ପ୍ରଖ୍ୟାତ ଅଭିନେତା ଦିଲୀପ କୁମାର ଏଥର କାହିଁକି ବିବାହ ବାର୍ଷିକୀ ପାଳନ କରିବେ ନାହିଁ ଜାଣିଛନ୍ତି କି ?

Published: Oct 10, 2020, 9:30 am IST

ମୁମ୍ବାଇ, ବଲିଉଡର ଭେଟେରାନ ଦିଲୀପ କୁମାର ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ସାଇରା ବାନୁ ଚଳିତ ବର୍ଷ ଅକ୍ଟୋବର 11 ରେ ବିବାହ ବାର୍ଷିକୀ ପାଳନ କରିବେ ନାହିଁ। କରୋନା ଭାଇରସ୍ ଯୋଗୁଁ ତାଙ୍କର ଦୁଇ ସାନ ଭାଇଙ୍କର ମୃତ୍ୟୁ ହୋଇଥିବାରୁ ସେମାନେ ଏହି ନିଷ୍ପତି କରିଛନ୍ତି। ଏ ନେଇ ସାଇରା ବାନୁ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

ସାଇରା ବାନୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଯାହା ଲେଖିଛନ୍ତି ତାହା ହେଲା,  “ସାଇରା  ବାନୁ ଖାନଙ୍କ ବାର୍ତ୍ତା – ଅକ୍ଟୋବର 11 ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏହି ଦିନ ଯେତେବେଳେ ଦିଲୀପ ସାହାବ ମୋତେ ବିବାହ କରିଥିଲେ ଏବଂ ମୋ ଜୀବନର ସ୍ୱପ୍ନ ସାକାର ହେଲା। ହେଲେ ଏହି ବର୍ଷ ଆମେ ବାର୍ଷିକୀ ପାଳନ କରୁ ନାହୁଁ।”

“ସମସ୍ତେ ଜାଣନ୍ତି ଯେ ଆମେ ଦୁଇ ଭାଇ ଏହସାନ ଏବଂ ଅସଲମଙ୍କୁ ହରାଇଛୁ। କରୋନା ଭାଇରସ୍ କାରଣରୁ ଅନେକ ପରିବାର ଅନେକ ଜୀବନ ହରାଇଛନ୍ତି। ଏହି କଷ୍ଟ ସମୟରେ ଆମେ ସମସ୍ତଙ୍କୁ ପରସ୍ପରର ସୁରକ୍ଷା ଏବଂ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛୁ। ମୁଁ ଆଶା କରେ ଭଗବାନ ଆମ ସମସ୍ତଙ୍କୁ ସମର୍ଥନ କରିବେ। ସୁରକ୍ଷିତ ରୁହନ୍ତୁ।”

11 ଅକ୍ଟୋବର 1966 ରେ ଦିଲୀପ କୁମାର ଏବଂ ସାଇରା ପରସ୍ପରକୁ ବିବାହ କରିଥିଲେ। ଚଳିତ ବର୍ଷ ଅକ୍ଟୋବର 11 ରେ ତାଙ୍କର 54 ବର୍ଷର ବିବାହ ପୂରଣ ହେବ।

Related posts