Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ
ଆଜିର ଖବର

କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ

August 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ

ଭୁବନେଶ୍ୱର, ‘ପୁଣ୍ୟ ବ୍ରହ୍ଣ’ ଶୀର୍ଷକରେ କବି ନିରଞ୍ଜନ ସେଠୀଙ୍କ ଦ୍ୱାରା ରଚିତ ଏବଂ ଶ୍ରୀଚରଣଙ୍କ କଣ୍ଠରେ ଆଉ ଗୋଟିଏ ଗୀତ “ସୁନା ଠାକୁର” ଲୋକାର୍ପିତ ହୋଇଛି । ଆଜି ମଧ୍ୟ ‘ସ୍ମୃତି ନୀଡ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ରଚିତ ପାଂଚୋଟି ଆଧୁନିକ ସଂଗୀତ ଲୋକାର୍ପିତ ହୋଇଛି । ଜହ୍ମକୁ ମାଗୁଛି…ଶଶାଙ୍କ ଶେଖର, ଆକାଶରୁ ଜହ୍ନ….କରୁଣାକର, ପଖାଳ କଂସା…ଲୋପାମୁଦ୍ରା, ଭାବିଛି ମୁଁ ମନେ….ବିବୁ ଦାସ, ଲବଙ୍ଗ ଦ୍ୱୀପ…ଶ୍ରୀଚରଣ ପ୍ରଭୃତି କଣ୍ଠଶିଳ୍ପୀଙ୍କର ସୁଲଳିତ କଣ୍ଠରେ ଗୀତଗୁଡିକ ଅତ୍ୟନ୍ତ ଚମତ୍କାର ଓ ହୃଦୟସ୍ପର୍ଶୀ ହୋଇଛି । ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକଦେବ ଓ ସୌମ୍ୟ ସୋଭାଗ୍ୟ । ସଂଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ । ପୂର୍ବରୁ ଛଅଟି ଭକ୍ତି ସଂଗୀତର ଲୋକାର୍ପଣ ହୋଇ ସାରିଛି।

ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ, ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ କହିଲେ ଯେ, ଅପରୂପ ଶବ୍ଦ ବିନ୍ୟାସରେ ଶ୍ରୀ ନିରଞ୍ଜନ ସେଠୀଙ୍କ ରଚିତ ସମସ୍ତ ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କର କଣ୍ଠର ଯାଦୁକରୀ ସ୍ପର୍ଶରେ ଗୀତଗୁଡିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଆମୋଦଦାୟକ ହୋଇଛି, ଯାହାକି ଶ୍ରୋତାମାନଙ୍କୁ ନିଶ୍ଚିତ ମୋହାଚ୍ଛନ୍ନ କରିବ । ଓଡିଆ ସଂଗୀତ ଜଗତକୁ ଏହା ଅପୂର୍ବ ଅବଦାନ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ମିରାମ୍ବିକା ଇଭେଣ୍ଟସ୍ ଓ ସାଇସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏଇ ସବୁ ଭକ୍ତି ସଂଗୀତ ଓ ଆଧୁନିକ ସଂଗୀତ ପ୍ରସ୍ତୁତ କରାଯାଇଛି ।

ନିରଞ୍ଜନ ସେଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.