Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଚଳଚ୍ଚିତ୍ର “ମାୟାବୀ” ଶୁଭମହୁରତ ପ୍ରଥମ ଥର ଆସିବେ ଅମ୍ଳାନ ଓ ଭୂମିକା ଯୋଡି

ଭୁବନେଶ୍ୱର: ଚଳଚ୍ଚିତ୍ର “ଚକ୍ଷୁବନ୍ଧନ” ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ରଜ ଉପଲକ୍ଷେ ଚଳଚ୍ଚିତ୍ର “ମାୟାବୀ”। ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ। ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ। ତୋ ସତ ଆଉ ମୋ ସତ ଲଢେଇ ଭିତରେ ପ୍ରକୃତ ସତ ହଜିଯାଏ। ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ ତାହା ଗୁଜବ ପାଲଟି ଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବାବେଳେ ନିର୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ।

ପ୍ରଥମ ଥର ପାଇଁ ଅମ୍ଳାନ ଓ ଭୂମିକା ଯୋଡି ଅଭିନୟ କରୁଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା,ସ୍ନେହା(କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର,ଆଲିଭିୟା,କୁନାଲ୍ ପ୍ରମୁଖ।

ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଯଜ୍ଞ ଦାସ, ଚିତ୍ରୋତ୍ତଳନ ଦାୟିତ୍ୱରେ ଧୃବାନନ୍ଦ ପଣ୍ଡା (ଲିଟୁ) ଓ କ୍ରିଏଟିଭ ହେଡ‌ ଅଛନ୍ତି ପ୍ରଣୟ ଜେଠୀ ଓ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲିପ ବଳବନ୍ତରାୟ।

ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗଦେଇ ମହୁରତ କ୍ଲାପ ଦେଇ ଥିଲେ।

Categories
ବିଶେଷ ଖବର ମନୋରଂଜନ ସିନେମା

ଓଡିଆ ସହିତ ବଙ୍ଗଳା ଭାଷାରେ ଆରମ୍ଭ ହେଲା ନୂଆ ଚଳଚିତ୍ର “ଚକ୍ଷୁ ବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ପୂଜା ଅବସରରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେ ବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁ ବନ୍ଧନ” ।

ଅନିଶ୍ ଏଣ୍ଟରନେମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ତପନ କୁମାର ଦାଶ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲୀପ ବଳବନ୍ତରାୟ । ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । କେବଳ ଓଡିଆ ନୁହେଁ ବରଂ ବଙ୍ଗଳା ଭାଷାରେ ମଧ୍ୟ। ଏହି ଫିଲ୍ମ ର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ରାଜେନ୍ଦ୍ର ମହାନ୍ତ।

ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଅଭିଜିତ ମଜୁମଦାର ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ପ୍ରତିଟି ଗୀତ ଖୁବ ମନଛୁଆଁ ତଥା ଅର୍ଥବୋଧକ ହୋଇପାରିଛି ।

ପୂର୍ବରୁ ଅନେକ ଓଲିଉଡ ଫିଲ୍ମ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିଲାବେଳେ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଥିଲା । ତେବେ ରଜ ଅବସରରେ ରିଲିଜ୍ ହେବାକୁ ଥିବା ଫିଲ୍ମ “ଚକ୍ଷୁବନ୍ଧନ” ନିଶ୍ଚିତ ଭାବେ ଦର୍ଶକଙ୍କ ନିକଟରେ ସଫଳତା ହାସଲ କରିବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।