ଡ୍ରଗ୍ସ ମାମଲାରେ ଟେଲି ଅଭିନେତ୍ରୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କଲା ଏନ୍‌ସିବି

Published: Oct 25, 2020, 5:03 pm IST

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାଲାର ଯାଞ୍ଜ କରୁଛି ଏନ୍‌ସିବି । ମୁମ୍ବାଇ ଜୋନାଲ ୟୁନିଟର ଏକ ଟିମ୍ ମାଛିମାର, ମର୍ସୋବାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନ ରହିଥିବା ଜଣାପଡିଛି । ଗତକାଲି ଏମାନଙ୍କଠାରୁ 99 ଗ୍ରାମ ଡ୍ରଗ୍ସ ଜବତ କରିବାରେ ଯାଞ୍ଚ ଏଜେନ୍ସି ସଫଳ ହୋଇଥିବା ପ୍ରକାଶ କରିଛି ।  ଦୁହିଁଙ୍କୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିବା ସୂଚନା ରହିଛି ।  ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ 20ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଏନ୍‌ସିବି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍‌, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚୁରା କରିଛି ।

Related posts