Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମନୋରଂଜନ»ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ‘ଡାଲଚିନି’ର ପ୍ରଯୋଜକ ଓ କଳାକାରଙ୍କୁ ସମ୍ବର୍ଦ୍ଧନା
ମନୋରଂଜନ

ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ‘ଡାଲଚିନି’ର ପ୍ରଯୋଜକ ଓ କଳାକାରଙ୍କୁ ସମ୍ବର୍ଦ୍ଧନା

December 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୌଳିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରରେ ସମାଜର ନିତିଦିନିଆ ଜୀବନର ବାସ୍ତବ ଚିତ୍ର ସୁନ୍ଦର ଭାବରେ ପ୍ରତିଫଳିତ ହୋଇଥାଏ। ବିଗତ ଦିନର ‘ମାୟାମିରିଗ’ ଠାରୁ ଆରମ୍ଭ କରି ବର୍ତ୍ତମାନର ‘ଡାଲଚିନି’ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମୌଳିକ କଥାବସ୍ତୁ ଉପରେ ଆଧାରିତ ହୋଇଥିବାରୁ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି ବୋଲି ସମ୍ବର୍ଦ୍ଧନା ସମାରୋହରେ ମତ ପ୍ରକାଶ ପାଇଛି।

ସମ୍ପ୍ରତି ସିମ୍‌ଳା ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ାଲଚିନି’ର ପ୍ରଯୋଜକ ଓ ଟିମ୍ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପକ୍ଷରୁ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ବକ୍ତାମାନେ ଏହି ମତପୋଷଣ କରିଥିଲେ। ଏହି ମହୋତ୍ସବରେ ୧୭ଟି ଦେଶରୁ ୫୮ଟି ଚଳଚ୍ଚିତ୍ର ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ‘ଡ଼ାଲଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ମନୋନୀତ ହୋଇଛି। ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ସ୍ୱାଗତ ଭାଷଣ ଦେଇ ଡ଼ାଲଚିନିର ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର ଓ ଟେକ୍ନିସିଆନମାନଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଡ଼ାଲଚିନିର ପ୍ରଯୋଜକ ଅତିଶ ରାଉତ, ନିର୍ଦ୍ଦେଶକ ଶିଶିର ସାହୁ, ଶ୍ରୀମତୀ ପିନାକୀ ସିଂହ, ଚିତ୍ରନାଟ୍ୟ ଲେଖକ ଜିତେନ୍ଦ୍ରୀୟ ପ୍ରଧାନ, ଅଭିନେତା ପାର୍ଥସାରଥୀ ରାୟ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ, ସମ୍ପାଦକ ରଶ୍ମିରଞ୍ଜନନ ଦାସ, ଚିତ୍ରଗ୍ରହଣକାରୀ ଯୁଧିଷ୍ଠିର ବେହେରା, ପ୍ରଡ଼କ୍ସନ କଣ୍ଟ୍ରୋଲର ଚନ୍ଦ୍ରମଣି ନାୟକ ପ୍ରମୁଖଙ୍କୁ ଉତ୍ସବରେ ସିନେକ୍ରିଟିକ ଟ୍ରଫି, ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ରବୀନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଶ୍ରୀଧର ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ଜୀ-ସାର୍ଥକର ବଡ଼ ଉପହାର: “ଦେଖନ୍ତୁ ଲଗାତାର ଜିତନ୍ତୁ କାର”

March 23, 2026

ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’

March 21, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Latest News

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.