Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଏମସି ନିର୍ବାଚନ ପାଇଁ ଏବେଠୁ ଥୋପ ପକାଇଲେ ଧର୍ମେନ୍ଦ୍ର, ସଭାସ୍ଥଳରେ ଦେଖାଦେଲା ଚାପା ଉତ୍ତେଜନା
ଜାତୀୟ ଖବର

ବିଏମସି ନିର୍ବାଚନ ପାଇଁ ଏବେଠୁ ଥୋପ ପକାଇଲେ ଧର୍ମେନ୍ଦ୍ର, ସଭାସ୍ଥଳରେ ଦେଖାଦେଲା ଚାପା ଉତ୍ତେଜନା

January 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଏମସି ନିର୍ବାଚନ ପାଇଁ ଏବେଠୁ ଥୋପ ପକାଇଲେ ଧର୍ମେନ୍ଦ୍ର, ସଭାସ୍ଥଳରେ ଦେଖାଦେଲା ଚାପା ଉତ୍ତେଜନା

ଭୁବନେଶ୍ବର, ବିଏମସି ନିର୍ବାଚନ କେବେ ହେବ ତାହା ଜଣାପଡି ନାହିଁ। ହେଲେ ରାଜନୈତିକ ଦଳଗୁଡିକ ବର୍ତ୍ତମାନଠାରୁ ବେଶ୍ ତତ୍ପର ହୋଇ ଉଠିଲେଣି। କାରଣ ନିର୍ବାଚନ ପୂର୍ବରୁ କିଛି କରିଥିଲେ ଲୋକଙ୍କୁ କହି ତାହାର ଫାଇଦା ଉଠାଇବାକୁ ହେବ। ସେହି ନ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ ଅର୍ଥ ବରାଦ କରିଛି। ଏହା ନିଶ୍ଚିତ ଭାବେ ଖୁସିର କଥା। ହେଲେ ଏହାକୁ ନେଇ ରାଜନୈତିକ ଗନ୍ଧ ସଂପୂର୍ଣ୍ଣ ବାରି ହୋଇପଡିଛି। କାରଣ ଏହି ପ୍ରକଳ୍ପ ଶୁଭାରମ୍ଭ ସମୟରେ ଯେପରି ରାଜନୈତିକ ନାରାବାଜି ହେଲା ତାହା ସ୍ପଷ୍ଟ ହୋଇଥିଲା ଯେ ଏହା ରାଜନୀତି ବ୍ୟତିତ ଆଉ କିଛି ନୁହେଁ।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ବିଜେଡି କର୍ମୀଙ୍କର ନାରାବାଜି ତାଙ୍କୁ ବିଚଳିତ କରି ଦେଇଥିଲା। ଧର୍ମେନ୍ଦ୍ରଙ୍କ ଚାରିପଟେ ବିଜେଡି କର୍ମୀମାନେ ଘେରି ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି ଚିତ୍କାର କରିଥିଲେ। ଏହାକୁ ଦେଖି ବିଜେପି କର୍ମାମାନେ ମଧ୍ୟ ଧର୍ମେନ୍ଦ୍ର ଓ ମୋଦି ଜିନ୍ଦାବାଦ ବୋଲି କରିବାକୁ ଲାଗିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ପରିସ୍ଥିତି ଏପରି ହେଲା ଯେ, ଧର୍ମେନ୍ଦ୍ରଙ୍କୁ ବିଜେପି କର୍ମୀମାନେ କର୍ଡନ କରି ସଭାମଞ୍ଚ ପର୍ଯ୍ୟନ୍ତ ନେଇ ଆସିଥିଲେ।

