କରୋନା ସଙ୍କ୍ରମଣରୁ ସୁସ୍ଥ ହେବା ୭କୋଟି ଦାନ କଲେ ଏହି ଅଭିନେତ୍ରୀ

Published: Apr 4, 2020, 9:56 pm IST

ନ୍ୟୁୟର୍କ : କରୋନା ସଙ୍କ୍ରମିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ତଥା ଗାୟିକା ପିଙ୍କ । ତେବେ ନିଜେ କରୋନା ସଙ୍କ୍ରମଣରୁ ସୁସ୍ଥ ହେବା ପରେ ଏହି ଅଭିନେତ୍ରୀ ଜଣକ ୧ ମିଲିୟନ୍ ଡଲାର (୭.୬ କୋଟି) ଟଙ୍କା ପ୍ରଦାନ କରିଛନ୍ତି । ଏହି ୪୦ ବର୍ଷୀୟ ଅଭିନେତ୍ରୀ ଜଣକ ଦୁଇ ସପ୍ତାହ ତଳେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ନିଜ ଶିଶୁ ପୁତ୍ର ସହିତ ପିଙ୍କ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପିଙ୍କ ଏହିି ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅର୍ଥରାଶିକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ପାଇଁ ଆମେରିକା ସରକାରଙ୍କୁ ପିଙ୍କ ନିବେଦନ କରିଛନ୍ତି ।

Related posts