
ଭୁବନେଶ୍ୱର: ଚଳଚ୍ଚିତ୍ର “ଚକ୍ଷୁବନ୍ଧନ” ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ରଜ ଉପଲକ୍ଷେ ଚଳଚ୍ଚିତ୍ର “ମାୟାବୀ”। ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ। ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ। ତୋ ସତ ଆଉ ମୋ ସତ ଲଢେଇ ଭିତରେ ପ୍ରକୃତ ସତ ହଜିଯାଏ। ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ ତାହା ଗୁଜବ ପାଲଟି ଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବାବେଳେ ନିର୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ।
ପ୍ରଥମ ଥର ପାଇଁ ଅମ୍ଳାନ ଓ ଭୂମିକା ଯୋଡି ଅଭିନୟ କରୁଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା,ସ୍ନେହା(କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର,ଆଲିଭିୟା,କୁନାଲ୍ ପ୍ରମୁଖ।
ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଯଜ୍ଞ ଦାସ, ଚିତ୍ରୋତ୍ତଳନ ଦାୟିତ୍ୱରେ ଧୃବାନନ୍ଦ ପଣ୍ଡା (ଲିଟୁ) ଓ କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ ଓ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲିପ ବଳବନ୍ତରାୟ।
ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗଦେଇ ମହୁରତ କ୍ଲାପ ଦେଇ ଥିଲେ।