Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝିଲିକ ମୋସନ ପିକ୍‌ଚର ଡବଲ ଧମାକା
ଆଜିର ଖବର

ଝିଲିକ ମୋସନ ପିକ୍‌ଚର ଡବଲ ଧମାକା

April 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶର: ଝିଲିକ ମୋସନ ପିକ୍‌ଚର୍ସ ଦର୍ଶକଙ୍କ ପାଇଁ ଭେଟି ଦବାକୁ ଯାଉଛି ଡବଲ ଧମାକା। ଗୋଟିଏ ଦିନରେ ଦୁଇଟି ଚଳଚ୍ଚିତ୍ରର ମହୁରତ କରିଛି ଝିଲିକ ମୋସନ ପିକ୍‌ଚରସ। ଆଜି ଭୁବନେଶ୍ୱର ଠାରେ ଦୁଇଟି ଯାକ ଚଳଚ୍ଚିତ୍ରର ଶୁଭମହୁରତ ଅନୁଷ୍ଠିତ ହୋଇଛି। ଏହି ଦୁଇଟି ସିନେମା ମଧ୍ୟରୁ ଗୋଟିଏର ନାଁ ରହିଛି ତୋର ମୋର କଟି ଓ ଅନ୍ୟଟିର ନାଁ ରହିଛି ପ୍ରିୟେ ତୁ ମୋର ସିଏ। ତୋର ମୋର କଟି ଚଳଚ୍ଚିତ୍ରର ମୂଖ୍ୟ ଭୁମିକାରେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ନଜର ଆସିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶୈଳେନ୍ଦ୍ର, ଶୀତଲ, ଟୁକୁନା ଷ୍ଟାଇଲିସ, ସୁଦୀପ୍ତ, କାଳିଆ ଷଣ୍ଢ, ଜୀବନ ପଣ୍ଡା, ଐଶ୍ୱର୍ଯ୍ୟା, ସୁଧାଂଶୁ ମୋହନ ସାହୁ, ଟୁଟୁ ନାୟକ ପ୍ରମୁଖ ନଜର ଆସିବେ।

ସେହିପରି ଦ୍ୱିତୀୟ ସିନେମା ପ୍ରିୟେ ତୁ ମୋର ସିଏରେ ଅମ୍ଳାନ ନାୟକ ଭୂମିକାରେ ନଜର ଆସିଥିବା ବେଳେ ଏଲିନା ଓ ବବି ମିଶ୍ର ମଧ୍ୟ ନଜର ଆସିବେ। ଏମାନଙ୍କ ସହ ସୋମା ଭୌମିକ, ଅମର, ଗୁଡୁ, ଧରିତ୍ରୀ ଖଣ୍ଡୁଆଳ, ପୃଥ୍ୱୀରାଜ ନାୟକ, ଟିଲୁ ଭାଇ ଓ ଇଲୁ ବାନାର୍ଜୀ ପ୍ରମୁଖ ଅଭିନୟ କରିଛନ୍ତି। ରମେଶ ରାଉତ ତୋର ମୋର କଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ସେହିଭଳି ପ୍ରିୟେ ତୁ ମୋର ସିଏ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଏଥିରେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଉଭୟ ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱ ସମ୍ଭାଳିଛନ୍ତି ଅଭିନେତ୍ରୀରୁ ପ୍ରଯୋଜନାରେ ପାଦ ଥାପିଥିବା ଝିଲିକ ଭଟ୍ଟାଚାର୍ଯ୍ୟ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପ୍ରତିମା ଘଡେଇ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ, ଅନ୍ୟମାନଙ୍କ ଭିତରେ ପ୍ରଯୋଜକ ଟୁଟୁ ନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ଝିଲିକ ମୋସନ ପିକ୍‌ଚର ବ୍ୟାନରରେ ରୁଦ୍ରାଣୀ ଓ କିସମିସ ସୁଟିଂ ଶେଷ ହୋଇ ରିଲିଜ ଅପେକ୍ଷାରେ ରହିଛି। ଆଗାମୀ ରଥଯାତ୍ରାରେ ରୁଦ୍ରାଣୀ ସିନେମାଟି ମୁକ୍ତିଲାଭ କରିବ ବୋଲି ପ୍ରାଯୋଜନା ସଂସ୍ଥା ଘୋଷଣା କରିସାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026
Latest News

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.