Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷରେ ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ-ଲ, ପୁଣି ଥରେ ପ୍ରମାଣିତ ହେଲା ଓଡିଶାରେ ଜଗନ୍ନାଥ ଅଛନ୍ତି
ଜାତୀୟ ଖବର

ଶେଷରେ ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ-ଲ, ପୁଣି ଥରେ ପ୍ରମାଣିତ ହେଲା ଓଡିଶାରେ ଜଗନ୍ନାଥ ଅଛନ୍ତି

February 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଶେଷରେ ବହୁ ବାଦବିବାଦ ପରେ କେନ୍ଦ୍ର ସଂସ୍କୃତି ବିଭାଗ ବିବାଦୀୟ ଶ୍ରୀମନ୍ଦିର ବାଇ-ଲ କୁ ପ୍ରତ୍ୟାହାର କରିଛନ୍ତି। ଏ ନେଇ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାର ସାଂସଦମାନେ ତାଙ୍କୁ ଭେଟିବା ପରେ ସେ ଏହି ବାଇ-ଲକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଓଡିଶାରେ ଯାହା କିଛି ହେବ ତାହା ସାଂସଦମାନଙ୍କ ସହମତିରେ କରାଯିବ।

ତେବେ ଆଜି ଏହି ବାଇ-ଲ ପ୍ରତ୍ୟାହର ପାଇଁ ଘଟିଯାଇଛି ତିନୋଟି ବଡ ଘଟଣା। ପ୍ରଥମତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଗସ୍ତ କରିଥିଲେ। କୋଭିଡ କଟକଣାରେ ଶ୍ରୀମନ୍ଦିର ବହୁ ମାସ ଧରି ବନ୍ଦ ଥିଲା। ତାହା ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ସମୟରେ ସେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଏଥସହିତ ସେ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି ଯେ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ। କେନ୍ଦ୍ର ସରକାର ତୁରନ୍ତ ଏହି ବାଇ-ଲ ପ୍ରତ୍ୟାହର କରନ୍ତୁ ବୋଲି ଦାବୀ କରିଥିଲେ।

ସେହିପରି ନୂଆଦିଲ୍ଲୀରେ ମଧ୍ୟ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୟରେ ବିଜେଡି ସାଂସଦମାନେ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଥିରେ ସାଂସଦ ଭର୍ତ୍ତୃହରି ମହତାବ, ଡ ସସ୍ମତି ପାତ୍ର, ଡ ଅମର ପଟ୍ଟନାୟକ, ଅନୁଭବ ମହାନ୍ତି ଏବଂ ମୁନା ଖାଁ ପ୍ରମୁଖ ଥିଲେ। ସେହିପରି ଅନ୍ୟ ଏକ  ଘଟଣା କ୍ରମେ ଓଡିଶାର ବିଜେପି ସାଂସଦମାନେ ମଧ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଦୁଇ ଘଟଣା ଏବଂ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ଜଗନ୍ନାଥଙ୍କ କାମ କେହି ଅଟକାଇପାରିବେ ନାହିଁ କହିବା ପରେ କେନ୍ଦ୍ର ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ. ଯେ, କେନ୍ଦ୍ର ସରକାର ଏପରି ନିଷ୍ପତି କଲେ କାହିଁକି। କେନ୍ଦ୍ର ସଂସ୍କୃତି ବିଭାଗ ଅଧିନରେ ଥିବା ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷ ଏପରି ବିଜ୍ଞପ୍ତି କଣ ପାଇଁ ପ୍ରକାଶ କଲେ। ଯାହାକୁ ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏଥିରେ ଥିଲା ଯେ ଶ୍ରୀମନ୍ଦିରରୁ 300 ମିଟର ଅଞ୍ଚଳକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯିବ। ଏଥିରେ କୌଣସି କାମ ସେମାନଙ୍କ ବିନା ଅନୁମତିରେ ହେବ ନାହିଁ। ସେହି ଅଞ୍ଚଳରେ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କ ଆଧିପତ୍ୟ ରହିବ। ଏହା କି ପ୍ରକାରର ନିଷ୍ପତି ଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ପୂର୍ବରୁ ରାଜ୍ୟ ସରକାର ଶ୍ରୀମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ 75 ମିଟର ପରିଧୀକୁ ଐତିହ୍ୟ କରିଡର ଭାବେ ଘୋଷଣା କରି କାମ କରୁଛନ୍ତି। ଏହି କାମକୁ ଯେ କେହି ପୁରୀ ଆସୁଛି ସେ ପ୍ରଶଂସା କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ବିକାଶ କାମ ଚାଲୁ ରହିଛି। ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ସେହି ଅଞ୍ଚଳକୁ ନିଜ କବଜାକୁ ନେବାର ଅର୍ଥ କଣ ତାହା ବୁଝି ହେଉ ନାହିଁ। ନିୟମ ଅନୁସାରେ ଶ୍ରୀମନ୍ଦିରଟି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଛି। ସେ ଭିତରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ହେଲେ ବାହାର ଭିତ୍ତିଭୂମି କରିବାରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି ଏବଂ ରାଜ୍ୟ ମଧ୍ୟ କାମ କରି ଦେଖାଇଛି।

ସାଧାରଣରେ ଏହି ଆଶଙ୍କା କରାଯାଉଛି ଯେ ରାଜ୍ୟ ସରକାରଙ୍କ ଏପରି ବିକାଶକୁ ଦେଖି କେନ୍ଦ୍ର ବୋଧହୁଏ ସହୟ କରିପାରି ନାହିଁ। ସେଥିପାଇଁ ଏହି କାମରେ କିପିର ବାଧା ସୃଷ୍ଟି କରିହେବ ସେ ନେଇ ତିଆରି କରା ଗଲା ଏହି ବିକୃତ ବାଇ-ଲ। ସତ କହିବାକୁ ଗଲେ ପୁରୀକୁ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ପୂର୍ବର ପୁରୀ ଏବଂ ବର୍ତ୍ତମାନର ପୁରୀ ସହିତ ତୂଳନା କରୁଛନ୍ତି। ଆଉ ଖୁସି ହୋଇ ବାଃ ବାଃ କରୁଛନ୍ତି। ଯାହାକୁ ନେଇ କେନ୍ଦ୍ର ଏଥିରେ ବାଧା ସୃଷ୍ଟି କରିବାକୁ ଯାଉଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଓଡିଶାରେ ଜଗନ୍ନାଥ ଅଛନ୍ତି, ଓଡିଶାର ଉନ୍ନତିରେ ଜଗନ୍ନାଥଙ୍କ ଆର୍ଶିବାଦ ରହିଛି।

କେନ୍ଦ୍ର ସଂସ୍କୃତି ବିଭାଗ ଶ୍ରୀମନ୍ଦିର ବାଇ-ଲ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

National Handloom Day: ବୟନ ବିଭାଗ ଅଗଷ୍ଟ ୫ ତାରିଖରୁ କରିବ ଭିନ୍ନ ଏକ ପ୍ରଦର୍ଶନୀ

August 2, 2026
Latest News

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.