ହୋମ୍‌ କ୍ବାରାଣ୍ଟାଇନ୍‌ରେ ଷ୍ଟଣ୍ଟ ଭିଡିଓ ସେୟାର କଲେ ଅରୁଣ ବିଜୟ

Published: Mar 25, 2020, 8:37 pm IST

ଚେନ୍ନାଇ : ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ସମସ୍ତ ବଲିଉଡ୍‌ ଏବଂ ଟଲିଉଡ୍‌ କଳାକାର ନିଜର ବିଭିନ୍ନ ଭିଡିଓ ଜାରି କରୁଛନ୍ତି । ତାମିଲ ଷ୍ଟାର ଅରୁଣ ବିଜୟ ନିଜର ଏକ ଷ୍ଟଣ୍ଟ ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିଜର ଅପ୍‌କମିଙ୍ଗ ଫିଲ୍ମ ମାଫିଆର ଏକ ଷ୍ଟଣ୍ଟ ସିନ୍‌ ପ୍ରଦର୍ଶନ କରିବା ସହିତ ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ଫ୍ୟାନ୍‌ଙ୍କ ପକ୍ଷରୁ ଏହାକୁ ପସନ୍ଦ କରାଯାଇଛି । ଏହି ଭିଡିଓ ସହିତ ସମଗ୍ର ଦେଶ ଏକତ୍ରିତ ହୋଇ କରୋନା ଭାଇରସ୍‌ ମୁକାବିଲା ପାଇଁ ବିଜୟ ନିଜ ଫ୍ୟାନ୍‌ ମାନଙ୍କୁ ଆହ୍ବାନ ଦେଇଛନ୍ତି । (ଏଜେନ୍ସି)

Related posts