Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିର ୧୮ ବିଧାନସଭା ପ୍ରାର୍ଥୀ ଘୋଷଣା, ପାରାଦ୍ବୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏବଂ ଜଟଣୀରୁ ବିଭୂତି ବଳବନ୍ତରାୟ ହେଲେ ପ୍ରାର୍ଥୀ
ବିଶେଷ ଖବର

ବିଜେଡ଼ିର ୧୮ ବିଧାନସଭା ପ୍ରାର୍ଥୀ ଘୋଷଣା, ପାରାଦ୍ବୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏବଂ ଜଟଣୀରୁ ବିଭୂତି ବଳବନ୍ତରାୟ ହେଲେ ପ୍ରାର୍ଥୀ

March 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD declares its 18 assembly candidate name
BJD declares its 18 assembly candidate name

ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ..

୧. ପାରାଦୀପ – ସମ୍ବିତ ରାଉତରାୟ

୨. ବଡ଼ଚଣା  – ଅମର ଶତପଥୀ

୩. ପୁରୀ  – ମହେଶ୍ବର ମହାନ୍ତି

୪. ତିର୍ତ୍ତୋଲ୍‌ – ବିଷ୍ଣୁଦାସ

୫. ସୋର – ପର୍ଶୁରାମ ଧଡ଼ା

୬. ଜଟଣୀ – ବିଭୂତି ବଳବନ୍ତରାୟ

୭. ବାରବାଟୀ କଟକ – ଦେବାଶିଷ ସାମନ୍ତରାୟ

୮. କଟକ ସଦର – ଚନ୍ଦ୍ରସାରଥୀ ବେହେରା

୯.  ଜଳେଶ୍ବର – ଅଶ୍ବିନୀ କୁମାର ପାତ୍ର

୧୦. ଯଶୀପୁର –  ଗୋଲକ ନାଏକ

୧୧. ରେଙ୍ଗାଲୀ – ରୀନା ତନ୍ତୀ

୧୨. ବାଙ୍ଗିରିପୋଷି – ସୁଦାମା ମାରାଣ୍ଡି

୧୩. ବାଲେଶ୍ବର – ଜୀବନ ପ୍ରଦୀପ ଦାସ

୧୪. ଭଦ୍ରକ – ସଂଜୀବ ମଲ୍ଲିକ

୧୫. ରାଜନଗର – ଧ୍ରୁବ ଚରଣ ସାହୁ

୧୬. ସାରସକଣା – ଅମର ସିଂହ ଟୁଡୁ

୧୭. ଉଦଳା – ଶ୍ରୀନାଥ ସୋରେନ୍‌

୧୮. ବଡ଼ସାହି – ବୃନ୍ଦାବନ ଦାସ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ମୁହଁ ଅପେକ୍ଷା ପୁରୁଣା ନେତାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଏଥର ତାଲିକାରେ ଅଳ୍ପ କେତେକ ନୂଆ ମୁହଁ ଥିବା ବେଳେ ଅନ୍ୟମାନେ ସମସ୍ତେ ପୁରୁଣା ମୁହଁ। ପାରାଦ୍ବୀପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଫଳରେ ଏରସମାରୁ ଦାମ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ପାରାଦ୍ବୀପରୁ ତାଙ୍କ ପୁଅ ବିଜେଡିରୁ ଲଢେଇ କରିବେ। ସେହିପିର କଟକ ବାରବାଟୀରେ ନବୀନ ଦେବାଶୀଷ ସାମନ୍ତରାୟଙ୍କ ଉପରେ ଭରସା କରିଛନ୍ତି। କଟକର ଅନ୍ୟ ଆସନ ଘୋଷଣା ସରିଥିଲେ ମଧ୍ୟ ବାରବାଟୀକୁ ନେଇ ଦ୍ବନ୍ଦ ରହିଥିଲା। ଶେଷ ପର୍ଯ୍ୟନ୍ତ ଏହି ଆସନରୁ ବିଜେଡିର କିଏ ପ୍ରାର୍ଥୀ ହେବ ଘୋଷଣା ହୋଇ ନ ଥିଲା। ସେହିପରି ଜଟଣୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ବିଭୂତିଙ୍କୁ ଗତ ନିର୍ବାଚନରେ ଟିକେଟ ଦିଆ ନ ଯାଇ ଭାଗିରଥୀ ବଡଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଏଥର ଭାଗିରଥୀ ସ୍ବାସ୍ଥ୍ୟଗତ କାରଣ ପାଇଁ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି କରିଥିଲେ। ଫଳରେ ବିଭୂତିଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ସେତେବେଳେ ବିଭୂତି କୌଣସି ଦଳକୁ ନ ଡେଇଁ ବିଜେଡିରେ ରହି କାମ କରୁଥିବାରୁ ତାଙ୍କୁ ଏଥର ପୁରସ୍କାର ମିଳିଲା। ତିର୍ତୋଲ ଆସନରେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। କାରଣ ଏହି ଆସନର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁରର ଲୋକସଭା ପ୍ରାର୍ଥୀ କରାଯାଇଛି। କଟକ ସଦରରେ ଚନ୍ଦ୍ରସାରଥୀ ବେହେରାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। କାରଣ ବିଶ୍ବ କପ ହକି ଆୟୋଜନରେ କ୍ରୀଡାମନ୍ତ୍ରୀ ଭାବେ ଚନ୍ଦ୍ରସାରଥୀଙ୍କ ଭୂମିକା ଗୁରୁତପୂର୍ଣ୍ଣ ଥିବାରୁ ତାଙ୍କୁ ନବୀନ ପୁଣି ଭରସା କରିଛନ୍ତି। ସେହିପରି ବଡଚଣାରେ ମଧ୍ୟ ଅମର ଶତପଥୀଙ୍କୁ ପୁଣି ଥିରେ ଟିକେଟ ଦିଆଯାଇଛି। ଏହି ଆସନରୁ ଅନେକ ଆଶାୟୀ ଥିବା ବେଳେ ନବୀନ ଅମରଙ୍କୁ ଭରସା କରିଛନ୍ତି।

assembly BJD candidate declares list thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଫେକ୍ ନ୍ୟୁଜ୍ ଠାରୁ ଦୂରେଇ ରହିବାକୁ CBSE ର ପରାମର୍ଶ

February 17, 2026

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026
Latest News

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍!: ସୁପର ୮ରେ ଶ୍ରୀଲଙ୍କା, ଜିମ୍ବାୱେ ପାଇଁ ବଡ ସୁଯୋଗ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.