ତ୍ତମାନର ଏହି ବିବାଦୀୟ ବିବୃତି ତାଙ୍କ ପାଇଁ ବୁମେରାଂ ହୋଇଛି।

Arvind Kejriwal Breaking News Elections 2024 Lok Sabha Elections Lok Sabha Elections 2024 Lord Jagannatha Naveen Patnaik pm modi sambit patra
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Latest News

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.