Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାରମ୍ଭରୁ ଚିହ୍ନଟ ଏବଂ ଉତ୍ତମ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ପରାସ୍ତ କରିହେବ: ବିଶେଷଜ୍ଞ
ବିଶେଷ ଖବର

ପ୍ରାରମ୍ଭରୁ ଚିହ୍ନଟ ଏବଂ ଉତ୍ତମ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ପରାସ୍ତ କରିହେବ: ବିଶେଷଜ୍ଞ

February 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ। ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ହ ସପିଟାଲ ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏହି ମତ ରଖିଛନ୍ତି ବିଶେଷଜ୍ଞ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁ ମଣିଷ ଶରୀରରେ କ୍ୟାନସର ଭଳି ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିବା ବର୍ତମାନ ସମୟରେ ସହଜ ହୋଇ ପଡ଼ିଥିବା ବେଳେ ରୋଗୀଙ୍କୁ ଉତ୍କୃଷ୍ଟ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଉପଯୁକ୍ତ ଉପକରଣ ମଧ୍ୟ ବର୍ତମାନ ଉପଲବ୍ଧ ହୋଇ ପାରୁଛି ବୋଲି ଏହି ଅବସରରେ କ୍ୟାନସର ରୋଗୀ, ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ସାମାଜିକ କର୍ମୀ ଓ ମେଡିକାଲ ପ୍ରଫେସନାଲ ମାନଙ୍କୁ ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର।

 

ସମ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସଚୀ ମିଶ୍ର। କୋଭିଡ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଥିବା ସବ୍ୟସଚୀ ନିଜ ବକ୍ତବ୍ୟରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ “ଆଶାର ଦୂତ” ବୋଲି ଅଭିହିତ କରିଥିଲେ। ଏହି ଦୂତ ମାନେ ଅନ୍ୟ ରୋଗୀମାନଙ୍କ ମନରେ କ୍ୟାନସର ଭଳି ରୋଗ ସହ ଲଢ଼ି ତାକୁ ପରାସ୍ତ କରିବାପାଇଁ ସକାରାତ୍ମକ ମନୋଭାବ ସୃଷ୍ଟି କରନ୍ତୁ ବୋଲି ମତ ଦେଇଥିଲେ।

ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କ୍ୟାନସର ନିରାକରଣ ପାଇଁ ଆଗୁଆ ଚିହ୍ନଟ ଜରୁରୀ ବୋଲି ସହମତି ପ୍ରକାଶ କରିବା ସହ ସମ୍ ହସପିଟାଲରେ ଏହି ରୋଗର ଚିହ୍ନଟ ଓ ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ଥିବା ସୂଚନା ଦେଇଥିଲେ।

କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସୋଆ ପକ୍ଷରୁ ରାଜ୍ୟ ସରକାରଙ୍କ ସହଭାଗିତାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଏବଂ କୋଭିଡ କେୟାର ସେଂଟର ଆରମ୍ଭ କରାଯାଇ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଏହି ମହତ୍ କାର୍ଯ୍ୟ ନିମନ୍ତେ ସମ୍ ହସପିଟାଲର ଡାକ୍ତର, ନର୍ସ ଏବଂ ପାରା ମେଡିକ୍ସ ମାନଙ୍କୁ ପ୍ରଫେସର ସାମନ୍ତସିଂହାର ଶୁଭେଚ୍ଛା ଜଣାଇଥିଲେ। ସମ୍ ହସପିଟାଲର ଏହି କୋଭିଡ ଯୋଦ୍ଧା ମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିବା ସହ ମହାମାନବ ବୋଲି ଅଭିହିତ କରିଥିଲେ।

ଏହି ଅବସରରେ ହସପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସୁନିଲ୍ ଅଗ୍ରୱାଲ ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସରୋଜ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ। ଡ. ଅଗ୍ରୱାଲ କହିଥିଲେ ଯେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ସେମାନେ କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ କଣ ଚିନ୍ତା କରୁଛନ୍ତି ସେ ଦିଗରେ ସଚେତନ ହେବା ଜରୁରୀ।

ବିଶ୍ୱ କର୍କଟ ଦିବସ ସମ୍ ହସପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.