ମିଳିଲା ରାବଣର ମୃତଦେହ ରଖା ଯାଇଥିବା ସ୍ଥାନ, ଅଧିକ ଗବେଷଣା ପାଇଁ ଚାଲିଛି ଯୋଜନା

Published: Jan 9, 2021, 7:13 pm IST

କଲମ୍ବୋ: ଶ୍ରୀଲଙ୍କାର ଏକ ଗବେଷକ ଦଳ ଗବେଷଣା କରି ଦାବି କରିଛନ୍ତି ​​ଯେ ଶ୍ରୀଲଙ୍କାରେ ଏପରି ୫୦ ଟି ସ୍ଥାନ ମିଳିଛି ଯାହା ରାମାୟଣ ସହିତ ଜଡିତ। ସେହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ରନାଗିଲର ଗୁମ୍ଫା, ଯେଉଁଠାରେ ଆଜି ମଧ୍ୟ ରାବଣର ଶବ ସଂରକ୍ଷିତ ରଖାଯାଇଛି ବୋଲି ଦାବି କରାଯାଇଛି। ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ସର୍ବେକ୍ଷଣ କେନ୍ଦ୍ର ଏବଂ ସେଠାକାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହି ଆବିଷ୍କାର କରାଯାଇଛି। ତଥାପି, ଏହାକୁ କେହି ନିଶ୍ଚିତ କରି ନାହାଁନ୍ତି। ଏହା ଜଣାପଡିବା ପରେ କିଛି ଟିଭି ଚ୍ୟାନେଲ ସେହି ସ୍ଥାନକୁ ଯାଇ ରାବଣର ଶରୀର ସେଠାରେ ଅଛି ବୋଲି ଦାବୀ କରିଛନ୍ତି।

କୁହାଯାଏ ଯେ ରାମ ଏବଂ ରାବଣ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୫୦୦୦ ମସିହାରେ ହୋଇଥିଲା। ବାଲ୍ମୀକ ରାମାୟଣରେ ଉଲ୍ଲେଖ କରାଯାଇଥିବା ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଅନୁଯାୟୀ, ରାମ ଖ୍ରୀଷ୍ଟପୂର୍ବ ୫୦୭୬ ମସିହାରେ ରାବଣକୁ ହତ୍ୟା କରିଥିବା ଜଣାପଡିଛି। ସେହି ଦିନଠାରୁ ରାବଣର ଶରୀର ଶ୍ରୀଲଙ୍କାର ଏହି ଗୁମ୍ଫାରେ ରଖାଯାଇଛି ବୋଲି କୁହାଯାଉଛି।

ଅଗଷ୍ଟ ୧୯୭୧ ରେ, ଜଣେ ବୌଦ୍ଧ ଭିକ୍ଷୁ ମଧ୍ୟ ଦାବୀ କରିଥିଲେ ଯେ ରାବଣଙ୍କ ମୃତଦେହ ପୂର୍ବ ରାଜ୍ୟର ରାଗଲା ପାର୍ବତ୍ୟ ଉପରେ ନିର୍ମିତ ଏକ ଦୁର୍ଗରେ ସଂରକ୍ଷିତ ରହିଛି। ଯଦିଓ ଏହା କେତେ ସତ ତାହା ଜାଣାପଡି ନାହିଁ, ହେଲେ ରାଗଲାର ଜଙ୍ଗଲ ମଧ୍ୟରେ ଏକ ବିଶାଳ ପାହାଡ ଉପରେ ରାବଣର ଗୁମ୍ଫା ଅଛି ବୋଲି ବିଶ୍ୱାସ କରାଯାଏ। ରାଗଲାର ଘଞ୍ଚ ଜଙ୍ଗଲ ଏବଂ ଗୁମ୍ଫାକୁ କେହି ଯାଆନ୍ତି ନାହିଁ, କାରଣ ଏହା ଜଙ୍ଗଲୀ ଏବଂ ଭୟଙ୍କର ପ୍ରାଣୀମାନଙ୍କର ବାସସ୍ଥାନ ଅଟେ। ତେବେ ଏହାର ସତ୍ୟତା ନେଇ ଆହୁରି ଅଧିକ ଗବେଷଣା ପାଇଁ ଯୋଜନା ଚାଲିଛି।

Related posts