Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ଟିକା ବାହାରିଲା, ହେଲେ ଏହା ପୂର୍ବରୁ କଣ କରାଯାଇଥିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଜାତୀୟ ଖବର

କରୋନା ଟିକା ବାହାରିଲା, ହେଲେ ଏହା ପୂର୍ବରୁ କଣ କରାଯାଇଥିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ

January 4, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍‍ସିଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା ୧୯ ଭୂତାଣୁ ନିରୋଧୀ ଟିକାର ନିୟନ୍ତ୍ରିତ ଜରୁରୀ ବ୍ୟବହାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଛଡା ଏହି ବୈଠକରେ କାଡିଲା ହେଲ୍‍ଥ କେୟାର ସଂସ୍ଥା ଦ୍ୱାରା ନିର୍ମିତ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ମଧ୍ୟ ଅନୁମତି ମିଳିଛି । ଏହି ବିଶେଷଜ୍ଞ କମିଟିରେ ଛାତିରୋଗ, ରୋଗ ପ୍ରତିରୋଧ ବିଜ୍ଞାନ,  ଅଣୁଜୀବ ବିଜ୍ଞାନ,  ଔଷଧ ବିଜ୍ଞାନ,  ଶିଶୁରୋଗ ବିଜ୍ଞାନ ଏବଂ ଆନ୍ତରିକ ଭେଷଜ ଚିକିତ୍ସା ବିଜ୍ଞାନ  ବିଭାଗର ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି।

ପୁଣେଠାରେ ଥିବା ସେରମ ପ୍ରତିଷ୍ଠାନ ପକ୍ଷରୁ ରିକମ୍ବିନାଣ୍ଟ ସିମ୍ପାଞ୍ଜି  ଆଡେନୋଭାଇରସ୍‍ ଭେକ୍ଟର ଭେକ୍ସିନ ବା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସାର୍ସ-କୋଭ-ଟୁ ସ୍ପାଇକ୍‍ର ଏନ୍‍କୋଡିଂ ଓ ଗ୍ଲାଇକୋ ପ୍ରୋଟିନ ଠାବ  କରାଯାଇଛି । ଷ୍ଟ୍ରାଜେନେକା/ଅକ୍ସଫୋର୍ଡ ୟୁନିଭର୍ସିଟିରୁ ବୈଷୟିକ ଜ୍ଞାନକୌଶଳ ଆଣି ଏହି ଟିକା ତିଆରି ହୋଇଛି । ଏହି ଫାର୍ମ ପକ୍ଷରୁ ଟିକାର ନିରାପଦ ଦିଗ, ରୋଗ ପ୍ରତିରୋଧକ କ୍ଷମତା ଏବଂ ଦକ୍ଷତାର ତଥ୍ୟାବଳୀ ମଧ୍ୟ ପ୍ରଦାନ କରାଯାଇଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ୪୩୭୪୫ ଲୋକଙ୍କ ଉପରେ ଟିକାର ପରୀକ୍ଷା ମୂଳକ ପ୍ରୟୋଗ ପରେ ସେସବୁ ତଥ୍ୟାବଳୀର ଅନୁଶୀଳନ ଓ ଅନୁଧ୍ୟାନ ଦରିଆପାରି ଦେଶଗୁଡିକରେ କରାଯାଇଛି ।

ଏହି ଟିକାର ସାମଗ୍ରିକ ଦକ୍ଷତା ଓ ପ୍ରଭାବ ପ୍ରାୟ ୭୦.୪୨ ଶତାଂଶ ଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆହୁରି ମଧ୍ୟ ସେରମ୍‍ ସଂସ୍ଥାକୁ ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ଏବଂ ସେଥିରେ ୧୬୦୦ ଲୋକଙ୍କ ଉପରେ ଏହାର ପରୀକ୍ଷା ମୂଳକ ପ୍ରୟୋଗ କରାଯାଇ ସେ ସବୁର ତଥ୍ୟାବଳୀ ଅନୁଧ୍ୟାନ କରାଯାଇଛି । ଫାର୍ମ ପକ୍ଷରୁ ମଧ୍ୟ ଟିକାର ଅନ୍ତରୀଣ ନିରାପଦ ଦିଗ ଏବଂ ରୋଗ ପ୍ରତିଷେଧକ ତଥ୍ୟାବଳୀ ଉପସ୍ଥାପିତ କରାଯାଇଛି । ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ସଂଗୃହୀତ ଏହି ତଥ୍ୟାବଳୀ ବିଦେଶରେ ହେଉଥିବା ତଥ୍ୟାବଳୀ ସହ ପ୍ରାୟ  ସମାନ ରହିଛି ।

