Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆବର୍ଷରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଛି ଏକାଥରେ ୩ ଟି ନୂଆ ମେଗା ଧାରାବାହିକ
ଆଜିର ଖବର

ନୂଆବର୍ଷରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଛି ଏକାଥରେ ୩ ଟି ନୂଆ ମେଗା ଧାରାବାହିକ

December 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଇତିହାସ ଫର୍ଦ୍ଦରେ ଯୋଡ଼ିବାକୁ ଯାଉଛି ଏକାଥରେ ୩ ଟି ନୂଆ ଧାରାବାହିକ ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁଁ ଛାଇ’ ଓ ‘ଖୁସିର ଛୁଙ୍କ’। ସବୁବେଳେ ଦର୍ଶକଙ୍କ ମନମୁତାବକ ଭରପୁର ମନୋରଂଜନ ଦେଇଆସୁଥିବା ଜୀ-ସାର୍ଥକ, ନୂଆ ବର୍ଷର ଆରମ୍ଭ ସହ ଏଥର ସଂପୂର୍ଣ୍ଣ ୩ ଟି ନିଆରା କାହାଣୀକୁ ନେଇ ତିଆରି କରିଛି ୩ ଟି ନୂଆ ଧାରାବାହିକ। ଏବଂ ଏହା ଜାନୁଆରୀ ୨ ରୁ ମନୋରଞ୍ଜନ ଚ୍ୟାନେଲ୍, ଜୀ-ସାର୍ଥକରେ ଆରମ୍ଭ ହେଉଛି। ଏହି ଧାରାବାହିକ ସବୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ କୁହାଯାଇଛି।

ପ୍ରଥମେ ସନ୍ଧ୍ୟା ୬:୩୦ରୁ ଆରମ୍ଭ ହେବ ଏକ ଭିନ୍ନ ଧରଣର ପ୍ରତିଶୋଧର ଏକ ନୂଆ କାହାଣୀ, ଧାରାବାହିକ ‘ମୁଁ ବି ବିଜୟିନୀ’। ବିଜୟିନୀ ଧାରାବାହିକକୁ ଆପଣମାନେ ଯେଉଁ ଭଲପାଇବା ଦେଇଥିଲେ ତାକୁ ଆଧାର କରି ଜ଼ୀ ସାର୍ଥକ ନେଇଆସଛି ଏହି ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’। ପ୍ରତିଶୋଧର ନିଆଁରେ ଜଳୁଥିବା ମଣିଷ ଯେତେବେଳେ ନିଜ ଜିଦ୍ଦୀରେ ଆସେ, ସେ କିଛି ବି କରିପାରେ ତାହା ହୋଇଛି ଏହି କାହାଣୀର ମୂଳ ବିଷୟବସ୍ତୁ।
କାହାଣୀରେ ପ୍ରତ୍ୟେକ ମୁହୂର୍ତ୍ତରେ ରହିଛି ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟ ଜନକ ମୋଡ଼ ଯାହା ‘ମୁଁ ବି ବିଜୟିନୀ’କୁ ଆହୁରି ରୁଚିପୁର୍ଣ୍ଣ କରିଛି। ୧୯ ବର୍ଷର କାହାଣୀକୁ ଏକ ସମୟନୁପାକ୍ଷିକ ଧାରାବାହିକରେ ଅତ୍ୟନ୍ତ ସୁନ୍ଦର ଭାବରେ ପରିଦର୍ଶିତ କରାଯାଇଛି, ହେଲେ କାହିଁକି ଓ କେମିତି ଜାଣିବା ଏତେ ସହଜ ହେବନି ଦର୍ଶକଙ୍କ ପାଇଁ ବୋଲି ଧାରାବାହିକର ଟିମ କହିଛନ୍ତି। ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବିକା, ସିମ୍ରନ ଚରିତ୍ରରେ ରାଧିକା। ଧାରାବାହିକ ରେ କିଏ କାହା ପାଇଁ ଗଢ଼ା ହେଇଚି, କିଏ କାହା ସହିତ ସମ୍ପର୍କ ରେ ରହିବ, ବୈଭବ ସହିତ ରାଧିକା ନା ଦେବିକା ସହିତ କ୍ରିଷ୍ନା? ଏହା ହିଁ ମୁଖ୍ୟ ରହସ୍ୟ। ଅଭିନେତ୍ରୀ ଦୀପିକା ତ୍ରୀପାଠିଙ୍କ ବଳିଷ୍ଠ ଭୂମିକା କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଛି। ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୬:୩୦ ରେ ପ୍ରସାରିତ ହେବ।

