Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ଏକ ଅଭିନବ ପ୍ରୟାସ: ‘ନାଲି ବିନ୍ଦୁ’ ଅଭିଯାନ
ଆଜିର ଖବର

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ: ‘ନାଲି ବିନ୍ଦୁ’ ଅଭିଯାନ

June 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଜୀ ସାର୍ଥକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ। ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି। ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏ ନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ କରୁଥିବାରୁ ରଜପର୍ବ ଠାରୁ ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକ ‘ନାଲିବିନ୍ଦୁ’ କ୍ୟାମ୍ପେନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ ହୋଇଛି।

ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି। ମାସକୁ ଅନ୍ୟୁନ ୫ ଦିନ କିଶୋରୀମାନେ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ। ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି। ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଥିବା ବେଳେ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି। ରଜପର୍ବରେ ଧରଣୀରାଣୀ ରଜସ୍ୱିଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ଏହି ପର୍ବରେ ଏଭଳି ମହାନ ଅଭିଯାନ ଆରମ୍ଭ କରି ଜୀ ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କେବଳ ସେତିକି ନୁହେଁ ‘ନାଲି ବନ୍ଧୁ’ ସ୍ଲୋଗାନ ସହ କିଶୋରୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆହ୍ୱାନ ଦେଇଛି ଜୀ ସାର୍ଥକ।

ଜୀ ସାର୍ଥକର ଏହି ଅଭିନବ ଅଭିଯାନ ସମ୍ପର୍କରେ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ କୁହନ୍ତି, “ ଓଡିଶାରେ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବାକୁ ଏଭଳି ଏକ ଅଭିଯାନ ଆମେ ଆରମ୍ଭ କରିଛୁ। ଏହାଦ୍ୱାରା ସଚେତନତା ବଢ଼ିବା ସହ ଲୋକମାନଙ୍କ ସହ ଯୋଗାଯୋଗ ବୃଦ୍ଧି ହୋଇପାରିବ। ସେହିଭଳି ଆମେ ସମସ୍ତେ ଚାହିଁଲେ ପ୍ରତିମାସରେ ଛାତ୍ରୀମାନଙ୍କୁ ୫ ଦିନ ସ୍କୁଲ ବନ୍ଦ କରିବାରୁ ରୋକା ଯାଇପାରିବ। ଏ ଦିଗରେ ଆମ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡିବ। ଜୀ ସାର୍ଥକ ଏନେଇ ‘ନାଲି ବନ୍ଧୁ’ ଅଭିଯାନ ଆରମ୍ଭ କରିଛି , ଯେଉଁଥିରେ ସାଧାରଣ ଲୋକେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ।”

ଅଭିନବ ପ୍ରୟାସ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026
Latest News

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.