Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଏଚଟିସି-ଇଣ୍ଡିଆ ଅନ୍ତର୍ଗତ ଲାଇଟ ହାଉସ ପ୍ରକଳ୍ପ ପାଇଁ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଜିଏଚଟିସି-ଇଣ୍ଡିଆ ଅନ୍ତର୍ଗତ ଲାଇଟ ହାଉସ ପ୍ରକଳ୍ପ ପାଇଁ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

December 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଏଚଟିସି-ଇଣ୍ଡିଆ ଅନ୍ତର୍ଗତ ଲାଇଟ ହାଉସ ପ୍ରକଳ୍ପ ପାଇଁ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ପହିଲା ୨୦୨୧, ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଅନ୍ତର୍ଗତ ଛଅଟି ରାଜ୍ୟରେ ଥିବା ଛଅଟି କ୍ଷେତ୍ରରେ ଲାଇଟ ହାଉସ ପ୍ରକଳ୍ପ (ଏଲଏଚପି) ପାଇଁ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଆଫର୍ଡେବଲ ସଷ୍ଟେନେବଲ ହାଉସିଂ ଆକ୍ସେଲେଟର୍ସ-ଇଣ୍ଡିଆ (ଆଶା-ଇଣ୍ଡିଆ) ବିଜେତାମାନଙ୍କର ନାମ ଘୋଷଣା କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ) ମିଶନ କାର‌୍ୟ୍ୟକାରୀ କରିବା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ବାର୍ଷିକ ପୁରସ୍କାର ପ୍ରଦାନ କରିବେ।

ଏହି କାର‌୍ୟ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ମଧ୍ୟ ନବରିତି (ନ୍ୟୁ, ଆଫର୍ଡେବଲ, ଭାଲିଡେଟେଡ, ରିସର୍ଚ୍ଚ ଇନୋଭେସନ ଟେକ୍ନୋଲୋଜି ଫର ଇଣ୍ଡିଆନ ହାଉସିଂ) ନାମକ ଅଭିନବ ନିର୍ମାଣ ପ୍ରଯୁକ୍ତି ଉପରେ ଏକ ସାର୍ଟିଫିକେଟ କୋର୍ସ ଏବଂ ଜିଏଚଟିସି-ଇଣ୍ଡିଆ ମାଧ୍ୟମରେ ଚିହ୍ନଟ କରାଯାଇଥିବା ୫୪ଟି ଅଭିନବ ଆବାସ ନିର୍ମାଣ ପ୍ରଯୁକ୍ତିର ଏକ ସଂଗ୍ରହକୁ ଉନ୍ମୋଚନ କରିବେ। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ଙ୍କ ସମେତ ତ୍ରିପୁରା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।

ଲାଇଟ ହାଉସ ପ୍ରକଳ୍ପ

ଲାଇଟ ହାଉସ ପ୍ରକଳ୍ପଗୁଡ଼ିକ ଦେଶରେ ପ୍ରଥମ ଥର ପାଇଁ ନିର୍ମାଣ କ୍ଷେତ୍ରରେ ଏତେ ବ୍ୟାପକ ସ୍ତରରେ ଶ୍ରେଷ୍ଠ ନୂତନ ପିଢ଼ିର ବିକଳ୍ପ ବିଶ୍ୱସ୍ତରୀୟ ପ୍ରଯୁକ୍ତି, ଉପାଦାନ ଏବଂ ପ୍ରକ୍ରିୟାକୁ ପ୍ରଦର୍ଶିତ କରୁଛି। ଏଗୁଡ଼ିକ ଜିଏଚଟିସି-ଇଣ୍ଡିଆ ଅନ୍ତର୍ଗତ ନିର୍ମାଣ କରାଯାଉଛି ଏବଂ ଆବାସ ନିର୍ମାଣ କ୍ଷେତ୍ରରେ ଏକ ସାମାଗ୍ରିକ ଢଙ୍ଗରେ ଅଭିନବ ପ୍ରଯୁକ୍ତି ଗ୍ରହଣ କରିବା ନିମନ୍ତେ ଏକ ଇକୋସିଷ୍ଟମ ଯୋଗାଇ ଦେଇଛି। ଏହି ଏଲଏଚପିଗୁଡ଼ିକ ଇନ୍ଦୋର (ମଧ୍ୟପ୍ରଦେଶ), ରାଜକୋଟ (ଗୁଜରାଟ), ଚେନ୍ନାଇ (ତାମିଲନାଡ଼ୁ), ରାଞ୍ଚି (ଝାଡ଼ଖଣ୍ଡ), ଅଗରତାଲା(ତ୍ରିପୁରା), ଲକ୍ଷ୍ନୌ (ଉତ୍ତର ପ୍ରଦେଶ)ରେ ନିର୍ମାଣ କରାଯାଉଛି।

