ଅଭିନେତା ମିହିରି ଦାସଙ୍କ ପୁଅ ଅକ୍ଲାନ୍ତଙ୍କର ଅକାଳ ବିୟୋଗ

Published: Jan 25, 2023, 11:36 am IST
AmlanDas

କଟକ: ଆଜି ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ମିହିରି ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କର ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଲିଭର ଜନିତ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟ ବେଳକୁ ଅକ୍ଲାନ୍ତଙ୍କୁ ୨୬ ବର୍ଷ ବୟସ ହୋଇଥିଲା।

ମିହିରି ଦାସ ପରିବାରରେ ଗୋଟିଏ ପରେ ଗୋଟିଏ ଦୁଃଖ ପଡିବାରେ ଲାଗିଛି। ୨୦୨୧ ମସିହାରେ ମିହିର ଦାସଙ୍କ ପରଲୋକ ଘଟିଥିଲା। ସେହିପରି ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏବେ ସାନ ପୁଅ ଅକ୍ଲାନ୍ତଙ୍କ ଦେହାନ୍ତ ହୋଇଛି।

Related posts