Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିକକ୍ ଶିଶୁମେଳା ଉଦ୍‍ଯାପିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ
ଆଜିର ଖବର

ପିକକ୍ ଶିଶୁମେଳା ଉଦ୍‍ଯାପିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିକକ୍ ଶିଶୁମେଳା ଉଦ୍‍ଯାପିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ

ଭୁବନେଶ୍ୱର: ପିଲାମାନେ ଭଲହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବପର ହେବ । ତେଣୁ ସେମାନଙ୍କୁ ସୁନାଗରିକ ରୂପେ ଗଢିତୋଳିବା ପାଇଁ ଉଭୟ ପରିବାର ଓ ବିଦ୍ୟାଳୟ ସ୍ତରରେ ପ୍ରୟାସ ଜାରି ରହିବା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଉଚିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ଏକାମ୍ରହାଟ ମୁକ୍ତ ମଞ୍ଚରେ ଆୟୋଜିତ ୩୩ ତମ ପିକକ୍ ଶିଶୁମେଳାର ଉଦ୍‍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିରୁପେ ଯୋଗଦେଇ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଶ୍ରୀମତି ସଞ୍ଜୁ ପଣ୍ଡା କହିଥିଲେ ଯେ ସମାଜକୁ ଭଲ ବାଟକୁ ଆଣିବାକୁ ହେଲେ ପିଲା ମାନଙ୍କୁ ମୂଳରୁ ନୈତିକ ଶିକ୍ଷା ଦିଆଯିବା ସହିତ ଭଲ ମଣିଷଙ୍କ ଜୀବନାଦର୍ଶ ସମ୍ପର୍କରେ ଅବଗତ କରାଯିବାର ଆବଶ୍ୟକତା ରହିଛି। ଏହି ଅବସରରେ ସ୍ୱାମୀ ବିବେକାନନ୍ଦ ଓ ଶ୍ରବଣ କୁମାରଙ୍କ ତ୍ୟାଗପୂତ ଜୀବନକୁ ଅନୁସରଣ କରିବାକୁ ଶ୍ରୀମତି ପଣ୍ଡା ପିଲାମାନଙ୍କୁ ଉପଦେଶ ଦେଇଥିଲେ।

ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିକକ୍ ର ଅଧକ୍ଷା ମିନାକ୍ଷୀ ପଣ୍ଡା, ଆଡପସନସେଣ୍ଟ୍ରମର ରୁବି ରାଉତ, ଅଲମ୍ପିଆନ ଅନୁରଧା ବିଶ୍ୱାଳ, ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦତ୍ରୀ ମଧୁମିତା ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ବନ୍ଦିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାସହ ସେମାନଙ୍କ ଇଛା ଓ ଅଭିଳାସ କୁ ଗୁରୁତ୍ତ୍ୱ ଦିଆଯିବା ଉଚିତ ବୋଲି କହିଥିଲେ। ଶେଷରେ ପିକକ୍‍ ର କାର‌୍ୟ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା। କେନ୍ଦ୍ରପଡାର ଆରଜି ଗ୍ରାମର ଓମପ୍ରକାଶ ସାହୁଙ୍କୁ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୨” ପ୍ରଦାନ କରାଯାଇଥିବା ବେଳେ ଭୁବନେଶ୍ଵରର କିର୍ତୀ ବେହେରା ଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୨, ଭୁବନେଶ୍ୱରର ଶାଶ୍ଵତୀ ନାରାୟଣୀ ଆଚାର‌୍ୟ୍ୟଙ୍କୁ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୨”, ଭୁବନେଶ୍ୱରର ଶିଶୁ ଅଭିନେତ୍ରୀ ତ୍ରିଶା ପାତ୍ରୋଙ୍କୁ “ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୨”, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ କନ୍ଧମାଳର ଳିଶା ଦିଗଲଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୨” ଏବଂ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜି. ଏମ. ଅଳକନନ୍ଦାଙ୍କୁ “ସୁଷମା ମହପାତ୍ର ସ୍ମାରକୀ କ୍ରୀଡାବିତ୍‍ ସମ୍ମାନ ୨୦୨୨” ଓ ଆଦ୍ୟାଶା ଆରୋହିଙ୍କୁ “ବେବୀ ଓଫ ଦି ଇୟର ୨୦୨୨” ରେ ସମ୍ମାନିତ କରଯାଇଥିଲା ।

ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ମାଧବ ବିଶ୍ଵାଳଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୨”, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାରାୟଣ ମିଶ୍ରଙ୍କୁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୨”, ଶ୍ରୀମତୀ ସସ୍ମିତା ସ୍ଵାଇଁଙ୍କୁ “ଶିଶୁ ସାଥି ସମ୍ମାନ ୨୦୨୨”, ଡାଃ ନାରାୟଣ ପତିଙ୍କୁ ସମାଜସେବା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୨” ତଥା ମହିଳା ପଞ୍ଚାୟତ ପ୍ରତିନିଧି ଓ ବଇଁଚୁଆର ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁଙ୍କୁ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ ୨୦୨୨” ସମ୍ମାନିତ କରଯାଇଥିଲା।

ଆଧୁନିକ ନୃତ୍ୟ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ସନ୍ଧ୍ୟାରେ କେଟିଟି, ଦଶାବତାର ନାଟ୍ୟଶାଳା, ଭିକିଡ୍ୟାନ୍ସ ଗୃପ ଓ ଦିବ୍ୟଜ୍ୟୋତି ସ୍ମୃତିପୀଠର ଶିଶୁ କଳାକାର ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର‌୍ୟ୍ୟକ୍ରମର ପରିବେଷଣ କରାଯାଇଥିଲା । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି ପ୍ରମୁଖ ଏହି ଉତ୍ସବ ର ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026
Latest News

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.