ଏଗୁଡ଼ିକ ମଧ୍ୟରେ ରହିଛି ପ୍ରତ୍ୟେକ ସ୍ଥାନରେ ପାଖାପାଖି ଏକ ହଜାର ଘର ସମେତ ଆନୁସଙ୍ଗିକ ଭିତ୍ତିଭୂମି ସୁବିଧା। ଏସବୁ ପ୍ରକଳ୍ପ ପାରମ୍ପରିକ ଇଟା ଓ ସିମେଣ୍ଟ ଘର ତୁଳନାରେ ମାତ୍ର ୧୨ ମାସ ମଧ୍ୟରେ ତୁରନ୍ତ ନିର୍ମିତ ହୋଇଥିବା ରହିବା ଲାଗି ପ୍ରସ୍ତୁତ ଘର ପ୍ରଦାନ କରିବ। ଏହି ଘରଗୁଡ଼ିକ ମଧ୍ୟ ଅଧିକ ଶସ୍ତା, ଦୀର୍ଘସ୍ଥାୟୀ ଏବଂ ଉଚ୍ଚ ଗୁଣବତ୍ତା ସମ୍ପନ୍ନ।

ଏହି ଏଲଏଚପିଗୁଡ଼ିକ ବିଭିନ୍ନ ପ୍ରକାରକର ପ୍ରଯୁକ୍ତି ପ୍ରଦର୍ଶିତ କରୁଛି, ଯେପରିକି ଇନ୍ଦୋର ଏଲଏଚପିରେ ପ୍ରିଫ୍ରେକେଟେଡ୍ ସ୍ୟାଣ୍ଡୱିଚ୍ ପ୍ୟାନେଲ୍ ସିଷ୍ଟମ, ରାଜକୋଟ ଠାରେ ଏଲଏଚପିରେ ଟନେଲ୍ ଫର୍ମୱାର୍କ ବ୍ୟବହାର କରି ମୋନୋଲିଥିକ୍ କଂକ୍ରିଟ୍ ନିର୍ମାଣ, ଚେନ୍ନାଇଠାରେ ଏଲଏଚପିରେ ପ୍ରିକାଷ୍ଟ କଂକ୍ରିଟ୍ ନିର୍ମାଣ ବ୍ୟବସ୍ଥା, ରାଞ୍ଚି ଏଲଏଚପିରେ ଥ୍ରୀଡି ଭଲ୍ୟୁମେଟ୍ରିକ୍ ପୂର୍ବାନୁମାନ କଂକ୍ରିଟ୍ ନିର୍ମାଣ ବ୍ୟବସ୍ଥା, ଅଗରତାଲା ଠାରେ ଏଲଏଚପିରେ ହାଲୁକା ଗଜ୍ ଷ୍ଟିଲ୍ ଇନଫିଲ୍ ପ୍ୟାନେଲ ସହିତ ଗଠନମୂଳକ ଷ୍ଟିଲ୍ ଫ୍ରେମ ଏବଂ ଲକ୍ଷ୍ନୌ ଠାରେ ପିଭିସି ଷ୍ଟେ ଇନ ପ୍ଲେସ ଫର୍ମୱାର୍କ ସିଷ୍ଟମ ଆଦି ଉପଯୋଗ କରାଯାଇଛି।