ଏହିସବୁ ତଥ୍ୟ ଉପରେ ବିଷୟ ବିଶେଷଜ୍ଞ କମିଟି ସବିଶେଷ ଆଲୋଚନା ଓ  ପର୍ଯ୍ୟାଲୋଚନା କରିବା ପରେ ଜରୁରୀକାଳୀନ ଆବଶ୍ୟକତା ପାଇଁ ଏହି ଟିକାର ସୀମିତ ବ୍ୟବହାର ନିମନ୍ତେ ଅନୁମତି ଦେବାକୁ ସୁପାରିସ କରିଛି। ଏଥିରେ ସ୍ପଷ୍ଟ କରି ଦିଆଯାଇଛି  ଯେ ଏହି ଟିକା ପ୍ରଦାନ ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ କରାଯିବ। ଆହୁରି  ମଧ୍ୟ ଦେଶରେ ଏହି କଂପାନୀ ଦ୍ୱାରା ଯେଉଁ କ୍ଲିନିକାଲ ଟ୍ରାଏଲ ଚାଲିଛି ତାହା ମଧ୍ୟ  ଜାରି ରହିବ।

ସେହିଭଳି ଭାରତ ବାୟୋଟେକ୍‍ ସଂସ୍ଥା ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନ୍‍ଆକ୍ଟିଭେଟେଡ କରୋନା ଭାଇରସ୍‍ ଭେକ୍ସିନ ବା କୋଭାକ୍ସିନ ପ୍ରସ୍ତୁତ କରିଛି। ଆଇସିଏମ୍‍ଆର ଓ ଏନ୍‍ଆଇଭି,ପୁଣେ ର ସହଯୋଗରେ ଏହି ଟିକା ପ୍ରସ୍ତୁତ ହୋଇଛି । ଏନ୍‍ଆଇଭି ପୁଣେରୁ ଏହି ଟିକା ପାଇଁ ଭୂତାଣୁର ମଞ୍ଜି ବା ସିଡ୍‍ସ ଷ୍ଟ୍ରେନ ସଂଗୃହୀତ ହୋଇଛି । ଭେରୋସେଲ୍‍ ପ୍ଲାଟଫର୍ମରେ ଏହି ଟିକା ତିଆରି କରାଯାଇଛି। ଯାହାର ନିରାପଦ ଦିଗ,  ଦକ୍ଷତା ଓ ସଫଳତା ରେକର୍ଡ ବେଶ୍‍ ଭଲ । ଉଭୟ ଦେଶ ଓ ବିଦେଶରେ ଏହାର ସୁନାମ ରହିଛି ।

ଭାରତ ବାୟୋଟେକ୍‍ ଏହି ଟିକାକୁ ମୂଷା, ବିଭିନ୍ନ ପ୍ରକାର ମୂଷିକ ଜାତୀୟ  ଜୀବ, ଠେକୁଆ, କେତେକ ବାନର ଜାତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରିଛି । ସେହି  ପରୀକ୍ଷାର ଫଳାଫଳ ଓ ତଥ୍ୟକୁ ସଂସ୍ଥା ଦ୍ୱାରା ଉପସ୍ଥାପନ କରାଯାଇଥିଲା। କଂପାନୀ ପକ୍ଷରୁ ଏହି ସବୁ ତଥ୍ୟାବଳୀକୁ ସିଡିଏସ୍‍ସିଓକୁ ଅବଗତ କରାଯାଇଛି।ଏହି ଟିକାର ପ୍ରଥମ  ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଏଥିରୁ ପ୍ରାୟ ୮୦୦ ପ୍ରକାର ତଥ୍ୟାବଳୀ ଓ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ଅତ୍ୟନ୍ତ ନିରାପଦ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ୍‍ ସମର୍ଥ ।