ଏହାପରେ ସଭା ଆରମ୍ଭ ହୋଇଥିଲା। ଏହି ସଭାରେ ଧର୍ମେନ୍ଦ୍ରଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କଂନଫ୍ରେସିଂରେ ଉପସ୍ଥିତ ଥିଲେ। କଥା ପ୍ରସଂଗରେ ଅପରାଜିତା ରାଜ୍ୟ ସରକାରଙ୍କୁ ଦୋଷ ଦେଇ ବିନ୍ଦୁସାଗର କାମ ଯାହା ହୋଇଛି ତାହା ଆଖିକୁ ଦିଶୁ ନାହିଁ ବୋଲି କହିଥିଲେ। ହେଲେ ଏହାର ଜବାବରେ ମନ୍ତ୍ରୀ ଅଶୋକ ପଣ୍ଡା ବିନ୍ଦୁ ସାଗରର ତଥା ପୁରୁଣା ଭୁବନେଶ୍ବରର ପାଇଁ ନବୀନ ପଟ୍ଟନାୟକ କଣ କାମ କରିଛନ୍ତି ତାହାର ହିସାବ ଦେଇଥିଲେ। ଯାହାକୁ ନେଇ ସଭାସ୍ଥଳରେ ସାମାନ୍ୟ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଧର୍ମେନ୍ଦ୍ର କହିବା ବେଳକୁ କଥା ଆଉ ଟିକିଏ ବଢିଯାଇଥିଲା। ଧର୍ମେନ୍ଦ୍ର ଭାଷଣ ଦେବା ବେଳେ ବିଜେଡି କର୍ମୀମାନେ ଜୋରରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି ଚିତ୍କାର କରିଥିଲେ। ଯାହାକୁ ନେଇ ଧର୍ମେନ୍ଦ୍ର ସମ୍ଭାଳିପାରି ନ ଥିଲେ। ସେ ବାରମ୍ବାର ଆଙ୍ଗୁଠି ଦେଖାଇ ଟିକିଏ ଭାଇମାନେ ଚୁପ ରହନ୍ତୁ ବୋଲି କହିଥିଲେ। ହେଲେ ତାଙ୍କ କଥାକୁ କେହି ଶୁଣି ନ ଥିଲେ। ଧର୍ମେନ୍ଦ୍ର ପରିସ୍ଥିତିକୁ ହାଲକା କରିବା ପାଇଁ କହିଥିଲେ ଯେ,ଏହି ସ୍ଥାନ ହେଉଛି ଅଶୋକ ପଣ୍ଡା ଏବଂ ଅପରାଜିତାଙ୍କର, ତେଣୁ ଜିନ୍ଦାବାଦ ଟିକିଏ ଅଧିକ ହେବ।

ତେବେ ଏପରି କରିବାର କାରଣ କଣ ପଚାରିବାରେ କେତେକ କର୍ମୀ କହିଥିଲେ ଯେ, ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ପାଇଁ କିଛି କରି ନାହାଁନ୍ତି। ହେଲେ ଆଗକୁ ବିଏମସି ନିର୍ବାଚନ ଅଛି ବୋଲି ସେ ଆଜି ଏପରି ପ୍ରକଳ୍ପର ଶୁଭାରମ୍ଭ କରି ବାହାବା ନେବାକୁ ଚାହୁଁଛନ୍ତି। ହେଲେ ଏହି ଅଞ୍ଚଳ ପାଇଁ ଯାହା କିଛି ହୋଇଛି ତାହା କେବଳ ନବୀନଙ୍କ ପାଇଁ। ସେଥିପାଇଁ ଆମେ ଆମ ନେତାଙ୍କ ଜିନ୍ଦାବାଦ କରୁଥିଲୁ। ତେବେ ସେ ଯାହା ହେଲେ ମଧ୍ୟ ଏହି ସଭାରୁ ରାଜନୈତିକ ଗନ୍ଧ ସ୍ପଷ୍ଟ ବାରି ହୋଇ ପଡିଥିଲା ଏଥିରେ ସନ୍ଦେହ ନାହିଁ।

ବିଏମସି ନିର୍ବାଚନ ଭୁବନେଶ୍ବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026
Latest News

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.