ଏହି ଏଲଏଚପିଗୁଡ଼ିକ ଏହି କ୍ଷେତ୍ରରେ ପ୍ରଯୁକ୍ତି ହସ୍ତାନ୍ତର ସୁବିଧା ପ୍ରଦାନ କରିବା ଏବଂ ଏହାକୁ ଅନ୍ୟସ୍ଥାନରେ କାର‌୍ୟ୍ୟକାରୀ କରିବା ନିମନ୍ତେ ଜୀବନ୍ତ ପରୀକ୍ଷାଗାର ଭାବେ କାର‌୍ୟ୍ୟ କରିବ। ଏଥିରେ ଆଇଆଇଟି, ଏନଆଇଟି ଏବଂ ଅନ୍ୟ ଇଞ୍ଜିନିୟରିଂ କଲେଜ, ପ୍ଲାନିଂ ଓ ଆର୍କିଟେକ୍ଚର କଲେଜ, ବିଲ୍ଡର, ଘରୋଇ ଓ ସରକାରୀ କ୍ଷେତ୍ରର ପେସାଦାର ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ ଯୋଜନା ପ୍ରସ୍ତୁତି, ଡିଜାଇନ, ସରଞ୍ଜାମର ଉତ୍ପାଦନ, ନିର୍ମାଣ ଅଭ୍ୟାସ ଏବଂ ପରୀକ୍ଷଣ ସାମିଲ ରହିଛି।

ଆଶା-ଇଣ୍ଡିଆ

ସମ୍ଭାବ୍ୟ ଭବିଷ୍ୟତର ପ୍ରଯୁକ୍ତି ପାଇଁ ଇନକ୍ୟୁବେସନ ଏବଂ ତ୍ୱରାନ୍ୱିତ ସମର୍ଥନ ଯୋଗାଇବା ଜରିଆରେ ଘରୋଇ ଗବେଷଣା ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଲାଗି ଆଫର୍ଡେବଲ ସଷ୍ଟେନେବଲ ହାଉସିଂ ଆକ୍ସେଲେଟର୍ସ-ଇଣ୍ଡିଆ (ଆଶା-ଇଣ୍ଡିଆ) ଉଦ୍ଦିଷ୍ଟ। ଆଶା-ଇଣ୍ଡିଆ କାର‌୍ୟ୍ୟକ୍ରମ ଅଧୀନରେ ଇନକ୍ୟୁବେସନ ଏବଂ ତ୍ୱରାନ୍ୱିତ ସହାୟତା ଯୋଗାଇ ଦେବା ଲାଗି ପାଞ୍ଚଟି ଆଶା-ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ତ୍ୱରାନ୍ୱିତ ସହାୟତା ଅନ୍ତର୍ଗତ ସମ୍ଭାବ୍ୟ ଟେକ୍ନୋଲୋଜି ବିଜେତାଙ୍କ ନାମ ପ୍ରଧାନମନ୍ତ୍ରୀ ଘୋଷଣା କରିବେ। ଏହି ପଦକ୍ଷେପ ମାଧ୍ୟମରେ ଚିହ୍ନିତ ପ୍ରଯୁକ୍ତିବିଦ୍ୟା, ପ୍ରକ୍ରିୟା ଏବଂ ସାମଗ୍ରୀ ଯୁବ ସୃଜନଶୀଳ ମନ, ଷ୍ଟାର୍ଟ ଅପ୍, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବ।

ପିଏମଏୱାଇ-ୟୁ ମିଶନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ-ୟୁ) ମିଶନ “୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର” ଲକ୍ଷ୍ୟ ନେଇ ଡିଜାଇନ କରାଯାଇଛି। ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, ସହରାଞ୍ଚଳ ପ୍ରଶାସନ ଏବଂ ହିତାଧିକାରୀମାନଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ସମ୍ମାନିତ କରିବା ସକାଶେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପିଏମଏୱାଇ-ୟୁର କାର‌୍ୟ୍ୟକାରିତା କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ପାଇଁ ବାର୍ଷିକ ପୁରସ୍କାର ପ୍ରଚଳନ କରାଯାଇଛି। ପିଏମଏୱାଇ (ସହରାଞ୍ଚଳ) ପୁରସ୍କାର-୨୦୧୯ର ବିଜେତାମାନଙ୍କୁ ଏହି କାର‌୍ୟ୍ୟକ୍ରମରେ ପୁରସ୍କୃତ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଓମାନରେ ଜାହାଜ ଉପରେ ଆକ୍ରମଣ ପରେ ଭାରତର କଡ଼ା ପ୍ରତିକ୍ରିୟା, ଆମେରିକୀୟ କୂଟନୀତିଜ୍ଞ ସମନ

June 11, 2026

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଉଚ୍ଛେଦ !

June 11, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ପିଲାଙ୍କ ଅନଲାଇନ୍ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.