Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ରୋଚକ ମୋଡରେ ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ 
ଆଜିର ଖବର

ଏବେ ରୋଚକ ମୋଡରେ ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ 

September 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’। ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା ସିରିୟଲକୁ ଓଡିଶାବାସୀ ଅନେକ ଭଲପାଇବା ଦେଇଛନ୍ତି। ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଇଶ୍ୱରଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ। ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ। ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

ଜଣେ ମହାଦେବଙ୍କ ଅଂଶ। ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ। ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା। ଜଣେ ମା କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର। ଡାଃ ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ଗୋଟିଏ ଗାଉଁଲି ଝିଅ। ହେଲେ ସଂସାର କିନ୍ତୁ ଦୁଇ ଦେବଅଂଶଙ୍କ ମିଳନ ଅପେକ୍ଷାରେ। ତେବେ ସଂଯୋଗବଶତଃ ଶିବ ପାର୍ବତୀ ଦୁହେଁ ନିକଟତର ହୋଇ ଉଭୟଙ୍କ ଭିତରେ ସୃଷ୍ଟି ହୋଇଛି ସମ୍ପର୍କ। ପ୍ରଥମେ ତିକ୍ତତାରୁ ଆରମ୍ଭ ହୋଇଥିବା ସମ୍ପର୍କ ଧିରେ ଧିରେ ମଧୁର ହେବା ଆରମ୍ଭ କରେ। କିନ୍ତୁ ଏହାରି ଭିତରେ ସେମାନଙ୍କ ସମ୍ପର୍କ ଭିତରେ ପଶି ଆସିଛି ଗାଁ ସରପଞ୍ଚ ସନାତନ। ସମ୍ପର୍କର ରାସ୍ତାରେ ସରପଞ୍ଚ ବାଧା ଦେବାରେ ସଫଳ ହେଉଛି କି ନାହିଁ ତାକୁ ନେଇ କାହାଣୀ ଆଗକୁ ବଢ଼ୁଛି।

ଗୋଟିଏ ପଟେ ପାର୍ବତୀ ସାମ୍ନାରେ ତା ପରିବାରର ଇଜ୍ଜତ ଆଉ ଗୋଟିଏ ପଟେ ଡାଃ ଶିବପ୍ରସାଦ। କାହାର ହେବ ପାର୍ବତୀ ? କଣ ସତରେ ଶିବପ୍ରସାଦଙ୍କୁ ରାସ୍ତାରୁ ହଟାଇପାରିବ ସନାତନ? ପାର୍ବତୀର ପରିବାର ଏବେ କରିବେ କଣ? ଶିବ ଓ ପାର୍ବତୀଙ୍କ ମିଳନ ପାଇଁ ଆଗକୁ କଣ ସବୁ ଘଟୁଛି ତାହା କାହାଣୀରେ ଅତି ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ପାର୍ବତୀ ଭୂମିକାରେ ଚୁଲବୁଲି ଅଭିନେତ୍ରୀ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡାଃ ଶିବପ୍ରସାଦ ଭୂମିକାରେ ନଜର ଆସିଛନ୍ତି ଆଲୋକ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରସାଦ ଭୂମିକାରେ ବିରେନ ମିତ୍ର, ଶୈଳଭାମା ଭୂମିକାରେ ଛନ୍ଦିତା ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ଏହି ଲୋକପ୍ରିୟ ଧାରାବାହିକ ‘ମା ଯାହାର ସାହା’।

‘ମା ଯାହାର ସାହା’ ଜୀ ସାର୍ଥକ ମେଗା ସିରିୟଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.