Categories
ଆଜିର ଖବର ଜାତୀୟ ଖବର

ସମୁଦ୍ରରେ ଏନସିବିର ବଡ କାର୍ଯ୍ୟାନୁଷ୍ଠାନ, ୩୦୦୦ କିଲୋରୁ ଊର୍ଦ୍ଧ୍ଵ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଭାରତୀୟ ନୌସେନା, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମିଳିତ ସହଯୋଗରେ ମଙ୍ଗଳବାର ଦିନ ଗୁଜୁରାଟ ଉପକୂଳରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ନେଇ ଯାଉଥିବା ଏକସନ୍ଦିଗ୍ଧ ଡଙ୍ଗାକୁ ଧରିଛି। ଭାରତୀୟ ନୌସେନା ଏକ ବିବୃତ୍ତିରେ କହିଛି ଯେ, ନିକଟ ଅତୀତରେ ପରିମାଣ ଦୃଷ୍ଟିରୁ ଏହି ଜବତ ହେଉଛି ସବୁଠାରୁ ବଡ।

ନୌସେନା କହିଛି ଯେ, ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ସନ୍ଦିଗ୍ଧ ଜାହାଜକୁ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ରୋକିଥିଲା। ଧରାପଡିଥିବା ଡଙ୍ଗା ଏବଂ କର୍ମଚାରୀମାନେ ନିଷେଧାଦେଶ ସାମଗ୍ରୀ ସହିତ ମଙ୍ଗଳବାର ଦିନ ଭାରତୀୟ ବନ୍ଦରରେ ଆଇନ ପ୍ରଣୟନକାରୀ ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ୧୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ପୁଣେ-ଦିଲ୍ଲୀରେ ଏପର୍ଯ୍ୟନ୍ତ ୩୦୦୦ କୋଟି ମିଳିଛି ନିଶା ଦ୍ରବ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ହୋଜଖାସ୍ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଚଢାଉରେ ପୁଣେ ପୋଲିସ ୧୦୦୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି। ପୁଣେ ପୋଲିସ ନିୟମିତ ଭାବେ ଡ୍ରଗ୍ ଚଢାଉ କରୁଛି। ଏହାପୂର୍ବରୁ ପୁଣେ ପୋଲିସ କ୍ରାଇମ ବ୍ରାଞ୍ଚ ସହାୟତାରେ ପୁଣେର ବିଂଶ୍ରାତୱାଡି ଅଞ୍ଚଳରୁ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ ଜବତ କରିଛି।

ଏହା ପରେ ଏବେ ପୁଣେ ପୋଲିସ ମଧ୍ୟ ଦିଲ୍ଲୀର ହୋଜଖାସ୍ ଉପରେ ଚଢାଉ କରିଛି। ପୁଣେରୁ ଏପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରାଯାଇଛି। ଦିଲ୍ଲୀରୁ ୧୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ଦିଲ୍ଲୀ ଏବଂ ପୁଣେରୁ ପ୍ରାୟ ୩୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରିଛି।

ପୁଣେ ପୋଲିସ ଇତିହାସରେ ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପୋଲିସ କମିଶନର ଅମିତେଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କ୍ରାଇମ ବ୍ରାଞ୍ଚ ଦଳ ଦୁଇ ଦିନ ମଧ୍ୟରେ ୧୧୦୦ କୋଟି ଟଙ୍କା ମୂଲ୍ୟର ୬୦୦ କିଲୋଗ୍ରାମ ମେଫେଡ୍ରୋନ ଜବତ କରିଛି। ଏହି ମାମଲାରେ ମହାରାଷ୍ଟ୍ରର ଡୋମ୍ବିଭଲିରୁ ଅନିଲ ସାବଲେ ନାମକ ଏକ କାରଖାନା ମାଲିକଙ୍କୁ ପୋଲିସ ଅଟକ ରଖିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ହାସ୍ୟାଭିନେତ୍ରୀ ଭାରତୀଙ୍କ ସ୍ବାମୀ ହର୍ଷଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ :  ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ ହେବା ପରେ ଏନସିବି ତାଙ୍କ ସ୍ବାମୀ ତଥା ଆଙ୍କର୍ ହର୍ଷ ଲିମ୍ବୋଚିଆଙ୍କୁ ଗିରଫ କରିଛି । ଘରୁ 86.5 ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଉଭୟ ପତି ଓ ପତ୍ନୀ ଏନସିବି ଆଗରେ ନିଶାଦ୍ରବ୍ୟ ସେବନ କରୁଥିବା ସ୍ୱୀକାର କରିଥିଲେ । ଭାରତୀ ସିଂଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି 18ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ପୂର୍ବରୁ ଶନିବାର ଦିନ ଭାରତୀଙ୍କୁ ଗିରଫ କରାଯାଇଥିଲା । ରବିବାର ତାଙ୍କୁ ଏନଡିପିଏସ କୋର୍ଟରେ ହାଜର କରାଯିବ । ଏନ୍‌ସିବି ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ଚଢାଉ କରିଥିଲା ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଡ୍ରଗ୍ସ ମାମଲାରେ ଟେଲି ଅଭିନେତ୍ରୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାଲାର ଯାଞ୍ଜ କରୁଛି ଏନ୍‌ସିବି । ମୁମ୍ବାଇ ଜୋନାଲ ୟୁନିଟର ଏକ ଟିମ୍ ମାଛିମାର, ମର୍ସୋବାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନ ରହିଥିବା ଜଣାପଡିଛି । ଗତକାଲି ଏମାନଙ୍କଠାରୁ 99 ଗ୍ରାମ ଡ୍ରଗ୍ସ ଜବତ କରିବାରେ ଯାଞ୍ଚ ଏଜେନ୍ସି ସଫଳ ହୋଇଥିବା ପ୍ରକାଶ କରିଛି ।  ଦୁହିଁଙ୍କୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିବା ସୂଚନା ରହିଛି ।  ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ 20ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଏନ୍‌ସିବି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍‌, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚୁରା କରିଛି ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବଲିଉଡ୍‌କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର : ଜୟା ବଚ୍ଚନ

