Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୪ରେ ମୁକ୍ତି ଲାଭ କରୁଛି “ମନ ମୋ ନେଇ ଗଲୁରେ”: ଅଡିଓ ରିଲିଜ୍‌ରେ ଏକାଠି ହେଲେ କଳାକାର
ଆଜିର ଖବର

୧୪ରେ ମୁକ୍ତି ଲାଭ କରୁଛି “ମନ ମୋ ନେଇ ଗଲୁରେ”: ଅଡିଓ ରିଲିଜ୍‌ରେ ଏକାଠି ହେଲେ କଳାକାର

October 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’। ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଆସନ୍ତା ୧୪ରେ ମୁକ୍ତିଲାଭ କରୁଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବିସିଏସ୍ କ୍ୟାମ୍ପସ୍‌ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍ କରିଥିଲେ। ଏଥି ସହିତ ସୁମା ରିଅଲ୍ ମିଡିଆର ମ୍ୟୁଜିକ୍ ଚ୍ୟାନେଲ୍ ‘ଏସ୍‌ଆର୍‌ଏମ୍‌’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ସିନେ ନିର୍ମାଣ ଟିମ୍ ଚଳଚ୍ଚିତ୍ର ସମ୍ପର୍କରେ ଅନୁଭୂତି ବଖାଣି ଥିଲେ। ଏହି ଅବସରରେ ସୁମା ରିଅଲ୍ ମିଡିଆର ସିଇଓ ତଥା ସିନେମାର ପ୍ରଯୋଜକ ସୁନୀଲ ଦାସ କହିଥିଲେ ଯେ ପ୍ରଫେସର ନାୟକଙ୍କ ପ୍ରେରଣା ଓ ତତ୍ୱାବଧାନରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଏହା ସଂସ୍ଥାର ଦ୍ୱିତୀୟ ଚଳଚ୍ଚିତ୍ର। ପ୍ରଥମ ଚଳଚ୍ଚିତ୍ର ଥିଲା ‘ଫେରିଆ’। ଯାହକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୬ଟି ପୁରସ୍କାର ପାଇବା ସହ ସଫଳତା ସାଉଁଟି ଥିଲା।

ଚଳଚ୍ଚିତ୍ରର କାହାଣୀକାର ଦିଲ୍ଲୀପ କୁମାର ଦାସ କହିଛନ୍ତି, ଏଥିରେ ଅନେକ ସାମାଜିକ ବାର୍ତ୍ତା ରହିଛି। ତା’ ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି, ତାହା ଚିତ୍ରଣ କରାଯାଇଛି। ଯାହାକୁ ଦେଖି ସେନ୍‌ସର୍ ବୋର୍ଡ ସଦସ୍ୟ ବହୁ ପ୍ରଶଂସା କରିଛନ୍ତି।

ସିନେମାର ନିର୍ଦ୍ଦେଶକ ତଥା ଓଲିଉଡ ଗିମିକ୍ ମାଷ୍ଟର୍ ଡ. ସଞ୍ଜୟ ନାୟକ କହିଛନ୍ତି, ଚଳଚ୍ଚିତ୍ରର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦିଆଯାଇଛି। କଳାକାର ଚୟନ, ସଙ୍ଗୀତ, କାହାଣୀ, ପୋଷାକ, ଲୋକେସନ୍ ଓ ନିର୍ଦ୍ଦେଶନା ସବୁ ଦିଗପ୍ରତି ଧ୍ୟାନ ଦିଆଯାଇଛି। କରୋନା କାରଣରୁ ଦୀର୍ଘସମୟ ପ୍ରେକ୍ଷାଳୟ ବନ୍ଦ ରହିଥିଲା। ଏବେ ସ୍ଥିତି କିଛିଟା ସାଧାରଣ ହେବାକୁ ଯାଉଛି। ତେଣୁ ଦଶହରାରେଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇବ ବୋଲି ଆଶା କରାଯାଏ।

ସବୁ ରେକର୍ଡ ଭାଙ୍ଗି ଏକ ନୂଆ କୀର୍ତିମାନ ସ୍ଥାପନ ହେବ ବୋଲି ପୁରା ଟିମ୍ ଆଶାବାଦୀ ଅଛନ୍ତି। ସିନେମାର ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ କହିଛନ୍ତି, ମୋ କ୍ୟାରିଅରର ପ୍ରଥମ ସିନେମା ଦଶହରା ପୂଜାରେ ରିଲିଜ୍ ହେଉଛି। ଏଥିପାଇଁ ମୁଁ ଯେତିକି ଉତ୍ସାହିତ ତା’ଠୁ ବେଶି ଖୁସି ଦୀର୍ଘଦିନ ପରେ ପୁଣି ପ୍ରେକ୍ଷାଳୟ ପୂରି ଉଠିବାକୁ ଯାଉଛି। ସିନେମାର ଶୀର୍ଷକ ସଙ୍ଗୀତକୁ ମିଶାଇ ମୋଟ୍ ୪ଟି ଗୀତ ରହିଛି। ଚେଷ୍ଟା କରିଛି ପ୍ରତିଟି ଗୀତ ଭିନ୍ନ କରିବାକୁ। କାରଣ ଡ. ସଞ୍ଜୟ ନାୟକଙ୍କ ସିନେମା ମାନେ ଗୀତ ନିଶ୍ଚୟ ହିଟ୍ ଏବଂ ନିଆରା ହେବା ଆବଶ୍ୟକ। ତେଣୁ ସେହି ବିଶ୍ୱାସ ଓ ଭରସା ରଖି ଭଲପାଇବା ଦେବେ ବୋଲି ଆଶା। ଏହାର
ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ନିଜେ ଡ. ସଞ୍ଜୟ ନାୟକ।

ଗାଇଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋତିର୍ମୟୀ ଓ ପ୍ରଜ୍ଞା। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍। ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାସ, ଗୁଡ୍ଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଓ ଅନ୍ୟମାନେ ରହିଛନ୍ତି। ଡ. ସଞ୍ଜୟ ନାୟକ ସିନେମାର ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ମଧ୍ୟ ପ୍ରସ୍ତୁତ କରିଛନ୍ତି। କ୍ୟାମେରା ପରିଚାଳନା ଚେନ୍ନାଇର ଏସ୍‌. ରଞ୍ଜନ କରିଥିବା ବେଳେ ସମ୍ପାଦନା କରିଛନ୍ତି ରଞ୍ଜନ କୁମାର ଖଟେଇ।

ଏହି ଅଡିଓ ରିଲିଜ୍ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସୁମା ରିଅଲ୍ ମିଡିଆର ସେଲ୍ସ ଆଣ୍ଡ୍ ମାର୍କେଟିଂ ଡାଇରେକ୍ଟର ହିମାଂଶୁ ହୋତା ଏବଂ ‘ନ୍ୟୁଜ୍‌-୭’ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ଅନ୍ୟମାନେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ।

ଅଡିଓ ରିଲିଜ୍‌ ଦ୍ୱିତୀୟ ଅବଦାନ ମନ ମୋ ନେଇ ଗଲୁରେ ମନୋଜରଞ୍ଜନ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.