Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମନୋରଂଜନ»ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ‘ଡାଲଚିନି’ର ପ୍ରଯୋଜକ ଓ କଳାକାରଙ୍କୁ ସମ୍ବର୍ଦ୍ଧନା
ମନୋରଂଜନ

ସିନେକ୍ରିଟିକ ଆସୋସିଏସନ ପକ୍ଷରୁ ‘ଡାଲଚିନି’ର ପ୍ରଯୋଜକ ଓ କଳାକାରଙ୍କୁ ସମ୍ବର୍ଦ୍ଧନା

December 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୌଳିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରରେ ସମାଜର ନିତିଦିନିଆ ଜୀବନର ବାସ୍ତବ ଚିତ୍ର ସୁନ୍ଦର ଭାବରେ ପ୍ରତିଫଳିତ ହୋଇଥାଏ। ବିଗତ ଦିନର ‘ମାୟାମିରିଗ’ ଠାରୁ ଆରମ୍ଭ କରି ବର୍ତ୍ତମାନର ‘ଡାଲଚିନି’ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମୌଳିକ କଥାବସ୍ତୁ ଉପରେ ଆଧାରିତ ହୋଇଥିବାରୁ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି ବୋଲି ସମ୍ବର୍ଦ୍ଧନା ସମାରୋହରେ ମତ ପ୍ରକାଶ ପାଇଛି।

ସମ୍ପ୍ରତି ସିମ୍‌ଳା ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ାଲଚିନି’ର ପ୍ରଯୋଜକ ଓ ଟିମ୍ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପକ୍ଷରୁ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ବକ୍ତାମାନେ ଏହି ମତପୋଷଣ କରିଥିଲେ। ଏହି ମହୋତ୍ସବରେ ୧୭ଟି ଦେଶରୁ ୫୮ଟି ଚଳଚ୍ଚିତ୍ର ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ‘ଡ଼ାଲଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ମନୋନୀତ ହୋଇଛି। ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ସ୍ୱାଗତ ଭାଷଣ ଦେଇ ଡ଼ାଲଚିନିର ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର ଓ ଟେକ୍ନିସିଆନମାନଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଡ଼ାଲଚିନିର ପ୍ରଯୋଜକ ଅତିଶ ରାଉତ, ନିର୍ଦ୍ଦେଶକ ଶିଶିର ସାହୁ, ଶ୍ରୀମତୀ ପିନାକୀ ସିଂହ, ଚିତ୍ରନାଟ୍ୟ ଲେଖକ ଜିତେନ୍ଦ୍ରୀୟ ପ୍ରଧାନ, ଅଭିନେତା ପାର୍ଥସାରଥୀ ରାୟ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ, ସମ୍ପାଦକ ରଶ୍ମିରଞ୍ଜନନ ଦାସ, ଚିତ୍ରଗ୍ରହଣକାରୀ ଯୁଧିଷ୍ଠିର ବେହେରା, ପ୍ରଡ଼କ୍ସନ କଣ୍ଟ୍ରୋଲର ଚନ୍ଦ୍ରମଣି ନାୟକ ପ୍ରମୁଖଙ୍କୁ ଉତ୍ସବରେ ସିନେକ୍ରିଟିକ ଟ୍ରଫି, ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ରବୀନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଶ୍ରୀଧର ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026
Latest News

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.