Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ: ପ୍ରଯୋଜନାରେ ପାଦ ଥାପିଲେ ଝିଲିକ୍
ଆଜିର ଖବର

ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ: ପ୍ରଯୋଜନାରେ ପାଦ ଥାପିଲେ ଝିଲିକ୍

January 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଭିନୟରେ ସେ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ। ବିବାହ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ। ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ କରିଛନ୍ତି ବ୍ୟାକ୍। ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି। ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ।

ନୂଆ ପ୍ରଡକ୍ସନ ହାଉସରେ ତାଙ୍କ ଅଭିନୀତ ନୂଆ ନାରିକୈନ୍ଦ୍ରିକ ଚଳଚ୍ଚିତ୍ର “ରୁଦ୍ରାଣୀ”ର ନାମ ଘୋଷଣା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ନିଜେ ପରିକଳ୍ପନା କରିବା ସହ ପ୍ରଯୋଜନା ଭଳି ଗୁରୁ ଦାୟିତ୍ୱରେ ଅଛନ୍ତି ନିଜେ ଅଭିନେତ୍ରୀ ଝିଲିକ୍।

ପ୍ରଥମେ ବାଙ୍ଗୀୟ ଚଳଚ୍ଚିତ୍ର “ତେମାୟା ଭଲୋ ପାସି ” ଜରିଆରେ ଅଭିନୟ ଜଗତକୁ ଏଣ୍ଟ୍ରି ମାରିଥିବାବେଳେ ସେହି ବର୍ଷ ଅମ୍ଲାନଙ୍କ ବିପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର “ଟାର୍ଗେଟ”ରେ ଦର୍ଶକ ଦେଖି ଥିଲେ ତାଙ୍କୁ। ଏହା ଭିତରେ ୧୪ଟି ଓଡ଼ିଆ ଚଳଚ୍ଚିତ୍ର ସହ ୭ଟି ବଙ୍ଗୀୟ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଲେଣି। ଚଳଚ୍ଚିତ୍ର” ରୁଦ୍ରାଣୀ” ହେବ ତାଙ୍କର ୧୫ ତମ ଚଳଚ୍ଚିତ୍ର।

ଏହି ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଦିଆଯିବା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାନୁଆରୀ ୧୦ରୁ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା।

ସେହିପରି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପରେ ଅଛନ୍ତି ଡ଼. ରଜନୀରଞ୍ଜନ, ପ୍ରଡକ୍ସନ ଡିଜାଇନର ଅଛନ୍ତି ଋତୁରାଜ୍। ଅଭିନୟରେ ଅଛନ୍ତି ଝିଲିକ, ମଣ୍ଟୁ, ଲୋହିତାକ୍ଷ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଜୀବନ ପଣ୍ଡା ,ସୁନୀତା ପ୍ରମୁଖ।

ଝିଲିକ ମୋସନ ପିକ୍ଚର୍ସକୁ ସମାଜସେବୀ ପ୍ରତିମା ଘଡେଇ ଅନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିବାବେଳେ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ )ପ୍ରମୁଖ ଯୋଗଦେଇ ଟାଇଟଲ ଉନ୍ମୋଚନ କରିଥିଲେ। ନିଜେ ଝିଲିକ ସାଥି କଳାକାରଙ୍କ ସହ ଫାଷ୍ଟ ଲୁକ ଲୋକାର୍ପଣ କରିଥିଲେ।

ଓଡିଆ ଚଳଚ୍ଚିତ୍ର ରୁଦ୍ରାଣୀ ଶୁଭମହୁରତ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026

ହର୍ମୁଜ୍ ଖୋଲିଲା ଇରାନ: ଧନ୍ୟବାଦ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

April 17, 2026
Latest News

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.