Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ରମାଗତ ଭାବେ ଗତ ୭ ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ରୁ କମ, ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣ
ଜାତୀୟ ଖବର

କ୍ରମାଗତ ଭାବେ ଗତ ୭ ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ରୁ କମ, ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣ

January 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତର ମୋଟ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ ଧାରା ଅବ୍ୟାହତ ରଖିଛି । ଆଜି ଏହା ୨ ଲକ୍ଷ ୫୪ ହଜାର ୨୫୪ କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୧୭୯ ଦିନ ପରେ ଏହା ସର୍ବନିମ୍ନ । ଗତ ୬ ଜୁଲାଇ ୨୦୨୦ ରେ ସମୁଦାୟ ସକ୍ରିୟ ମାମଲା ୨ଲକ୍ଷ ୫୩ ହଜାର ୨୮୭ ଥିଲା । ବର୍ତ୍ତମାନ ଭାରତର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୨.୪୭ ପ୍ରତିଶତ ରହିଛି ।

ବିଗତ କିଛି ଦିନ ଧରି ଭାରତରେ ଦୈନିକ ନୂତନ ମାମଲା ପ୍ରାୟ ୨୦,୦୦୦ ପାଖାପାଖି ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ମାମଲା ୨୦,୦୩୫ ଥିବାବେଳେ ଏହି ଅବଧି ମଧ୍ୟରେ ୨୩,୧୮୧ ଜଣ ଆରୋଗ୍ୟ ଲାଭ କରିଥିବା ପଞ୍ଜୀକୃତ ହୋଇଛି । ଗତ ୩୫ ଦିନ ଧରି ଦୈନିକ ନୂତନ ମାମଲା ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିବା ଫଳରେ ସକ୍ରିୟ ମାମଲାର କ୍ରମାଗତ ହ୍ରାସ ସୁନିଶ୍ଚିତ ହୋଇଛି ।

ମୋଟ ଆରୋଗ୍ୟ ମାମଲା ୯୮ ଲକ୍ଷ ୮୩ ହଜାର ୪୬୧ ରେ ରହିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଇ ୯୬ ଲକ୍ଷ ଅତିକ୍ରମ କରିଛି। ଏହା ବର୍ତ୍ତମାନ ୯୬ ଲକ୍ଷ ୨୯ ହଜାର ୨୦୭ ରେ ପହଞ୍ଚିଛି । ନୂତନ ଆରୋଗ୍ୟ ଏବଂ ନୂତନ ସକ୍ରିୟ ମାମଲାର ପାର୍ଥକ୍ୟରେ ଉନ୍ନତି ଘଟି ସୁସ୍ଥତା ହାର ଆଜି ୯୬.୦୮% କୁ ବୃଦ୍ଧି ପାଇଛି । ନୂତନ ଆରୋଗ୍ୟ ମାମଲାର ୭୭.୬୧% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ରେକର୍ଡ କରାଯାଇଛି ।

କେରଳରୁ ଗୋଟିଏ ଦିନରେ ସର୍ବାଧିକ ୫,୩୭୬ ଜଣ ନୂତନ ଆରୋଗ୍ୟ ଲାଭ କରିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରୁ ୩,୬୧୨ ଲୋକ ଆରୋଗ୍ୟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧,୫୩୭ ଜଣ ସୁସ୍ଥ ହୋଇଛନ୍ତି । ନୂତନ ମାମଲାଗୁଡ଼ିକର ୮୦.୧୯% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳ ସର୍ବାଧିକ ଦୈନିକ ନୂତନ ମାମଲା ୫,୨୧୫ ଥିବା ରିପୋର୍ଟ କରିଛି । ଏହା ପଛରେ ମହାରାଷ୍ଟ୍ର ୩,୫୦୯ ଟି ନୂଆ ମାମଲା ଥିବା ଦର୍ଶାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୫୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂତନ ମୃତ୍ୟୁର ୮୦.୪୭% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳ ଏବଂ ପଶ୍ଚିମବଙ୍ଗରୁ ଯଥାକ୍ରମେ ୩୦ ଏବଂ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୭ ଦିନରେ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ କମ ହୋଇଛି, ଯାହା ବର୍ତ୍ତମାନ ମୃତ୍ୟୁ ହାରକୁ ୧.୪୫%ରେ ପହଞ୍ଚାଇଛି ।

ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ଏହି ପାଞ୍ଚଟି ରାଜ୍ୟରେ ମୃତ୍ୟୁ ହାର ୬୩% ରହିଛି ।

କରୋନା ମୃତ୍ୟୁ ଭାରତରେ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026
Latest News

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.