କରୋନାରେ ଆକ୍ରାନ୍ତ ହେଲେ ହଲିଉଡ୍‌ ସୁପରଷ୍ଟର୍‌ ରର୍ବଟ ପାଟିନ୍‌ସନ୍

Published: Sep 4, 2020, 3:15 pm IST

‌ଲଣ୍ଡନ : ହଲିଉଡର ଲୋକପ୍ରିୟ କଳାକାର ରବର୍ଟ ପ୍ୟାଟିନସନ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କର ଆଗାମୀ ଫିଲ୍ମ (ବ୍ୟାଟମ୍ୟାନ) ଶୁଟିଂ ବନ୍ଦ ରଖାଯାଇଛି । ବର୍ତ୍ତମାନ ସେ କ୍ୱାରେଂଟାଇନରେ ରହିଛନ୍ତି ।

କରୋନା ଯୋଗୁଁ ଫିଲ୍ମର ଶୁଟିଂ ଦୀର୍ଘ ଦିନ ଧରି ବନ୍ଦ ରହିଥିବାବେଳେ ପୁନର୍ବାର ଶୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ଫିଲ୍ମର ଲିଡ୍‌ ଆକ୍ଟର କରୋନା ସଂକ୍ରମଣରେ ସଂକ୍ରମିତ ହେବା ପରେ ଏବେ ଏହାର ଶୁଟିଂକୁ ବନ୍ଦ ରଖାଯାଇଛି ।

ରବର୍ଟ ପାଟିନ୍‌ସନ୍‌ ସୁପରହିରୋ ବ୍ୟାଟମାନ୍‌ର ଚରିତ୍ରର ନିଭାଉଥିବାବେଳେ ଫିଲ୍ମରେ ତାଙ୍କର ଲୁକ୍‌ଟି ମଧ୍ୟ ରିଲିଜ୍‌ ହୋଇଯାଇଛି । ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି ।

କରୋନାରେ ଆକ୍ରାନ୍ତ ହେବା ନେଇ ରବର୍ଟ କୌଣସି ଘୋଷଣା କରିନଥିବାବେଳେ  ଓ୍ବାର୍ଣ୍ଣର ବ୍ରଦର୍ସଙ୍କ ପ୍ରବକ୍ତା କହିଛନ୍ତି ଯେ, ତାଙ୍କ ଟିମ୍‌ର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ଆଇସୋଲେଟ୍‌ରେ ଅଛନ୍ତି ।

ଫିଲ୍ମଟି ଜୁନ୍‌ 2021 ସୁଦ୍ଧା ରିଲିଜ୍‌ ହେବା ନେଇ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ କରୋନା ପାଇଁ ତିନି ମାସ ଧରି ଏହାର ଶୁଟିଂ ହୋଇପାରିନଥିଲେ । ଏହାପରେ ଏବେ ଏହାର ଆକ୍ଟର କରୋନାରେ ଆକ୍ରାନ୍ତ ହେବା ପରେ ଫିଲ୍ମର ଶୁଟିଂ ପୁନର୍ବାର ବନ୍ଦ ରହିଛି । ତେବେ ଫିଲ୍ମଟିର ଶୁଟିଂ କିପରି ହେବ ସେନେଇ ଚିନ୍ତା ଉପୁଜିଛି ।(ଏଜେନ୍ସି)

Related posts