Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହାତୀବାରିରେ ହାତୀକୁ ଧକ୍କା ଦେଲା ପୁରୀ ସୁରଟ ଏକ୍ସପ୍ରେସ, ଟ୍ରେନ ଲାଇନ ଚ୍ୟୁତ, କୌଣସି କ୍ଷୟକ୍ଷତି ହୋଇ ନାହିଁ
ଜାତୀୟ ଖବର

ହାତୀବାରିରେ ହାତୀକୁ ଧକ୍କା ଦେଲା ପୁରୀ ସୁରଟ ଏକ୍ସପ୍ରେସ, ଟ୍ରେନ ଲାଇନ ଚ୍ୟୁତ, କୌଣସି କ୍ଷୟକ୍ଷତି ହୋଇ ନାହିଁ

December 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ହାତୀବାରିରେ ହାତୀକୁ ଧକ୍କା ଦେଲା ପୁରୀ ସୁରଟ ଏକ୍ସପ୍ରେସ, ଟ୍ରେନ ଲାଇନ ଚ୍ୟୁତ, କୌଣସି କ୍ଷୟକ୍ଷତି ହୋଇ ନାହିଁ

ଭୁବନେଶ୍ବର/ସମ୍ବଲପୁର, ଏକ ବଡ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ପୁରୀ ସୁରଟ ଏକ୍ସପ୍ରେସ। ଆଜି ରାତି 2ଟାରେ ଏହି ଟ୍ରେନଟି ସମ୍ବଲପୁର ରେଲୱେ ଡିଭିଜନର ହାତୀବାରି ଓ ମାନେଶ୍ବର ଷ୍ଟେସନ ମଧ୍ୟରେ ଏକ ହାତୀ ଧକ୍କା ଦେଇଛି। ଫଳରେ ଟ୍ରେନର ଇଂଜିନରେ ଥିବା ଚକା ମଧ୍ୟରୁ ଛଅଟି ଚକା ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟି ନାହିଁ। ଟ୍ରେନର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ଘଟଣାରୁ ଜଣାପଡିଛି ଯେ, ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ବର ଷ୍ଟେସନ ଅଞ୍ଚଳଟି ହାତୀଙ୍କ ଚଳପ୍ରଚଳ ହୋଇଥିବାରୁ ଟ୍ରେନର ଗତି ଧୀର କରାଯାଇଛି। ସେହି ଅନୁସାରେ ଟ୍ରେନଟି ହାତୀବାରୀ ଷ୍ଟେସନରୁ ରାତି 1 ଟା 55 ମିନିଟରେ ଛାଡିଥିଲା। ସେତେବେଳେ ଟ୍ରେନର ଗତି ଘଣ୍ଟାକୁ 50 କିଲୋମିଟର ଥିଲା। ଶୀତରାତି ହୋଇଥିବାରୁ ହାତୀଙ୍କ ଚଳପ୍ରଚଳ ଟ୍ରେନ ଡ୍ରାଇଭର ବୋଧହୁଏ ଅବଗତ ହୋଇ ପାରିଲେ ନାହିଁ। ଫଳରେ ଏହି ଦୁର୍ଘଟଣା ହୋଇଥିବାର ଜଣାପଡିଛି।

ଏହି ଖବର ଜଣାପଡିବା ପରେ ପୂର୍ବତଟ ରେଳବାଇର ରେଢାଖୋଲରୁ ଏକ ରିଲିଫ ଟ୍ରେନ ଆସି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା। ସମସ୍ତ ବଗିଗୁଡିକକୁ ପୁଣି ହାତୀବାରୀ ଷ୍ଟେସନ ଅଣାଯାଇଥିଲା। ଅଳ୍ପ ସମୟ ପରେ ଏକ ନୂଆ ଇଂଜିନି ଲଗାଯାଇ ଟ୍ରେନଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା। ଏହି ଦୁର୍ଘଟଣା ଯୋଗୁଁ ପୁରୀ ଦୁର୍ଗ ସ୍ପେଶାଲ ଏକ୍ସପ୍ରେସ, କୋରାପୁଟ ଭୁବନେଶ୍ବର ସ୍ପେଶାଲ ଟ୍ରେନ ବିଳମ୍ବରେ ଯାତ୍ରା କରିଥିଲା। ଏହି ଖବର ପରେ ସମ୍ବଲପୁର ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.