Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ
ଜାତୀୟ ଖବର

ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

February 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତାହାର ସ୍ପଷ୍ଟି କରଣ ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ତାଙ୍କ ବିବୃତିରେ ସ୍ପଷ୍ଟ କରିଦେଇଛନ୍ତି। ଏହା ସତ୍ତ୍ୱେ ପ୍ରକୃତ ତଥ୍ୟ ଉପସ୍ଥାପନ ନ କରି ଏବଂ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୁଲ ଓ ଅତିରଞ୍ଜିତ ତଥ୍ୟ ପ୍ରକାଶ କରୁଛନ୍ତି। ତାହାକୁ ସଂଶୋଧନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫିଙ୍ଗର ୪ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳ ପରିବ୍ୟାପ୍ତ ବୋଲି ଏସବୁ ସମ୍ବାଦରେ ଯାହା ଉଲ୍ଲେଖ କରାଯାଇଛି ତାହା ଠିକ୍‍ ନୁହେଁ। ଏହି ଦାବି ବିଭ୍ରାନ୍ତିକର। ଭାରତୀୟ ଅଞ୍ଚଳର ସୀମା ସରହଦ ଦେଶର ମାନଚିତ୍ରରେ ଦର୍ଶାଯାଇଥିବା ଅନୁରୂପ ରହିଛି। ସେଥିରେ ଚୀନ ଦ୍ୱାରା ୧୯୬୨ରୁ ବେଆଇନଭାବେ ଦଖଲରେ ରହିଥିବା ୪୩ ହଜାର ବର୍ଗ କିମି ଅଞ୍ଚଳ ଅନ୍ତର୍ଭୁକ୍ତ।

ଏପରିକି ପ୍ରକୃତ ନିୟନ୍ତ୍ରଣରେଖା ବା ଏଲ୍‍ଏସି ଭାରତର ଧାରଣା ମୁତାବକ ଫିଙ୍ଗର ୮ରେ ଅବସ୍ଥିତ ଏବଂ ଏହା ଫିଙ୍ଗର ୪ରେ ନୁହେଁ। ସେଥିପାଇଁ ଭାରତ ନିରନ୍ତର ଭାବେ ଫିଙ୍ଗର ୮ ପର୍ଯ୍ୟନ୍ତ ଥିବା ଅଞ୍ଚଳରେ ନିଜର ସୁରକ୍ଷା ଓ ପଇଁତରା ଅଧିକାର ଜାରି ରଖିଆସିଛି। ଚୀନ ସହିତ ଏ ନେଇ ଯେଉଁ କଥାବାର୍ତ୍ତା ଚାଲିଛି ସେଥିରେ ମଧ୍ୟ ଏହି ପ୍ରସଙ୍ଗ ରହିଛି।

ପାନ୍‍ଗଙ୍ଗ ସୋ ଉତ୍ତରପାଶ୍ୱର୍ର ଉଭୟ ପଟରେ ଥିବା ସ୍ଥାୟୀ ଘାଟି ଦ୍ୱୟ ଦୀର୍ଘସ୍ଥାୟୀ ଏବଂ ସୁଦୃଢ। ଭାରତୀୟ ପାଶ୍ୱର୍ରେ ଫିଙ୍ଗର ୩ ନିକଟରେ ଭାରତର ଧନ୍‍ସିଂହ ଥାପ୍ପା ଘାଟି ରହିଛି। ଏହା ଫିଙ୍ଗର ୮ ପୂର୍ବକୁ ଚୀନ ସୀମାନ୍ତରେ ଅବସ୍ଥିତ। ସାଂପ୍ରତିକ ବୁଝାମଣା ଅନୁସାରେ ଉଭୟ ପକ୍ଷ ନିଜ ନିଜର ସୀମାର ଆଗୁଆ ଅଞ୍ଚଳରେ ସୈନ୍ୟ ମୁତୟନ ବନ୍ଦ ରଖିବେ ଏବଂ ନିଜ ନିଜର ସ୍ଥାୟୀ ଘାଟି ପାଖରେ ସେମାନଙ୍କର ସେନା ମୁତୟନ ସୀମିତ ରହିବ।

ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସହିତ ଏହି ବୁଝାମଣାରେ ଭାରତ କୌଣସି ଅଞ୍ଚଳ ବା ଭୂମି ଛାଡି ନାହିଁ। ଅପରପକ୍ଷରେ ଏଲ୍‍ଏସିକୁ ସମ୍ମାନ ଦେବା ପାଇଁ ଭାରତ ଚାପ ପକାଇଛି ଏବଂ ଏହାର ସ୍ଥିତାବସ୍ଥାରେ ଯେକୌଣସି ଏକତରଫା ପରିବର୍ତ୍ତନକୁ ଏଯାବତ୍‍ ପଣ୍ଡ କରିବାରେ ସଫଳ ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ ଦୁଇଦେଶ ମଧ୍ୟରେ ଯେଉଁ ପୁରୁଣା ବିବାଦ ରହିଛି ତାହାର ସମାଧାନ କରାଯିବ। ସେଥିମଧ୍ୟରେ ହଟ୍‍ସ୍ପ୍ରିଙ୍ଗ, ଗୋଗରା ଏବଂ ଦେପସାଙ୍ଗ ଅନ୍ତର୍ଭୁକ୍ତ। ପାନ୍‍ଗଙ୍ଗ ସୋ ସୀମାନ୍ତରୁ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବା ପରେ ଅନ୍ୟାନ୍ୟ ପୁରୁଣା ବିବାଦର ସମାଧାନ ପାଇଁ ୪୮ ଘଣ୍ଟା ମଧ୍ୟରେ ଉଦ୍ୟମ ଆରମ୍ଭ କରାଯିବ।

ପୂର୍ବ ଲଦାଖ ସେକ୍ଟରରେ ଆମର ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତାର ସଫଳ ସୁରକ୍ଷା ପାଇଁ ଆମ ସରକାର ଦେଶର ପ୍ରତିରକ୍ଷାବାହିନୀର ଦକ୍ଷତା ଉପରେ ସଂପୂର୍ଣ୍ଣ ଆସ୍ଥା ଓ ଭରସା ରଖିଛନ୍ତି। ଆମର ଯବାନ ଓ ସାମରିକ କର୍ମଚାରୀମାନଙ୍କର ବଳିଦାନ ମାଧ୍ୟମରେ ଯେଉଁ ସଫଳତା ଆମକୁ ମିଳିଛି ତାହାକୁ ଯଦି କେହି ସନ୍ଦେହ ଚକ୍ଷୁରେ ଦେଖେ ତାହାହେଲେ ବୁଝିବାକୁ ହେବ ଯେ ଆମ ଯବାନମାନଙ୍କ ସଂଗ୍ରାମ ଓ ବଳିଦାନକୁ ସେମାନେ ବାସ୍ତବରେ ଅସମ୍ମାନିତ କରୁଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Latest News

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.