ମକର ସଂକ୍ରାନ୍ତିରେ ରିଲିଜ ହେଲା ବହୁ ଚର୍ଚ୍ଚିତ ମ୍ୟୁଜିକ ଭିଡିଓ “ଚିତ୍ରଲେଖା”

Published: Jan 14, 2023, 4:21 pm IST

ଭୁବନେଶ୍ବର: ମୁନ୍ ଟିଭି ନିବେଦିତ ଓ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପ୍ରଯୋଜିତ ବହୁ ପ୍ରତିକ୍ଷିତ ଓଡ଼ିଆ ମ୍ୟୁଜିକ ଭିଡିଓ “ଚିତ୍ରଲେଖା”ର ମ୍ୟୁଜିକ୍ ରିଲିଜ ମୁନ୍ ଟିଭି ଅଫିସ ଏକ ବର୍ଣାଢୀୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ରିଲିଜ ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ବୃନ୍ଦାବନ ମିଶ୍ର, ଆମ ଟିଭି ର ମୁଖ୍ୟ ପ୍ରଣୟ ଜେଠୀ, ସମାଜ ସେବୀ ମନୋଜ ସ୍ବାଇଁଙ୍କ ସହ ମ୍ୟୁଜୀକ ଭିଡ଼ିଓର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଉପସ୍ଥିତ ଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଥିବା ବେଳେ ଅଭିନୟରେ ଅଭିନେତା ରାଜେଶ, ଅଭିନେତ୍ରୀ ଡାଇନା ରହିଛନ୍ତି। ମୁଜିକ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଯୁବ ନିର୍ଦ୍ଦେଶକ ବାବୁ ବାବୁ।

ଗୀତ ଟିରେ ଧାରାବାହିକ ରେ ଅଭିନୟ କରୁଥିବା ରାଜେଶ ଓ ଡାଇନା ଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ସହ ବହୁ ମ୍ୟୁଜିକ୍ ଭିଡିଓରେ ନିର୍ଦ୍ଦେଶନା ଦେଇ ଥିବା ବାବୁ ବାବୁ ଙ୍କ ନିର୍ଦ୍ଦେଶନା ମଧ୍ୟ ଦର୍ଶକ ଙ୍କୁ ବେଶ୍ ପସନ୍ଦ ଆସିବ।

Related posts