ଆଜି ରିଲିଜ୍ ହେବ ଓଡିଆ ଚଳଚ୍ଚିତ୍ର ‘ଲଭ୍ ଫିଭର୍’

Published: May 20, 2022, 6:20 am IST

ଭୁବନେଶ୍ବର: ମୁନ୍ ଟିଭି ମୁଭିଜ୍‌ର ସପ୍ତମ ଚଳଚ୍ଚିତ୍ର ‘ଲଭ୍ ଫିଭର୍‌’ ଆଜି ସାରା ଓଡ଼ିଶାର ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ଫିଲ୍ମର ପ୍ରଯୋଜନା କରିଛନ୍ତି। ପି. କୁମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସଚ୍ଚିକାନ୍ତଙ୍କ କାହାଣୀ ଆଧାରରେ ‘ଲଭ୍ ଫିଭର୍’ର ଚିତ୍ରନାଟ୍ୟ ଲେଖିବା ସାଙ୍ଗକୁ ଚନ୍ଦନ ଜାନା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ମେଲ୍ ଲିଡ୍ ଓ ଫିମେଲ୍‌ ଲିଡ୍ ଭାବେ ରାଜବୀର ଓ ବନ୍ଦନା ପରମାଣିକ ଅଭିନୟ କରିଛନ୍ତି।

ଅନ୍ୟାନ୍ୟ ଚରିତ୍ରରେ ଦର୍ଶକ ଅକ୍ଷୟ ଦାଶ, ସନ୍ତୋଷ ନାୟକ, ମୀନକେତନ, ଅଶ୍ରୁମୋଚନ, ଅସିତ ପତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସୁଜାତା, ତାନ୍ତ୍ର ପ୍ରମୁଖଙ୍କୁ ଦେଖିବେ। ପ୍ରଣୟ ଜେଠୀ କ୍ରିଏଟିଭ୍ ହେଡ୍ ଅଛନ୍ତି।

ଏହା ପୂର୍ବରୁ ମୁନ୍ ଟିଭି ମୁଭିଜ୍ ପକ୍ଷରୁ ‘ଝିଅଟା ବିଗିଡ଼ିଗଲା’, ‘ବଜରଙ୍ଗୀ’, ‘ହୀରାଲାଲ୍ ମୋତିଲାଲ୍’, ‘ସୁନ୍ଦର ଗଡ଼ର ସଲମାନ୍‌ ଖାନ୍’ ପ୍ରମୁଖ ଚଳଚ୍ଚିତ୍ର ମୁକ୍ତିଲାଭ କରି ବେଶ୍ ଲୋକପ୍ରିୟତା ହାସଲ କରିଛି।

Related posts