ନୂଆବର୍ଷରୁ ରୁ ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ସବୁ ଧାରାବାହିକ ମଧ୍ୟରେ ଦ୍ଵିତୀୟରେ ରହିଛି “ତୁ ଖରା ମୁଁ ଛାଇ” ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି। ଏମାନଙ୍କ ଯୋଡି ବନିବ ତ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୋଇ ବିବାହ ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ମାନିନୀ ଅତି କମ୍ ବୟସରେ ବିବାହ କରି ତିନିଟି ବୋହୂଙ୍କ ଶାଶୁ ହୋଇ କେମିତି ତୁଲେଇବ ପରିବାର? ମୁଖ୍ୟ ଚରିତ୍ର ମାନିନୀ ଭୂମିକା ରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକା ରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।

ଜୀ-ସାର୍ଥକର ତୃତୀୟ ଭେଟି ରହିଛି ‘ଖୁସିର ଛୁଙ୍କ’। ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୯ରେ ପ୍ରସାରିତ ହେବ। ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସି, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍ କରିବା ପାଇଁ ସ୍ଵପ୍ନ ଦେଖୁଛି। ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖା ହୋଇଛି। ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ୟ ତା’ର ସ୍ୱପ୍ନ ପୁରା କରିବା ପାଇଁ ଲାଗିଛି। ସେମାନେ କିପରି ଭାବରେ ସେମାଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି ଏବଂ ସ୍ଵପ୍ନ ପୁରା କରିବା ବାଟରେ କ’ଣ ସବୁ ଅସୁବିଧାର ସାମ୍ନା କରୁଛନ୍ତି, ତାକୁ ନେଇ କାହାଣୀଟି ଗତିଶୀଳ ହେବ। ପ୍ରସ୍ଥାନମ, ମୁଖା , ଲଷ୍ଟ ଇନ୍ ଲଭ ପରି ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିବା ସହ ଟେଲିଭିଜନ ଦୁନିଆରେ ବି ବେଶ୍ ସୁନାମ ଅର୍ଜନକରିଥିବା ଶ୍ରଦ୍ଧା ପାଣିଗ୍ରାହୀ ଏହି ମେଗା ଧାରାବାହିକରେ ମୁଖ୍ୟ ଚରିତ୍ର ଖୁସି ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଦି ଏଣ୍ଡ ଓ ତିତିଲି ଚଳଚ୍ଚିତ୍ର ସହ ଅନେକ ମ୍ୟୁଜିକ ଭିଡିଓ ରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା ତୁଷାର ଏହି ଧାରାବାହିକରେ କରନ ଭୂମିକାରେ ଅଭିନୟ କରୁଛନ୍ତି।

ଜୀ-ସାର୍ଥକ ସର୍ବଦା ଓଡ଼ିଶାର କଳା ଓ ସଂସ୍କୃତିକୁ ଗୁରୁତ୍ଵ ଦେଇଆସିଛି ଯେଉଁଥି ପାଇଁ ଆପଣମାନେ ଜୀ-ସାର୍ଥକକୁ ଭଲପାଇବା ଓ ଅଗ୍ରାଧିକାର ଦେଇଛନ୍ତି, ତାହା ଏହି ନୂଆବର୍ଷ ୨୦୨୩ ରେ 3ଟି ନୂଆ ମେଗା ଧାରାବାହିକ ଆସିବା ସହ ଆହୁରି ୩ ଗୁଣ ବଢିବ ବୋଲି ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ, ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଯେହେତୁ ଓଡିଆ ଦର୍ଶକଙ୍କ ରୁଚି ଓ ପସନ୍ଦ ଅନୁଯାୟୀ ନୂଆ ବର୍ଷରେ ଆସୁଥିବା ଉପରୋକ୍ତ 3ଟି ନୂଆ ମେଗା ଧାରାବାହିକର କାହାଣୀ ଗୁଡିକ ହୋଇଛି, ତାହା ଓଡ଼ିଶା ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଦେବା ସହ ନିଶ୍ଚୟ ଦର୍ଶକାଦୃତ ହେବ।

'ମୁଁ ବି ବିଜୟିନୀ' ଓଡ଼ିଆ ଟେଲିଭିଜନ ଜୀ ସାର୍ଥକ ନୂଆବର୍ଷ ମେଗା ଧାରାବାହିକ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.