
ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ ହେବା ପରେ ଏନସିବି ତାଙ୍କ ସ୍ବାମୀ ତଥା ଆଙ୍କର୍ ହର୍ଷ ଲିମ୍ବୋଚିଆଙ୍କୁ ଗିରଫ କରିଛି । ଘରୁ 86.5 ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଉଭୟ ପତି ଓ ପତ୍ନୀ ଏନସିବି ଆଗରେ ନିଶାଦ୍ରବ୍ୟ ସେବନ କରୁଥିବା ସ୍ୱୀକାର କରିଥିଲେ । ଭାରତୀ ସିଂଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି 18ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ପୂର୍ବରୁ ଶନିବାର ଦିନ ଭାରତୀଙ୍କୁ ଗିରଫ କରାଯାଇଥିଲା । ରବିବାର ତାଙ୍କୁ ଏନଡିପିଏସ କୋର୍ଟରେ ହାଜର କରାଯିବ । ଏନ୍ସିବି ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଚଢାଉ କରିଥିଲା ।