ସେହିଭଳି ଏହାର ତୃତୀୟ ପର୍ଯ୍ୟାୟ ସଫଳତା ଓ ଦକ୍ଷତା ପରୀକ୍ଷା ଭାରତରେ କରାଯାଇ ଥିଲା। ୨୫୮୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରାୟ ୨୨୫୦୦ଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କଠାରୁ ମିଳିଥିବା ତଥ୍ୟାବଳୀ ଅନୁସାରେ ଏହି ଟିକା ନିରାପଦ ବୋଲି ଜଣାପଡିଛି । ବିଷୟ ବିଶେଷଜ୍ଞ କମିଟି ବା ଏସ୍‍ଇସି ଏହି ଟିକାର ପରୀକ୍ଷାମୂଳକ ବ୍ୟବହାରରୁ ମିଳିଥିବା ତଥ୍ୟରୁ ନିରାପଦ ଦିଗ ଏବଂ ଏହାର ରୋଗ ପ୍ରତିଷେଧକ ଦକ୍ଷତାକୁ ସମୀକ୍ଷା କରିବା ପରେ ଜରୁରୀ କାଳୀନ ପରିସ୍ଥିତିରେ ଏହାକୁ ସୀମିତ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିସ କରିଛି ।

ଜନସ୍ୱାର୍ଥ ଦୃଷ୍ଟିରୁ ଯଥେଷ୍ଟ ସାବଧାନତାର ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ ପୂର୍ବକ ଏହି ଟିକା ପ୍ରଦାନ କରିବାକୁ କୁହାଯାଇଛି। ଟିକାର ପରୀକ୍ଷାମୂଳକ ବ୍ୟବହାର ସମୟରେ ଯେପରି ସାବଧାନତା ଅବଲମ୍ବନ କରାଯାଉଥିଲା  ସେହିଭଳି ସତର୍କତା ଅବଲମ୍ବନ କରିବାକୁ କମିଟି କହିଛି । ମ୍ୟୁଟାଣ୍ଟ ଷ୍ଟ୍ରେନ ଦ୍ୱାରା  ସଂକ୍ରମଣ ସ୍ଥିତିରେ ସଂପୃକ୍ତ ବ୍ୟକ୍ତି  ବିଶେଷଙ୍କୁ ଟିକା ନେବାର ଅଧିକ ବିକଳ୍ପ ପାଇଁ ମଧ୍ୟ ସୁପାରିସ କରାଯାଇଛି । ଏହି ଟିକାର ଯେଉଁ ଅଧିକ ପରୀକ୍ଷା ନିରୀକ୍ଷା ଦେଶରେ ଚାଲିଛି ତାହା ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସେରମ୍‍ ଓ ଭାରତ ବାୟୋଟେକ୍‍ ଟିକାକୁ ଦୁଇ ଡୋଜରେ ନେବାକୁ ପଡିବ। ଏ ସମସ୍ତ ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ କରିବାକୁ ହେବ। ଆବଶ୍ୟକ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ସିଡିଏସ୍‍ସିଓ ବିଷୟ ବିଶେଷଜ୍ଞ କମିଟିର  ସୁପାରିସକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ତଦନୁସାରେ ସେରମ୍‍ ଏବଂ ଭାରତ ବାୟୋଟେକ୍‍ ଟିକାକୁ ଜରୁରୀକାଳୀନ ସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମୋଦନ କରିବା  ସହ କାଡିଲା ହେଲ୍‍ଥ କେୟାର ସଂସ୍ଥାକୁ ତାହାର ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପରିଚାଳନା ନିମନ୍ତେ ଅନୁମତି ପ୍ରଦାନ କରିଛି ।

କରୋନା ଟିକା କରୋନା ଟୀକା ନୂଆ ଦିଲ୍ଲୀ ଭାରତ ବାୟୋଟେକ୍‍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.