ନୂଆଦିଲ୍ଲୀ : ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ସଂସଦରେ ବର୍ଷିଛନ୍ତି ଜୟା ବଚ୍ଚନ । ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ଆଜି ସଂସଦର ଦ୍ବିତୀୟ ଦିନରେ  ଜୟା ବଚ୍ଚନ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ମନୋରଞ୍ଜନ ଶିଳ୍ପ ପ୍ରତିଦିନ 5 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍‌ କରାଯିବା ଅନୁଚିତ ବୋଲି ରାଜ୍ୟସଭାରେ ଏମ୍‌ପି ଜୟା ବଚ୍ଚନ କହିଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏନେଇ ବହୁ ଅପପ୍ରଚାର କରାଯାଉଛି। ଏଭଳି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବଲିଉଡ୍‌କୁ ସରକାରଙ୍କ ସମର୍ଥନ ମିଳିପାରୁ ନ ଥବା ଜୟା ଅଭିଯୋଗ କରିଛନ୍ତି। ଜଣଙ୍କ ଲାଗି ପୂରା ବଲିଉଡ୍‌କୁ ବଦନାମ କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ଜୟା ବଚ୍ଚନ । ସେହିପରି ଏହି ଇଣ୍ଡଷ୍ଟ୍ରିରେ କିଛି ଲୋକ ଅଛନ୍ତି ଯେଉଁମାନେ ସବୁଠୁ ଅଧିକ ଟିକସ ଦେଉଛନ୍ତି ।  କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍‌ କରାଯାଉଛି ବୋଲି କହିଛନ୍ତି ଜୟା ବଚ୍ଚନ ।

ସୂଚନଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଜଣାପଡିବା ପରେ ଏବେ ଏନ୍‌ସିବି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଗିରଫ କରିବା ସହ ଡ୍ରଗ୍ସ ସହ ବଲିଉଡ୍‌ର ଲିଙ୍କର ଖୋଳତାଡ ଜାରି ରଖିଛି । ଏହି ମାମଲାରେ ଅନେକ ଅଭିନେତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

50 ଲକ୍ଷର ଡ୍ରଗ୍ସ ସହିତ ନାଇଜେରିୟ ନାଗରିକ ଗିରଫ

ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍‌ ଏବଂ 200 ଗ୍ରାମର ଏମ୍‌ଡିଏମ୍‌ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ଫେଚ୍‌କ୍ୟୁ ଡେଭିଡ୍‌ ମାଡୁକ୍ବେ ବୋଲି ଜଣାପଡିଛି । ଗୋଆ ପୋଲିସ୍‌ ସର୍ବଦା ଜିରୋ ଡ୍ରଗ୍‌ ପଲିସିକୁ ପ୍ରାଧାନ୍ୟ ଦେଇଛି ଏବଂ ଆଗାମୀ ଦିନରେ ଗୋଆକୁ ଡ୍ରଗ୍ସମୁକ୍ତ କରାଯିବ ବୋଲି ଗୋଆ ପୋଲିସ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଗୋଆରୁ 3 କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଖସିଗଲା ଡ୍ରଗ୍‌ ମାଫିଆ : 31 ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ,ମା‘ ଗିରଫ

ସମୀକ୍ଷା ବ୍ୟୁରୋ
ଜଳେଶ୍ବର,11/12 : ଜଳେଶ୍ବରର କୁଖ୍ୟାତ ନିଶା ବେପାରୀ ମୁନ୍ନା ଖାଁ ପୋଲିସକୁ ଚକ୍‌ମା ଦେଇ ଖସି ଯାଇଛି । ତେବେ ମୁନ୍ନା ଘରୁ ପୋଲିସ୍ 31 ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିବା ସହିତ ତାର ମା‘କୁ ଗିରଫ କରିଛି । ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁନ୍ନା ନାଁରେ 40ରୁ ଏକାଧିକ ମାମଲା ରହିଥିବା ବେଳେ ଶାସନବାଡ ସ୍ଥିତ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ମୀର ରାହତ ଅଲ୍ଲୀ ଖାଁ ଓରଫ୍‌ ମୁନ୍ନା ଖସି ଯାଇଥିବା ବେଳେ ଅବକାରୀ ବିଭାଗ 310 ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଥିଲା । ଜବତ ବ୍ରାଉନ୍‌ ସୁଗାରର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ 31 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Categories
ଆଜିର ଖବର

ନିଶା ବେପାର ଅଭିଯୋଗ : କନେଷ୍ଟବଳ ନିଲମ୍ବିତ

ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।