ଆରପାରିକୁ ଚାଲିଗଲେ ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀ

Published: Nov 15, 2020, 2:50 pm IST

କୋଲକାତା, ଶେଷରେ ଶେଷ ନିସ୍ବାସ ତ୍ୟାଗ କଲେ ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀ। ସେ ଗୁରୁତର ଭାବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।  ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନ ଥିଲା। ସୌମିତ୍ର କରୋନା ଭାଇରସ ସଂକ୍ରାମିତ ହେବା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଧିରେ ଧିରେ ଗୁରୁତର ହୋଇପଡିଥିଲା।

85 ବର୍ଷିୟ ସୌମିତ୍ର ବଂଗଳା ଚଳଚିତ୍ରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ସତ୍ୟଜିତ ରାୟ୍, ମୃଣାଳ ସେନ ପରି ବ୍ୟକ୍ତିତ୍ବଙ୍କ ସହିତ କାମ କରିଛନ୍ତି। 1912 ମସିହାରେ ଚଳଚିତ୍ର କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି।

Related posts