ହେ ପ୍ରଭୃ ଦେଖାଦିଅ, ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରସିଦ୍ଧ ମନ୍ଦିର

Published: Jan 3, 2021, 9:55 am IST

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଭକ୍ତିଙ୍କ ପାଇଁ ଖୋଲା ଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରିଣି ମନ୍ଦିର, କେନ୍ଦ୍ରପଡାର ବଳଦେବଜୀୟୁ ମନ୍ଦିର ପ୍ରମୁଖ ଖୋଲାଯାଇଛି। ଲିଙ୍ଗରାଜମନ୍ଦିରରେ ବର୍ତ୍ତମାନ ବାହାର ଭକ୍ତଙ୍କୁ ପ୍ରେବଶ ଅନୁମତି ଦିଆଯାଇ ନାହିଁ। କେବଳ ଭୁବନେଶ୍ବର ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ସେଥିପାଇଁ ଭୁବନେଶ୍ବର ଠିକଣା ଥିବା ପରିଚୟପତ୍ର ଦେଖାଇବାକୁ ପଡିବ।

ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଆଜି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ପୂର୍ବରୁ ପୁରୀ ବାସିନ୍ଦା ଏବଂ ସେବକମାନେ ଦର୍ଶନ କରିବାର ସୁଯୋଗ ମିଳିଥିଲା। ବର୍ତ୍ତମାନ 3 ତାରିଖରୁ ସର୍ବସାଧାରଣ ଦର୍ଶନ ରହିଛି। ହେଲେ ମନ୍ଦିର ଭିତରକୁ ଯିବାକୁ ହେଲେ କରୋନା ନେଗେଟିଭ ରିପୋର୍ଟ ନେବାକୁ ପଡିବ। 48 ଘଣ୍ଟା ମଧ୍ୟରେ ଏହି ରିପୋର୍ଟ ବାହାରିଥିବାର ଆବଶ୍ୟକ। ତାହା ହେଲା ଜଗା ଦର୍ଶନ କରିପାରିବେ।

ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀ ମନ୍ଦିରର ମଧ୍ୟ ଭକ୍ତଙ୍କ ପାଇଁ ଖୋଲାଯାଇଛି। ଭୋରରୁ ସମସ୍ତ ରୀତିନୀତି ପରେ ଆଜି ମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କୁ ଅନୁମତି ମିଳିଛି। ସେହିପରି କେନ୍ଦ୍ରପଡାର ଶ୍ରୀବଳଦେବଜୀୟୁ ମନ୍ଦିରରେ ମଧ୍ୟ କଟକଣା ମଧ୍ୟରେ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ଗଂଜାମର ପ୍ରସିଦ୍ଧ ଠାକୁରାଣୀ ମା ତାରାତାରିଣୀ ମନ୍ଦିର। ସେଠାରେ ମଧ୍ୟ ଭକ୍ତମାନେ କୋଭିଡ କଟକଣା ନିୟମ ମାନି ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

Related posts