ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନ ‘e4M ପ୍ରାଇମ ଟାଇମ୍ ଆୱାର୍ଡ-୨୦୨୨’ ରେ ଜିତିଛି ସିଲଭର ମେଡାଲ

Published: Feb 17, 2023, 8:02 pm IST

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନଟି ‘e4M ପ୍ରାଇମ ଟାଇମ୍ ଆୱାର୍ଡ-୨୦୨୨’ ଦ୍ୱାରା ସିଲଭର ମେଡାଲ ସହ ସମ୍ମାନିତ କରାଯାଇଛି। ପ୍ୟାନ ଇଣ୍ଡିଆ ଅର୍ଥାତ୍ ଜାତୀୟ ସ୍ତରରେ, ସୋସିଆଲ ୱେଲଫେଆର କ୍ୟାଟେଗୋରି ଅଧୀନରେ ଏହି ଅଭିଯାନ ସିଲଭର ମେଡାଲ ପାଇ ରାଜ୍ୟ ପାଇଁ ଗୌରବ ହାସଲ କରିଛି। ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲଙ୍କ ବିଶେଷ ଆଗ୍ରହ ଓ ତତ୍ତ୍ଵାବଧାନରେ ଏହି ଅଭିଯାନଟି ସଫଳ ହୋଇଛି ବୋଲି ଜୀ-ସାର୍ଥକ ପକ୍ଷରୁ କୁହାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ରଜପର୍ବ ଅବସରରେ ଜୀ ସାର୍ଥକ ପକ୍ଷରୁ ମାସିକ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ମହିଳାଙ୍କୁ ଶିକ୍ଷିତ କରିବା ସହ ଏହି ବିଷୟରେ ଥିବା ସମସ୍ତ ଅଭ୍ୟାସକୁ ମନେ ରଖିବା ପାଇଁ ଏହି ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ଏକ ଅଭିନବ ଭିଡ଼ିଓ ଦ୍ୱାରା ଭାରତର ମହିଳାମାନଙ୍କୁ ମାସିକ ଋତୁସ୍ରାବ ସ୍ୱଚ୍ଛତା ଜନିତ ସମସ୍ତ ବିବରଣୀ ଦର୍ଶକଙ୍କୁ ଦିଆଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ମହିଳାମାନଙ୍କ ସହ କିଶୋରୀମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା। ରଜପର୍ବରେ ପୃଥିବୀ ରଜସ୍ୱଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

Related posts