ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଲା ମୁମ୍ବାଇ ପୋଲିସ୍‌

Published: Apr 21, 2020, 7:52 pm IST

ମୁମ୍ବାଇ : ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଛି ମୁମ୍ବାଇ ପୋଲିସ୍‌ । କରୋନା ସଂକ୍ରମଣ ସମୟରେ କର୍ତ୍ତବ୍ୟରତ ପୋଲିସ୍‌ ଅଧିକାରୀଙ୍କ ପାଇଁ 8ଟି ହୋଟେଲ୍‌ ବୁକ କରିଛନ୍ତି । କର୍ତ୍ତବ୍ୟରତ ପୋଲିସ୍‌ଙ୍କ ରହିବା ଏବଂ ଖାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ମୁମ୍ବାଇ ପୋଲିସ୍‌ ନିଜର ଟ୍ବିଟ୍ଟର ହ୍ୟାଣ୍ଡେଲ୍‌ ଜରିଆରେ ସୂର୍ଯ୍ୟବଂଶୀ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରୋହିତ ଶେଟ୍ଟୀ ପୂର୍ବରୁ ଏଫ୍‌ଡବ୍ଲ୍ୟୁଆଇସିର ଶ୍ରମିକ ମାନଙ୍କ ନିମନ୍ତେ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କୁ ହୋଟେଲ ପ୍ରଦାନ କରୁଥିବା ସମସ୍ତ ବଲିଉଡ୍‌ ତାରକା ନିଜ ଘର କିମ୍ବା ହୋଟେଲ ପ୍ରଦାନ କରିଥିଲେ ମାତ୍ର ରୋହିତ ସମସ୍ତ ହୋଟେଲକୁ ଭଡାରେ ନେଇ ପୋଲିସ୍‌ର ସହାୟତା କରିଛନ୍ତି ।

Related posts