ଚର୍ଚ୍ଚାରେ ରାଜକୁମାର ସନ୍ତୋଷୀଙ୍କ ନୂଆ ଚଳଚିତ୍ର ‘ଗାନ୍ଧୀ ଗୋଡସେ ଏକ ଯୁଦ୍ଧ’

Published: Jan 2, 2023, 10:24 pm IST
Gandhi Godse

Gandhi Godse Ek Yudh: ଦେଶର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ତାଙ୍କର ନୂଆ ଚଳଚିତ୍ର ‘ଗାନ୍ଧୀ ଗୋଡସେ ଏକ ଯୁଦ୍ଧ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି।  ବହୁ ପ୍ରତୀକ୍ଷିତ ଏହି ଚଳଚ୍ଚିତ୍ରର ଟିଜର ନୂଆ ବର୍ଷ ଉପଲକ୍ଷେ ସାମାଜିକ ଗଣମାଧ୍ୟରେ ମୁକ୍ତିଲାଭ କରିଛି। ଏହି ଟିଜରରେ ୧୯୪୭-୧୯୪୮ ମଧ୍ୟରେ ନାଥୁରାମ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଆଦର୍ଶଗତ ଯୁଦ୍ଧର କାହାଣୀ ଉପରେ ଚିତ୍ରିତ ହୋଇଛି।

ଏଥିରେ ଯେଉଁମାନ ଅଭିନୟ କରିଛନ୍ତି ସେମାନେ ହେଲେ ଦୀପକ ଆଣ୍ଟାନି, ଚିନ୍ମୟ ମାଣ୍ଡଲେକର, ଆରିଫ ଜାକରିଆ ଏବଂ ପୱନ ଚୋପ୍ରାଙ୍କ ଭଳି ଦକ୍ଷ କଳାକାରମାନେ ଅଛନ୍ତି।  ଏହି ସିନେମାରେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଆସିଛନ୍ତି ତନିଶା ସନ୍ତୋଷୀ ଏବଂ ଅନୁଜ ସାଇନି ।

ଏହି ଚଳଚିତ୍ରଟି ସନ୍ତୋଷୀ ପ୍ରଡକ୍ସନ୍ସ ଦ୍ବାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ସନ୍ତୋଷୀ। ଏ ଆର୍ ରହମାନ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ମାନିଲା ସନ୍ତୋଷୀ ଏହାର ପ୍ରଯୋଜକ ଅଛନ୍ତି। ଜାନୁଆରୀ ୨୬, ୨୦୨୩ ରେ ସିନେମାଟି ମୁକ୍ତିଲାଭ କରିବ।

Related posts