Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ବିଜେତା ଘୋଷଣା
ଆଜିର ଖବର

ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ବିଜେତା ଘୋଷଣା

September 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍‌ର ଟ୍ରେଣ୍ଡ୍‌ସ ପକ୍ଷରୁ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ୨୦୨୨ର ବିଜେତା ଘୋଷଣା କରାଯିବା ସହ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ଆକର୍ଷଣୀୟ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ପ୍ରତିଯୋଗିତାର ସମସ୍ତ ନଅ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା ଯେଉଁଥିରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗ ଦେଇଥିଲେ।
ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ସେଲ୍‌ଫି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା ମିଶ୍ର।

ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ଚିତ୍ରାଙ୍କନ ପ୍ରତିଯୋଗିତାର ୫-୧୦ ବର୍ଷ ବୟସ ବର୍ଗର କଟକର ରୁପ୍‌ସା ନାୟକ ପ୍ରଥମ ପୁରସ୍କାର ଜିତିଥିବା ବେଳେ ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ କଟକର ସାଗରିକା ସାମଲ ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି। ୫-୧୦ ବର୍ଷ ବୟସ ବର୍ଗରେ ନିମାପଡ଼ାର ସିଦ୍ଧି ବୈଷ୍ଣବୀ ଓ ଭୁବନେଶ୍ୱରର ଆଦ୍ୟାଶା ବିଶ୍ୱାଳ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି। ସେହିପରି ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାରାଦୀପର ସ୍ନେହା ଚମ୍ପତି ଓ ଅନୁଗୁଳର ପ୍ରିୟା ନାୟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି।

ସମସ୍ତ ପ୍ରଥମ ପୁରସ୍କାର ବିଜେତା ପ୍ରତ୍ୟେକ ୩୧,୦୦୦ ଟଙ୍କା ମୂଲ୍ୟର ପୁରସ୍କାର ଜିତିଥିବା ବେଳେ ଦ୍ୱିତୀୟ ପୁରସ୍କାର ବିଜେତାମାନେ ପ୍ରତ୍ୟେକ ୨୧,୦୦୦ ଟଙ୍କା ମୂଲ୍ୟର ପୁରସ୍କାର ଓ ତୃତୀୟ ପୁରସ୍କାର ବିଜେତାମାନେ ପ୍ରତ୍ୟେକ ୧୧,୦୦୦ ଟଙ୍କା ମୂଲ୍ୟର ପୁରସ୍କାର ଜିତିଛନ୍ତି।
ଏହି ସ୍ୱତନ୍ତ୍ର ଧରଣର ପ୍ରତିଯୋଗିତା ପାଇଁ ସାରା ରାଜ୍ୟରୁ ବିପୁଳ ଓ ଉତ୍ସାହଜନକ ସମର୍ଥନ ମିଳିଥିଲା ଏବଂ ଦିଆଯାଇଥିବା ହ୍ୱାଟସ୍‌ଆପ୍ ନମ୍ବର ତଥା ୱେବସାଇଟ୍‌ରେ ହଜାର ହଜାର ସଂଖ୍ୟାରେ ଆବେଦନ ଆସିଥିଲା।

ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫର ସହିତ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ପାଇଁ ଟ୍ରେଣ୍ଡ୍‌ସ ପକ୍ଷରୁ ଆବେଦନ ଆହ୍ୱାନ କରାଯାଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀଙ୍କୁ ପ୍ରଭୁ ଗଣେଶଙ୍କ ଚିତ୍ର ଅଙ୍କନ କରି ତାହାକୁ ସେୟାର କରିବା କିମ୍ବା ପ୍ରଭୁ ଗଣେଶଙ୍କ ସହିତ ସେଲ୍‌ଫି ଉଠାଇ ତାହାକୁ ସେୟାର କରିବାକୁ କୁହାଯାଇଥିଲା।

ଟ୍ରେଣ୍ଡ୍‌ସ ଭାରତରେ ବାସ୍ତବରେ ଫେସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାୟାର୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପଖରେ ପହଂଚିଛି ଓ ନିଜକୁୁ ଭାରତର ସର୍ବାଧିକ ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି। ଟ୍ରେଣ୍ଡ୍‌ସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ତଥା ବ୍ୟାପକ ବର୍ଗମାଳାର ଗୁଣାତ୍ମକ ମାନର ଫେସନ ସାମଗ୍ରୀ ସେଥିରେ ରହିଛି ଯାହା ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି।

ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଟ୍ରେଣ୍ଡି ଓମେନ୍‌ସ ଓୟାର, ମେନ୍‌ସ ଓୟାର, କିଡ୍‌ସ ଓୟାର ଓ ଫେସନ୍ ଆସେସୋରିଜ୍ ଆଦି ଉଲ୍ଲାସପୂର୍ଣ୍ଣ ମୂଲ୍ୟରେ ପାଇପାରିବେ।

ଟ୍ରେଣ୍ଡ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.