Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ସୁନା ଝିଅ!
ଆଜିର ଖବର

ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ସୁନା ଝିଅ!

February 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି। ଆମେ କହୁଛୁ ଜୀ-ସାର୍ଥକର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ କଥା ଯାହା ଏବେ ଜୀ-ସାର୍ଥକ ଚାନେଲ୍ ରେ ସୋମରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଛି।

ସଫଳତାର ସହ ୨୪୩ ତମ ଏପିସୋଡରେ ପହଞ୍ଚିଛି ଏହି ମେଗା ଧାରାବାହିକ। ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନା ଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍।

‘ସୁନା ଝିଅ’ ହେଉଛି ଆମ ଓଡିଆ ଘରର ଏକ ନିଛକ କାହାଣୀ। ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ବାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ। ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହା ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିଛି। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ। ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ। ପ୍ରକୃତରେ ଝିଅଟି ‘ସୁନା ଝିଅ’ ହୋଇପାରୁଛି କି ନାହିଁ ଓ ନିଜର ସ୍ବପ୍ନ ସବୁ ପୂରଣ କରିପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି।

ତେବେ କାହାଣୀ ଏତିକିରେ ସାରିଯାଇନି। କାହାଣୀରେ ରହିଛି ପ୍ରେମ, ବନ୍ଧୁତା ଓ ବଳିଦାନ।  ତେବେ କାହାର ପ୍ରେମ, କାହାର ବନ୍ଧୁତା ଓ କାହାର ବଳିଦାନ ଦେଖିବା ଏହି ସୁପରହିଟ ପାରିବାରିକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକରେ।

ଧାରାବାହିକରେ ପ୍ରମୁଖ ଭୂମିକାରେ ଚନ୍ଦନ, ଅର୍ପିତା, ଏଲି, ମାନସ, ଅଙ୍କିତା, ପ୍ରେମ, ଅମର, ଅନନ୍ଦିତା, ମାମାଲି। ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର, ନିର୍ଦ୍ଦେଶନା ଦେଉଛନ୍ତି ଗୌରୀଶଙ୍କର ଦାସ ଓ ପ୍ରଯୋଜନା କରିଛନ୍ତି ରୋହିତ ଗାନ୍ଧୀ।

ଜୀ ସାର୍ଥକ ମେଗା ଧାରାବାହିକ ସୁନା ଝିଅ
Share. Facebook Twitter LinkedIn Email WhatsApp Copy Link

Related Posts

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026
Latest News

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.