Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ହୋଲି ପାଳିବେ ବିଗ ବସ୍ ୧୫ ବିଜେତା ତେଜସ୍ୱୀ
ଆଜିର ଖବର

ଓଡ଼ିଶାରେ ହୋଲି ପାଳିବେ ବିଗ ବସ୍ ୧୫ ବିଜେତା ତେଜସ୍ୱୀ

March 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ତେଜସ୍ୱୀ ପ୍ରକାସ। ଦମଦାର ହେବ ପ୍ରି-ହୋଲି ସେଲିବ୍ରେସନ, ସେଥିପାଇଁ ପହଁଚିଛନ୍ତି ବିଗ ବସ୍ ୧୫ ବିଜେତା। ବସନ୍ତରେ ପ୍ରାରମ୍ଭରେ ଉଡିବ ଅବୀର। ସମ୍ପର୍କରେ ଲାଗିବ ପ୍ରେମର ରଙ୍ଗ। ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ରଙ୍ଗର ଖେଳରେ ମସଗୁଲ ହୁଅନ୍ତି। ଆଉ ଏଥର ହୋଲିରେ ରଙ୍ଗ ଖେଳିବେ ବିଗବସ୍ ବିଜେତା ତଥା ଲୋକପ୍ରିୟ ହିନ୍ଦୀ ସିରିୟଲ ଅଭିନେତ୍ରୀ ତେଜସ୍ୱୀ ପ୍ରକାସ।

ସୋମବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ବିଗ୍ ବସ୍ ୧୫ ବିଜେତା ତଥା ନାଗିନ 6ର ମୁଖ୍ୟ ନାୟିକା ତେଜସ୍ୱୀ ପ୍ରକାସ। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ୍ ସ୍ପଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେସନ କଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟ ଆକର୍ଷଣ ରହିବେ ତେଜସ୍ୱୀ।

ଏହି କାର୍ଯ୍ୟକ୍ରମ ୨ଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନଂ ୧ ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଚାଲିବ। ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍ ଙ୍କ ଛଡା ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ। ଗତ ବର୍ଷ ବିଗ ବସ୍ ୧୫ ଟାଇଟଲ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ତେଜସ୍ବୀ। ଏବେ ସେ ନାଗିନ 6ରେ ମୁଖ୍ୟ ଅଭିନୟ କରୁଥିବା ବେଳେ ଧାରାବାହିକଟି ଲୋକପ୍ରିୟତା ପାଇଛି। ତେବେ ତେଜସ୍ୱୀ ଓଡିଶା ଆସିଥିବାବେଳେ ଦର୍ଶକ ଉତ୍ସାହିତ ଅଛନ୍ତି।

କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ। ସମ୍ପର୍କର ହୋଲିରେ, ପ୍ରାକୃତିକ ରଙ୍ଗର ପସରା। ତା ସହିତ ନାଚଗୀତ ବେଶ ଜମିବ ବୋଲି ଆୟୋଜକ ହେଲପ୍‌ ହ୍ୟାଣ୍ଡସ୍  ଆଶାବାଦୀ ଅଛି।

ଓଡିଶା ହୋଲି
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ରେଳ ଟ୍ରାକରେ ଆତ୍ମଘାତୀ ଆକ୍ରମଣ: ୨୬ ମୃତ

May 24, 2026

GST ପରିସରରେ ଆସିବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ ଏହା କେତେ ଶସ୍ତା ହେବ?

May 24, 2026

ଦୂର ହେଲା ପେଟ୍ରୋଲ-ଡିଜେଲ ଚିନ୍ତା: ଏହି ତାରିଖରେ ଲଞ୍ଚ ହେବ ଦେଶର ପ୍ରଥମ ଫ୍ଲେକ୍ସ-ଫୁଏଲ କାର

May 24, 2026

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026
Latest News

ଫଲଟା ଉପନିର୍ବାଚନ: ତୃତୀୟ ସ୍ଥାନରେ ଟିଏମସି, ଜାଣନ୍ତୁ ବିଜେପିର ସ୍ଥିତି

May 24, 2026

ପାକିସ୍ତାନରେ ରେଳ ଟ୍ରାକରେ ଆତ୍ମଘାତୀ ଆକ୍ରମଣ: ୨୬ ମୃତ

May 24, 2026

GST ପରିସରରେ ଆସିବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ ଏହା କେତେ ଶସ୍ତା ହେବ?

May 24, 2026

ଦୂର ହେଲା ପେଟ୍ରୋଲ-ଡିଜେଲ ଚିନ୍ତା: ଏହି ତାରିଖରେ ଲଞ୍ଚ ହେବ ଦେଶର ପ୍ରଥମ ଫ୍ଲେକ୍ସ-ଫୁଏଲ କାର

May 24, 2026

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.