ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକର ହୋଲି ସ୍ପେସାଲ ପ୍ରୋଗ୍ରାମ “ହୋଲି – ସମ୍ପର୍କର ରଙ୍ଗ”

Published: Mar 2, 2023, 4:24 pm IST

ଭୁବନେଶ୍ଵର: ଏଥର ହୋଲିରେ ଜୀ-ସାର୍ଥକ ବୋଳିବ ଭିନ୍ନ ଏକ ରଙ୍ଗ। ଉଡିବ ସାତ ରଙ୍ଗର ଅଭିର। ସମ୍ପର୍କର ରଙ୍ଗକୁ ନେଇ ହେବେ ରଙ୍ଗୀନ ହେବ ଏଥରର ହୋଲି। ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦେଖିବେ ଦର୍ଶକ ଏକ ନିଆରା କାହାଣୀ ଯେଉଁଥିରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ଭିର୍ଣ୍ଣ ଢଙ୍ଗରେ ପରିବେଷଣ କରାଯାଇଛି। ଏହି ସ୍ପେସାଲ ହୋଲି ପ୍ରୋଗ୍ରାମରେ ଜୀ-ସାର୍ଥକର ସମସ୍ତ ବଡ ବଡ ସେଲିବ୍ରିଟ୍ରି ଅଭିନୟ କରିବା ସହ ସମ୍ପର୍କର ରଙ୍ଗ ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ।

କଥା ରେ ଅଛି ସମ୍ପର୍କ ହୃଦୟରୁ ହିଁ ହୁଏ। ହସ ଖୁସିର ସଂସାରରେ ଯୋଡି ହୋଇଛି ସମ୍ପର୍କର ସେତୁ। ଜୀ ସାର୍ଥକର ସମସ୍ତ ସେଲିବ୍ରିଟଙ୍କୁ ନେଇ ଅଭିନବ ଏବଂ ନିଆରା କାର୍ଯ୍ୟକ୍ରମ। ହୋଲିରେ କିଛି ଭିନ୍ନତା ଆଣିବା ପାଇଁ ଜ଼ୀ ସାର୍ଥକ ପ୍ରସ୍ତୁତ କରିଛି “ହୋଲି – ସମ୍ପର୍କର ରଙ୍ଗ”, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ମନ ଛୁଆଁ ଏକ କାହାଣୀ। ମାର୍ଚ୍ଚ ୫ ତାରିଖ ସଂଧ୍ୟା ସାଢେ ୬.୩୦ମିରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଲି ସମ୍ପର୍କର ରଙ୍ଗ।

କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ। ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା।

Related posts