Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଯାଜପୁରରେ କୌଣସି ଉପନିର୍ବାଚନ ହେବାର ନାହିଁ, ବିଧାୟିକା କହିଲେ ମୋର ଇସ୍ତଫା ଦେବାର ନାହିଁ
ନିର୍ବାଚନ ଖବର

ଯାଜପୁରରେ କୌଣସି ଉପନିର୍ବାଚନ ହେବାର ନାହିଁ, ବିଧାୟିକା କହିଲେ ମୋର ଇସ୍ତଫା ଦେବାର ନାହିଁ

October 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯାଜପୁରରେ କୌଣସି ଉପନିର୍ବାଚନ ହେବାର ନାହିଁ, ବିଧାୟିକା କହିଲେ ମୋର ଇସ୍ତଫା ଦେବାର ନାହିଁ

ଭୁବନେଶ୍ବର: ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ଆଉ ସେଠାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ଛିଡା ହେବେ। ଏହାକୁ ନେଇ ଓଡିଶା ରାଜନୀତି ପଡୁଛି ଉଠୁଛି। ହେଲେ ଏହାକୁ ଖଣ୍ଡନ କରିଛି ବିଜେଡି ଏବଂ ଖୋଦ ବିଧାୟିକା ସୁଜାତା ସାହୁ।

କେତେକ ଗଣମାଧ୍ୟମରେ ପ୍ରସାର କରାଯାଇଥିଲା ଯେ, ବବି ଦାସ ସୁଜାତା ସାହୁଙ୍କୁ ଯାଜପୁରର ବିଧାୟକରୁ ଇସ୍ତଫା କରାଇ ସେଠାରେ ଉପନିର୍ବାଚନ କରାଇବେ। ଆଉ ସେହି ସ୍ଥାନରେ ନିଜେ ବବି ଛିଡା ହୋଇ ପୁଣି ବିଧାନସଭାକୁ ଆସିବେ ବୋଲି ଏକ ବଡ ପ୍ଲାନ କରିଛନ୍ତି। ଏଥିରେ ଗତକାଲି ବବି ନିଜେ ଯାଜପୁରରୁ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିବା ପରେ ଏହି ଆଶଙ୍କା ଦୃଢିଭୂତ ହୋଇପଡିଥିଲା।

ହେଲେ ଆଜି ବିଜେଡି ତଥା ଖୋଦ ବିଧାୟିକା ସୁଜାତା ସାହୁଙ୍କ ବୟାନ ଆସିବା ପରେ ତାହା ଭୁଲ ବୋଲି ପ୍ରମାଣିତ ହୋଇଛି। ଯାଜପୁର ବିଜେଡି ସଭାପତି ସରୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାଜପୁରରେ କୌଣସି ଉପନିର୍ବାଚନ ହେବ ନାହିଁ। ସେହିପରି ଖୋଦ ବିଧାୟିକା ସୁଜାତା ସାହୁ ମଧ୍ୟ ସେ ଇସ୍ତଫା ଦେବାର ନାହିଁ ବୋଲି କହିଛନ୍ତି। ସେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ଦଳ ତରଫରୁ ସେମିତି କୌଣସି ନିର୍ଦ୍ଦେଶ ଆସି ନାହିଁ।

ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ଗଣେଶ୍ବର ବେହେରା ମଧ୍ୟ ଏହା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ବବି ହେଉଛନ୍ତି ଜଣେ ଲଢୁଆ ନେତା। ସେ ଯାଜପୁରବାସୀଙ୍କ ପାଇଁ ଲଢେଇ କରିବେ। ହେଲେ ସେ କହି ନାହାଁନ୍ତି ଯେ, ନିର୍ବାଚନ ଲଢେଇ କରିବେ। ତେଣୁ ତାଙ୍କ ଭାଷଣକୁ ବିଭିନ୍ନ ସ୍ତରରେ କଦର୍ଥ କରାଯାଉଛି ବୋଲି ଗଣେଶ୍ବର କହିଛନ୍ତି।

ପ୍ରଣବ ପ୍ରକାଶ ଦାସ ବବି ଦାସ ସୁଜାତା ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026

ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ଥିବା ମାମଲାକୁ ରାଜ୍ୟ ସରକାର ଚାହିଁଲେ ପ୍ରତ୍ୟାହାର କରିପାରିବେ

August 4, 2026

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026
Latest News

ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

August 4, 2026

NEET UG OMR ସିଟ୍ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛଅ ପରୀକ୍ଷାର୍ଥୀ

August 4, 2026

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା JEE ଏବଂ NEET କୋଚିଂ ପ୍ରଦାନ କରିବାକୁ ଦିଲ୍ଲୀ ସରକାରଙ୍କ ଘୋଷଣା

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.