Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାନୁଆରୀ ୫ରୁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ, ଜାଣନ୍ତୁ କେମିତି ଯିବେ
ଜାତୀୟ ଖବର

ଜାନୁଆରୀ ୫ରୁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ, ଜାଣନ୍ତୁ କେମିତି ଯିବେ

January 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାନୁଆରୀ ୫ରୁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ, ଜାଣନ୍ତୁ କେମିତି ଯିବେ

ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ରୁ ପୁନର୍ବାର ଖୋଲିବ । ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ ଦିନ ଖୋଲା ରହିବ । ୱେବସାଇଟ

https://presidentofindia.nic.in କିମ୍ବା    https://rashtrapatisachivalaya.gov.in  କିମ୍ବା  https://rbmuseum.gov.in

ମାଧ୍ୟମରେ ପରିଦର୍ଶକମାନେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ । ପୂର୍ବ ପରି, ପ୍ରତ୍ୟେକ ଭ୍ରମଣକାରୀଙ୍କ ନାମକରଣ ପଞ୍ଜିକରଣ ପାଇଁ ୫୦/- ଟଙ୍କା ଶୁଳ୍କ ଆଦାୟ କରାଯିବ । ପୂର୍ବରୁ ଉପଲବ୍ଧ ଥିବା ସ୍ପଟ୍ ବୁକିଂ ସୁବିଧାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ।

ସାମାଜିକ ଦୂରତା ନିୟମକୁ ବଜାୟ ରଖିବା ପାଇଁ, ସକାଳ ୯:୩୦ – ପୂର୍ବାହ୍ନ ୧୧:୦୦, ପୂର୍ବାହ୍ନ ୧୧:୩୦ – ଅପରାହ୍ନ ୧:୦୦, ଅପରାହ୍ନ ୧:୩୦ – ଅପରାହ୍ନ ୩:୦୦ ଏବଂ ଅପରାହ୍ନ ୩:୩୦ – ଅପରାହ୍ନ ୫:୦୦ ମଧ୍ୟରେ ସର୍ବାଧିକ ୨୫ ଭ୍ରମଣକାରୀଙ୍କ ପାଇଁ ଚାରୋଟି ପ୍ରି-ବୁକ୍ ହୋଇଥିବା ସମୟ ସ୍ଲଟ୍ ସ୍ଥିର କରାଯାଇଛି । ଭ୍ରମଣ ସମୟରେ, ପରିଦର୍ଶକମାନଙ୍କୁ କୋଭିଡ ନିଯମାବଳୀ ଅନୁସରଣ କରିବାକୁ ପଡିବ ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ଇତ୍ୟାଦି । କୋଭିଡ-୧୯ ସଂକ୍ରମିତ ଲୋକଙ୍କ ପାଇଁ ଏହି ଯାତ୍ରା ନିଷିଦ୍ଧ କରାଯାଇଛି ।

ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ସଂଗ୍ରହାଳୟ ବିଷୟ ହେଉଛି ଏକ ଇଭେଣ୍ଟ ଭିତ୍ତିକ କାହାଣୀ ଯାହା କଳା, ସଂସ୍କୃତି, ଐତିହ୍ୟ ଏବଂ ଇତିହାସର ପ୍ରତୀକ ସୂକ୍ଷ୍ମ ତଥା ଅମୂଲ୍ୟ କଳାକୃତି ପ୍ରଦର୍ଶନ କରିଥାଏ । ଏ ସଂପର୍କରେ ଅଧିକ ବିବରଣୀ  https://rbmuseum.gov.in ୱେବସାଇଟରୁ ପାଇପାରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ରୋହୁଲ୍ଲା ମେହେଦିଙ୍କୁ ଗିରଫ କଲା ପୋଲିସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026
Latest News

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.