ଭୁବନେଶ୍ଵର: ଓଡିଶାର ଏକମାତ୍ର ନିର୍ବାଚନ ମଣ୍ଡଳୀ ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଦ୍ଵିତୀୟ ପର୍ଯ୍ୟାୟ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ ୧୦,୪୩୬ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୦୨୩ ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ ୨୨୩୪ ଭୋଟ ମିଳିଛି।
ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୭୪୧୩ ଭୋଟରେ ଆଗରେ ଅଛନ୍ତି।


